୭୬ଜଣ ଭାରତୀୟ ଏବଂ ଅନ୍ୟ ୭ଟି ଦେଶର ୩୬ଜଣ ନାଗରିକଙ୍କୁ ନେଇ ଚୀନ୍‌ରୁ ଫେରିଲା ବାୟୁସେନା ରିଲିଫ୍‌ ବିମାନ

Advertisment
୭୬ଜଣ ଭାରତୀୟ ଏବଂ ଅନ୍ୟ ୭ଟି ଦେଶର ୩୬ଜଣ ନାଗରିକଙ୍କୁ ନେଇ ଚୀନ୍‌ରୁ ଫେରିଲା ବାୟୁସେନା ରିଲିଫ୍‌ ବିମାନ

Image Source: Hindustan Times

ନୂଆଦିଲ୍ଲୀ: କରୋନାଭାଇରସ୍‌ ପ୍ରପୀଡ଼ିତ ଚୀନ୍‌ ସହର ଉହାନ୍‌ରୁ ଭାରତୀୟ ବାୟୁସେନାର ଏକ ରିଲିଫ୍‌ ବିମାନ ୭୬ଜଣ ଭାରତୀୟ ଏବଂ ଅନ୍ୟ ୭ଟି ଦେଶର ୩୬ଜଣ ନାଗରିକଙ୍କୁ ନେଇ ଫେରିଛି। ଆଜି ସକାଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି।

ଭାରତୀୟଙ୍କ ବ୍ୟତୀତ ବାଂଲାଦେଶ, ମିଆଁମାର୍‌, ମାଳଦ୍ୱୀପ, ଚୀନ୍‌, ଦକ୍ଷିଣ ଆଫ୍ରିକା, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ମାଡାଗାସ୍କର୍‌ର ନାଗରିକମାନେ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକା ନିର୍ମିତ ଭାରତୀୟ ବାୟୁସେନାର ଏହି ରିଲିଫ୍‌ ବିମାନରେ ଆସିଛନ୍ତି।

‘ସି-୧୭ ଗ୍ଲୋବ୍‌ମାଷ୍ଟର୍‌’ ନାମକ ଏହି ସାମରିକ ବିମାନରେ ଭାରତ ଚୀନ୍‌ ପାଇଁ ମାସ୍କ, ଗ୍ଲୋଭ୍‌ ଏବଂ ଅନ୍ୟାନ୍ୟ ଜରୁରୀ ଡାକ୍ତରୀ ସାମଗ୍ରୀ ପଠାଇଥିଲା। ଏହି ସାମଗ୍ରୀର ଓଜନ ପ୍ରାୟ ୧୫ ଟନ୍‌ ହେବ।

publive-image Image Source: NMS

ଉହାନ୍‌ରୁ ଅଣାଯାଇଥିବା ଲୋକମାନଙ୍କୁ ଭାରତରେ ୧୪ ଦିନ ପାଇଁ ପୃଥକ୍‌ କରି ରଖାଯିବ। ସେମାନଙ୍କ ଦେହରେ ‘କୋଭିଡ୍‌-୧୯’ ଭାଇରସ୍‌ର ଲକ୍ଷଣ ଦେଖାଯାଉଛି କି, ନାହିିଁ- ତାହା ଅନୁଧ୍ୟାନ କରାଯିବ। ଏହା ପରେ ସେମାନଙ୍କୁ ଛାଡ଼ି ଦିଆଯିବ।

ଭାରତ ପୂର୍ବରୁ ଫେବ୍ରୁଆରି ୧ ଏବଂ ୨ ତାରିଖରେ ଏୟାର୍‌ ଇଣ୍ଡିଆର ଦୁଇଟି ସ୍ୱତନ୍ତ୍ର ବିମାନରେ ୬୪୭ଜଣ ଭାରତୀୟ ଓ ୭ଜଣ ମାଳଦ୍ୱୀପ ନାଗରିକଙ୍କୁ ଉହାନ୍‌ରୁ ଆଣିଥିଲା। ଏମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ବିଦ୍ୟାର୍ଥୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe