ଭାରତୀୟ ବାୟୁସେନା ହଟାଇଲା ଆକାଶମାର୍ଗରେ ପ୍ରତିବନ୍ଧକ

ଭାରତୀୟ ବାୟୁସେନା ହଟାଇଲା ଆକାଶମାର୍ଗରେ ପ୍ରତିବନ୍ଧକ

PHOTO-IAF TWITTER

ନୂଆଦିଲ୍ଲୀ: ଵାଲାକୋଟ ଏୟାର ଷ୍ଟ୍ରାଇକ ପରେ ଭାରତ ଆକାଶ ମାର୍ଗରେ ଅସ୍ଥାୟୀ ଭାବରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି । ଭାରତୀୟ ବାୟୁସେନା ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି ଯେ ଫେବୃୟାରୀ ୨୭ ତାରିଖରେ ଭାରତ ଅଧୀନରେ ଆସୁଥିବା ସବୁ ଆକାଶମାର୍ଗରେ ପ୍ରତିବନ୍ଧକ ଲଗାଯାଇଥିଲା। ଏବେ ଏହାକୁ ହଟାଇ ଦିଆଯାଇଛି ।

ଫେବୃୟାରୀ ୧୪ରେ ପୁଲଓ୍ୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନାର ମିରାଜ ୨୦୦୦ ଲଢୁଆ ବିମାନ ପାକିସ୍ତାନ ସୀମାରେ ପଶି ଵାଲାକୋଟରେ ଥିବା ଆତଙ୍କବାଦୀ ଆଡ୍ଡାକୁ ଧ୍ବଂସ କରିଦେଇଥିଲା । ଏହି ଆକ୍ରମଣରେ ଆତଙ୍କବାଦୀ ସଂଗଠନ ଜେସ ଏ ମହମ୍ମଦର ପ୍ରଶିକ୍ଷଣ ଶିବିର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା । ଏହା ପରେ ବାୟୁସେନା ପକ୍ଷରୁ ଆକାଶମାର୍ଗରେ ପ୍ରତିବନ୍ଧକ ଲଗାଯାଇଥିଲା । ଅନ୍ୟ ପଟେ ପାକିସ୍ତାନ ବୁଧବାର ଦିନ ବାଣିଜ୍ୟିକ ଉଡାଣ ପାଇଁ ଏହାର ଆକାଶମାର୍ଗରେ ପ୍ରତିବନ୍ଧକକୁ ଜୁନ ୧୪ ତାରିଖ ଯାଏଁ ବଢ଼ାଇଦେଇଛି।

ଏହା ଫଳରେ ୟୁରୋପ ଓ ଦକ୍ଷିଣ ପୂର୍ବ ଏସିଆର ଉଡାଣ ପ୍ରଭାବିତ ହେଉଛି । କାରଣ ଭାରତର ଆକାଶମାର୍ଗକୁ ବ୍ୟବହାର କରୁଥିବା ବିଦେଶୀ ବିମାନଗୁଡ଼ିକୁ ବାଧ୍ୟ ହୋଇ ଲମ୍ବା ପଥ ଅତିକ୍ରମ କରିବାକୁ ପଡୁଡ଼ି । କାରଣ ସେମାନଙ୍କୁ ପାକିସ୍ତାନ ଉପର ଦେଇ ଯାଇହେବନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe