୨୪ ଘଣ୍ଟା ପୂରିଲା: ନିଖୋଜ ବାୟୁସେନା ବିମାନର ପତ୍ତା ମିଳୁନି, ସର୍ଚ୍ଚ ଅପରେସନ୍ ଜାରି

Advertisment
୨୪ ଘଣ୍ଟା ପୂରିଲା: ନିଖୋଜ ବାୟୁସେନା ବିମାନର ପତ୍ତା ମିଳୁନି, ସର୍ଚ୍ଚ ଅପରେସନ୍ ଜାରି

Scroll.in

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ବିମାନ ଏଏନ-୩୨ ଅରୁଣାଚଳ ପ୍ରଦେଶରୁ ନିଖୋଜ ହେବାର ୨୪ ଘଣ୍ଟା ଟପି ଯାଇଥିଲେ ମଧ୍ୟ ଏଯାବତ୍ ଏହାର ସନ୍ଧାନ ମିଳିପାରି ନାହିଁ। ସଦ୍ୟତମ ସୂଚନା ଅନୁସାରେ, ବାୟୁସେନା ଓ ସ୍ଥଳସେନାର ସ୍ବତନ୍ତ୍ର ଟିମ୍ ବିମାନକୁ ଠାବ କରିବା ଲାଗି ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି। ବାୟୁସେନା ପକ୍ଷରୁ ଗୋଟିଏ ଲେଖାଏଁ ସି-୧୩୦ ଜେ ଓ ଏଏନ-୩୨ ବିମାନ ଏବଂ ଦୁଇଟି ଏମଆଇ-୧୭ ଚୋପର ମୁତୟନ କରାଯାଇଛି। ଏଥିସହ ସ୍ଥଳସେନା ପକ୍ଷରୁ ମଧ୍ୟ ହାଲୁକା ଲଢ଼ୁଆ ହେଲିକପ୍ଟର ସର୍ଚ୍ଚ ଅପରେସନରେ ନିୟୋଜିତ କରାଯାଇଛି।

publive-image Zee News India

ସୋମବାର ଆସାମର ଜୋରହାଟ ଏୟାର ବେସରୁ ବିମାନଟି ମଧ୍ୟାହ୍ନ ୧୨ଟା ୨୫ ମିନିଟରେ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ନିଖୋଜ ହୋଇଯାଇଥିଲା । ଏଥିରେ କ୍ରୁଙ୍କ ସମେତ ୧୩ ଜଣ ଥିଲେ। ସେନାବାହିନୀରେ ପରିବହନ ସେବା ଯୋଗାଉଥିବା ଏହି ଆଣ୍ଟୋନୋଭ ଏଏନ-୩୨ ନାମକ ବିମାନ ଅରୁଣାଚଳ ପ୍ରଦେଶର ମେଚୁକାକୁ ଯାତ୍ରା କରିବାର ଥିଲା। ଜୋରହାଟ ଏବଂ ମେଚୁକା ମଧ୍ୟରେ ବିମାନଟି ଯାତ୍ରା କରିବା ଲାଗି ପ୍ରାୟ ୫୦ ମିନିଟ ସମୟ ଲାଗିଥାଏ। କିନ୍ତୁ ଏହି ବିମାନ ସହିତ ଅପରାହ୍ଣ ୧ଟାରେ ଶେଷ ଥର ପାଇଁ ଏଟିସି ସହ ଯୋଗାଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe