ଚେନ୍ନାଇ: ଅପରେସନ ସିନ୍ଦୂର ସମୟରେ ପାକିସ୍ତାନୀ ଗଣମାଧ୍ୟମ ଦାବି କରିଥିଲା ଯେ ଭାରତୀୟ ମହିଳା ପାଇଲଟ ସ୍କ୍ୱାଡ୍ରନଲିଡର ଶିବାଙ୍ଗୀ ସିଂହ ପାକିସ୍ତାନୀ ସେନାର କବଜାରେ ଅଛନ୍ତି । ପାକିସ୍ତାନ ଯେଉଁ ରାଫେଲ ବିମାନ ଖସାଇଦେଇଥିଲା ତାହାକୁ ଶିବାଙ୍ଗୀ ଚଳାଉଥିଲେ । କିନ୍ତୁ ପାକିସ୍ତାନର ମିଛର ପୁଣି ଥରେ ପର୍ଦାଫାସ ହୋଇଛି।
ସ୍କ୍ୱାଡ୍ରନ୍ ଲିଡର ଶିବାଙ୍ଗୀ ହେଉଛନ୍ତି ଭାରତର ପ୍ରଥମ ରାଫେଲ୍ ମହିଳା ପାଇଲଟ୍। ଶୁକ୍ରବାର ଭାରତୀୟ ବାୟୁସେନା ତାଙ୍କୁ "କ୍ବାଲିଫାଏଡ୍ ଫ୍ଲାଇଂ ପ୍ରଶିକ୍ଷକ" ସମ୍ମାନ ପ୍ରଦାନ କରିଛି।
ଆଇଏଏଫ୍ ତାଙ୍କ ସରକାରୀ ଫଟୋଗ୍ରାଫ୍ ଜାରି କରି ପାକିସ୍ତାନର ମିଥ୍ୟା ଦାବିର ପର୍ଦ୍ଦାଫାସ କରିଛି। ଏହି ଫଟୋଗ୍ରାଫ୍ ଅକ୍ଟୋବର ୯ ତାରିଖରେ ଚେନ୍ନାଇର ତାମ୍ବରମ୍ ବାୟୁସେନା ଷ୍ଟେସନରେ ୧୫୯ତମ ଯୋଗ୍ୟ ଫ୍ଲାଇଂ ପ୍ରଶିକ୍ଷକ ପାଠ୍ୟକ୍ରମର ସମାପନୀ ସମାରୋହ ସମୟରେ ଉଠାଯାଇଥିଲା, ଯେଉଁଠାରେ ଶିବାଙ୍ଗୀ ସିଂହଙ୍କୁ ସମ୍ମାନିତ କରାଯାଇଥିଲା।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରାଫେଲ ବିମାନ ଖସାଇଥିବା ନେଇ ପାକିସ୍ତାନର ଦାବିକୁ ଭାରତର କେତେକ ଲୋକ ବିଶ୍ବାସ କରୁଥିଲେ ଓ ତାହାକୁ ନେଇ ସରକାରଙ୍କୁ ଟାର୍ଗେଟ କରୁଥିଲେ । କିନ୍ତୁ ପାକିସ୍ତାନୀ ମିଛର ପର୍ଦ୍ଦାଫାସ ହେବା ପରେ ଉକ୍ତ ଚର୍ଚ୍ଚାର ଅନ୍ତ ହେବା ଆଶା କରାଯାଉଛି ।
Follow Us