ଭାରତକୁ ଆସିଲା ଆଉ ୨ଟି ଚିନୁକ ହେଲିକାପ୍ଟର

ଭାରତକୁ ଆସିଲା ଆଉ ୨ଟି ଚିନୁକ ହେଲିକାପ୍ଟର

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାରେ ସାମିଲ ହେଲା ଆଉ ୨ଟି ଚିନୁକ ହେଲିକାପ୍ଟର । ଆମେରିକାର ବୋଇଂ କମ୍ପାନି ଦ୍ବାରା ନିର୍ମିତ ଏହି ହେଲିକାପ୍ଚର ଗୁଡିକ ଅଧିକ ଓଜନ ଉତ୍ତୋଳନ କରି ଉଡିପାରିବ । ଗତ ମାର୍ଚ୍ଚ ମାସରେ ଭାରତକୁ ୪ ଟି ଚିନୁକ ହେଲିକାପ୍ଟର ପାଇଥିଲା । ଏହା ଫଳରେ ଭାରତ ପାଖରେ ଥିବା ଚିନୁକ ସଂଖା ଏବେ ୬ରେ ପହଞ୍ଚିଛି ।

ମୋଟ ୧୫ ଚିନୁକ ହେଲିକପ୍ଟର୍ ସକାଶେ ଭାରତ ସେପ୍ଟେମ୍ବର ୨୦୧୫ରେ ଯୁକ୍ତରାଷ୍ଟ୍ର ଆମେରିକା ସହ ୧. ୫ ବିଲିୟନ୍ ଡଲାର୍ ରାଜିନାମା ସ୍ୱାକ୍ଷର କରିଥିଲା। ଗତ ମାର୍ଚ୍ଚ ମାସରେ ସେଥିରୁ ପ୍ରଥମ ୪ଟ ହେଲିକପ୍ଟର୍ ଯୁକ୍ତରାଷ୍ଟ୍ର ଆମେରିକାରୁ ଆସି ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚି ଥିଲା। ସେଠାରୁ ସେସବକୁ ଚଣ୍ଡିଗଡ଼ ନିଆଯାଇଥିଲା।

ଏହି ହେଲିକପ୍ଟର୍ ବ୍ୟବହାର କରିବାରେ ଭାରତ ହେଉଛି ବିଶ୍ୱର ୧୯ତମ ଦେଶ। ୨୩, ୦୦୦ କିଲୋଗ୍ରାମ୍ ଓଜନ ଉଠାଇ ଏହା ଘଣ୍ଟାପ୍ରତି ସର୍ବାଧିକ ୩୦୨ କିଲୋମିଟର୍ ବେଗରେ ଗତି କରିବ। ଏହାଛଡ଼ା ଚିନୁକ ହେଲିକପ୍ଟର୍କୁ ସାମରିକ ଅଭିଯାନ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜନ କରାଯାଇ ପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe