Picture Source: India Today
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ତା’ର ପ୍ରଥମ ଆପାଚି ଗାର୍ଡିଆନ୍ ଆଟାକ୍ ହେଲିକପ୍ଟର୍ ପାଇଛି।
ଯୁକ୍ତରାଷ୍ଟ୍ର ଆମେରିକାର ଏରିଜୋନାସ୍ଥିତ ହେଲିକପ୍ଟର୍ ଉତ୍ପାଦନ କାରଖାନରେ ମେ ୧୦ ତାରିଖ ଦିନ ଆନୁଷ୍ଠାନିକ ଭାବେ ଆପାଚି ଗାର୍ଡିଆନ୍ ହେଲିକପ୍ଟର୍ ଭାରତକୁ ହସ୍ତାନ୍ତର କରାଯାଇଥିଲା। ୨୨ଟି ଆପାଚି ଗାର୍ଡିଆନ୍ ହେଲିକପ୍ଟର୍ ଲାଗି ୨୦୧୫ରେ ଭାରତ ଯୁକ୍ତରାଷ୍ଟ୍ର ଆମେରିକା ସହ ରାଜିନାମା ସ୍ୱାକ୍ଷର କରିଥିଲା।
ଭାରତୀୟ ବାୟୁସେନାର ପ୍ରତିନିଧିତ୍ୱ କରୁଥିବା ଏୟାର୍ ମାର୍ସାଲ ଏଏସ୍ ବୁତୋଲା ବୋଇଙ୍ଗ୍ ଉତ୍ପାଦନ କାରଖାନାରେ ଏକ ଉତ୍ସବରେ ପ୍ରଥମ ଆପାଚିଟି ଗ୍ରହଣ କରିଛନ୍ତି। ସେଠାରେ ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ ପ୍ରତିନିଧିମାନେ ବି ଉପସ୍ଥିତ ଥିଲେ।
ଏହି ହେଲିକପ୍ଟର୍ଗୁଡ଼ିକର ପ୍ରଥମ ବ୍ୟାଚ୍ ଜୁଲାଇ ସୁଦ୍ଧା ଭାରତକୁ ପଠାଯିବା ଲାଗି ସ୍ଥିର କରାଯାଇଛି।
ଆଲାବାମାସ୍ଥିତ ଫୋର୍ଟ ରି୍ୟୁକର୍ ଠାରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ଆର୍ମି ବେସ୍ ଥିବା ତାଲିମ କେନ୍ଦ୍ରରୁ ଏୟାର୍କ୍ରୁ ଏବଂ ଗ୍ରାଉଣ୍ଡ୍କ୍ରୁ ତାଲିମ ଗ୍ରହଣ କରି ସାରିଛନ୍ତି। ଏହି ତାଲିମପ୍ରାପ୍ତ କର୍ମଚାରୀମାନେ ଭାରତୀୟ ବାୟୁସେନାରେ ଆପାଚି ଉଡ଼ାଣର ନେତୃତ୍ୱ ନେବେ।
Follow Us