ବାୟୁସେନା ବିମାନ ଦୁର୍ଘଟଣା: ମିଳିଲା ‘ମିରେଜ୍‌’ର ବ୍ଲାକ୍‌ବକ୍ସ ଓ ‘ସୁଖୋଇ’ର ‘ଡାଟା ରେକର୍ଡର୍‌’ର ଅଂଶବିଶେଷ

Advertisment
ବାୟୁସେନା ବିମାନ ଦୁର୍ଘଟଣା: ମିଳିଲା ‘ମିରେଜ୍‌’ର ବ୍ଲାକ୍‌ବକ୍ସ ଓ ‘ସୁଖୋଇ’ର ‘ଡାଟା ରେକର୍ଡର୍‌’ର ଅଂଶବିଶେଷ

Image Courtesy of India Today

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗୋଆଲିଅର୍‌ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭାରତୀୟ ବାୟୁସେନାର ଲଢୁଆ ବିମାନ ‘ସୁଖୋଇ-୩୦’ର ‘ବ୍ଲାକ୍‌ବକ୍ସ’ ଓ ‘ମିରେଜ୍‌-୨୦୦୦’ର ‘ଡାଟା ରେକର୍ଡର୍‌’ର କିଛି ଅଂଶ ଆଜି ବିମାନ ଦୁଇଟିର ଭଗ୍ନାଂଶ ମଧ୍ୟରୁ ମିଳିଛି।

‘ବ୍ଲାକ୍‌ବକ୍ସ୍‌’ ବା ‘ଫ୍ଲାଇଟ୍‌ ଡାଟା ରେକର୍ଡର୍‌’ ହେଉଛି ଗୋଟାଏ ଇଲେକ୍ଟ୍ରୋନିକ୍‌ ରେକର୍ଡିଙ୍ଗ୍‌ ଉପକରଣ ଯାହାକୁ ବିମାନ ମଧ୍ୟରେ ଖଞ୍ଜା ଯାଇଥାଏ। ଏହି ଉପକରଣ ବିମାନ ଦୁର୍ଘଟଣା କାରଣ ଜାଣିବା ଲାଗି କରାଯାଉଥିବା ତଦନ୍ତରେ ସହାୟକ ହୁଏ।

ମୁରୈନା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଆଶୁତୋଷ ବାଗ୍‌ରି କହିଛନ୍ତି, ମୁ‌ରୈନାର ପାହାଡ଼ଗଡ଼ରେ ପଡ଼ିଥିବା ବିମାନର ଭଗ୍ନାଂଶ ମଧ୍ୟରୁ ‘ମିରେଜ୍‌’ ବିମାନର ‘ବ୍ଲାକ୍‌ବକ୍ସ’ ମିଳିଥିଲା। ସେହିପରି, ‘ସୁଖୋଇ’ ବିମାନର ‘ବ୍ଲାକ୍‌ବକ୍ସ’ ମଧ୍ୟ ମିଳିଛି। ଏହାର ଆଉ କିଛି ଅଂଶ ବୋଧହୁଏ ଭରତପୁରରେ ପଡ଼ିଛି।

ଭାରତୀୟ ବାୟୁସେନାର ଉପରୋକ୍ତ ଦୁଇ ଲଢୁଆ ବିମାନ ଶନିବାର ଦିନ ମୁରୈନାରେ ତାଲିମ ଅଭିଯାନ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ବିମାନର ଦୁଇଜଣ ପାଇଲଟ୍‌ ନିରାପଦରେ ବାହାରି ଆସିଥିବା ବ‌େଳେ ଆଉ ଜଣେ ପାଇଲଟ୍‌ ଗୁରୁତର ଆହତ ହୋଇ ମୃତ୍ୟୁବରଣ କରିଥିଲେ।

ଦୁଇଟିଯାକ ଲଢୁଆ ବିମାନ ଗୋଆଲିଅର୍‌ସ୍ଥିତ ବାୟୁସେନା ଘାଟିରୁ ଉଡ଼ାଣ ଆରମ୍ଭ କରିଥିଲା। ଦୁର୍ଘଟଣାଗ୍ରସ୍ତ ବିମାନ ଦୁଇଟିର ଭଗ୍ନାଂଶ ମଧ୍ୟପ୍ରଦେଶର ମୁରୈନା ଓ ରାଜସ୍ଥାନର ଭରତପୁରରେ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe