Advertisment

ଅନୁଷ୍କା ପ୍ରଥମ ମହିଳା ପାଇଲଟ ଭାବେ ଉଡ଼ାଇବେ ଯୁଦ୍ଧ ବିମାନ ଜଗୁଆର

Advertisment

ଭାରତୀୟ ବାୟୁସେନା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ଫ୍ଲାଇଂ ଅଫିସର ଅନୁଷ୍କା ସିଂହ ଜଗୁଆର ଫାଇଟର ଜେଟ ସ୍କ୍ବାଡ୍ରନରେ ସ୍ଥାୟୀ ଚାକିରି ପାଇଥିବା ପ୍ରଥମ ମହିଳା ପାଇଲଟ ଭାବେ ଗୌରବ ଅର୍ଜନ କରିଛନ୍ତି।

ଭାରତୀୟ ବାୟୁସେନା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ଫ୍ଲାଇଂ ଅଫିସର ଅନୁଷ୍କା ସିଂହ ଜଗୁଆର ଫାଇଟର ଜେଟ ସ୍କ୍ବାଡ୍ରନରେ ସ୍ଥାୟୀ ଚାକିରି ପାଇଥିବା ପ୍ରଥମ ମହିଳା ପାଇଲଟ ଭାବେ ଗୌରବ ଅର୍ଜନ କରିଛନ୍ତି।

dswd

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ଫ୍ଲାଇଂ ଅଫିସର ଅନୁଷ୍କା ସିଂହ ଜଗୁଆର ଫାଇଟର ଜେଟ ସ୍କ୍ବାଡ୍ରନରେ ସ୍ଥାୟୀ ଚାକିରି ପାଇଥିବା ପ୍ରଥମ ମହିଳା ପାଇଲଟ ଭାବେ ଗୌରବ ଅର୍ଜନ କରିଛନ୍ତି।

ଯୁଦ୍ଧ ବିମାନ ଉଡ଼ାଇବାକୁ ନେଇ ଅନୁଷ୍କା ସିଂହ ଚର୍ଚ୍ଚାର ପରିସରରେ ରହିଛନ୍ତି। କାରଣ ଏହା ଅନୁଷ୍କାଙ୍କ ବ୍ୟକ୍ତିଗତ ସଫଳତା ହେବା ସହିତ  ଭାରତୀୟ ବାୟୁସେନାରେ ମହିଳାଙ୍କ ଯୋଗଦାନର ଏହା ବଡ଼ ସଙ୍କେତ ଅଟେ। ଯେଉଁ ମହିଳାମାନେ ଆକାଶକୁ ଛୁଇଁବାର ସ୍ବପ୍ନ ଦେଖୁଛନ୍ତି ସେମାନଙ୍କ ପାଇଁ ଅନୁଷ୍କା ସିଂହ ପ୍ରେରଣାର ଉତ୍ସ ପାଲଟିଛନ୍ତି।

ଅନୁଷ୍କାଙ୍କ ପରିବାର ସର୍ବଦା ଦେଶର ସେବାରେ ଯୋଡ଼ି ହୋଇ ରହିଛନ୍ତି। ଅନୁଷ୍କାଙ୍କ ବାପା ଓ ଜେଜେବାପା ଭାରତୀୟ ସେନାରେ ନିଜର ଯୋଗଦାନ ଦେଇ ସାରିଛନ୍ତି। ଏହି କାରଣରୁ ଅନୁଷ୍କାଙ୍କ ମନ ଭିତରେ ପିଲାଟି ଦିନରୁ ଦେଶର ସେବା ପାଇଁ ଦୁର୍ବଳତା ରହି ଆସିଥିଲା। ଅନୁଷ୍କା ସିଂହ ଉତ୍ତରପ୍ରଦେଶର ବାସିନ୍ଦା ଥିବା ବେଳେ ୨୦୦୭ରୁ ସେ ମଙ୍ଗଲୁରରେ ରହି ଆସୁଛନ୍ତି। 

ତେବେ କିଛି ମହିଳା ପାଇଲଟ ପ୍ରଶିକ୍ଷଣ ସମୟରେ ଜଗୁଆର ଯୁଦ୍ଧ ବିମାନ ଉଡ଼ାଇଛନ୍ତି। କିନ୍ତୁ ଫ୍ଲାଇଂ ଅଫିସର ଅନୁଷ୍କା ପ୍ରଥମ ମହିଳା ଯାହାଙ୍କୁ ସ୍ଥାୟୀ ଭାବେ ଏହି ସ୍କ୍ବାଡ୍ରନରେ ସାମିଲ କରାଯାଇଛି। ଏହି ଯୁଦ୍ଧ ବିମାନ ଲକ୍ଷ୍ୟଭେଦ କରିବାରେ ଆଗୁଆ ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe