ପାକିସ୍ତାନର କାର୍ଗୋ ବିମାନକୁ ଭାରତୀୟ ବାୟୁସେନା ବଳପୂର୍ବକ ଭାବେ ଜୟପୁରରେ କରାଇଲା ଅବତରଣ

Advertisment
ପାକିସ୍ତାନର କାର୍ଗୋ ବିମାନକୁ ଭାରତୀୟ ବାୟୁସେନା ବଳପୂର୍ବକ ଭାବେ ଜୟପୁରରେ କରାଇଲା ଅବତରଣ

ANI

ନୂଆଦିଲ୍ଲୀ/ ଜୟପୁର: ପାକିସ୍ତାନରୁ ଆସୁଥିବା ଏକ କାର୍ଗୋ ବିମାନ (ମାଲବାହୀ ବିମାନ)କୁ ଭାରତୀୟ ବାୟୁସେନା ଆଜି (ଶୁକ୍ରବାର) ଅପରାହ୍ଣରେ ବଳପୂର୍ବକ ଭାବେ ଜୟପୁର ବିମାନ ବନ୍ଦରରେ ଅବତରଣ କରାଇ ଦେଇଥିବା ଜାଣିବାକୁ ମିଳିଛି।

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ପାକିସ୍ତାନର କରାଚିରୁ ନୂଆଦିଲ୍ଲୀ ଅଭିମୁଖେ ଆସୁଥିବା ଜର୍ଜିଆର ଏକ କାର୍ଗୋ ବିମାନ ଆଣ୍ଟୋନୋଭ ଏଏନ୍‌-୧୨କୁ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ସବୁ ମଝି ଆକାଶରେ ଘେରିଯିବା ସହ ରାଜସ୍ଥାନର ଜୟପୁର ବିମାନ ବନ୍ଦରରେ ବଳପୂର୍ବକ ଭାବେ ଅବତରଣ କରାଇ ଦେଇଛନ୍ତି।

ପାକିସ୍ତାନର କରାଚିରୁ ନୂଆଦିଲ୍ଲୀ ଅଭିମୁଖେ ଆସୁଥିବା ଏହି ବିମାନଟି ହଠାତ୍‌ ଭାରତର ଆକାଶ ସୀମା ମଧ୍ୟରେ ନିଜର ଗତିପଥ ବଦଳାଇ ଉତ୍ତର ଗୁଜୁରାଟ ଆଡ଼କୁ ନିଜର ଉଡ଼ାଣ ଭରିଥିଲା। ତେବେ, ଏ ଘଟଣା ବାୟୁସେନାର ଉଚ୍ଚକ୍ଷମତା ସଂପନ୍ନ ରାଡ଼ାରରେ ଜଣାପଡ଼ିବା ପରେ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ସବୁ ଆକାଶକୁ ଉଠି ସଂପୃକ୍ତ  କାର୍ଗୋ ବିମାନର ଗତିପଥକୁ ମଝି ଆକାଶରେ ଅବରୋଧ କରିବା ସହ ତାକୁ ଜୟପୁର ବିମାନ ବନ୍ଦରରେ ଅବତରଣ କରିବା ପାଇଁ ବାଧ୍ୟ କରିଥିଲେ ଏବଂ ଅବତରଣ କରାଇ ଦେଇଥିଲେ। ପରେ ସପୃକ୍ତ ବିମାନର ପାଇଲଟଙ୍କୁ ଏବେ ଏ ସଂପର୍କରେ ପଚରା ଉଚୁରା ଚାଲିଥିବା ଭାରତୀୟ ବାୟୁସେନା ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe