ବାୟୁସେନାର ଲଢ଼ୁଆ ବିମାନର ଆଗ୍ରା- ଲକ୍ଷ୍ନୋ ଏକ୍ସପ୍ରେସେଓ୍ଵରେ ଅବତରଣ - ଉଡାଣ ଅଭ୍ୟାସ

ବାୟୁସେନାର ଲଢ଼ୁଆ ବିମାନର ଆଗ୍ରା- ଲକ୍ଷ୍ନୋ ଏକ୍ସପ୍ରେସେଓ୍ଵରେ ଅବତରଣ - ଉଡାଣ ଅଭ୍ୟାସ

credit NDTV

ଆଗ୍ରା: ଆଜି ଆଗ୍ରା- ଲକ୍ଷ୍ନୋ ଏକ୍ସପ୍ରେସେଓ୍ଵରେ ଭାରତୀୟ ବାୟୁସେନା ପକ୍ଷରୁ ଲଢ଼ୁଆ ବିମାନ ଅବତରଣ ଓ ଉଡ଼ାଣ ଆରମ୍ଭ ହୋଇଛି। ଗତ ୨୦୧୬ ମସିହା ନଭେମ୍ବର ମାସରେ ଆଗ୍ରା- ଲକ୍ଷ୍ନୋ ଏକ୍ସପ୍ରେସେଓ୍ଵ ଲୋକାର୍ପ୍ରିତ ହେବା ପରେ ଏହି ଏକ୍ସପ୍ରେସେଓ୍ଵରେ ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ଯୁଦ୍ଧ ପରି ଜରୁରି ସମୟରେ ଯଦି କୌଣସି କାରଣରୁ ଏୟାରଷ୍ଟ୍ରିପ ଖରାପ ହୋଇଯାଏ ତେବେ ଭାରତର ଲଢ଼ୁଆ ବିମାନଗୁଡ଼ିକୁ କିପରି ଏକ୍ସପ୍ରେସେଓ୍ଵ ରେ ଉଡ଼ାଣ ସହିତ ସଫଳ ଅବତରଣ କରାଯାଇ ପାରିବ ସେ ଅଭ୍ୟାସ କରାଯାଉଛି। ଯୁଦ୍ଧ ପରି କୌଣସି ଜରୁରି ପରିସ୍ଥିିତିରେ କିପରି ଜାତୀୟ ରାଜପଥକୁ ବ୍ୟବହାର କରି ଲଢ଼ୁଆ ଜେଟ୍‌ ବିମାନ ଅବତରଣ ଓ ଉଡ଼ାଣ କରାଯାଇପାରିବ ସେ ସମ୍ପର୍କରେ ପାଇଲଟମାନଙ୍କୁ ସେମାନଙ୍କ ଦକ୍ଷତା ବୃଦ୍ଧିି ପାଇଁ ବାୟୁସେନା ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ବାୟୁସେନାର ଜଣେ ବରିଷ୍ଠ ପଦାଧିକାରୀ କହିଛନ୍ତି।

ଜରୁରି ପରିସ୍ଥିିତିରେ ଜାତୀୟ ରାଜପଥକୁ ବ୍ୟବହାର କରାଯାଇ ଭାରତୀୟ ବାୟୁସେନା କିପରି ବିମାନଗୁଡ଼ିକୁ ଅବତରଣ ଓ ଉଡ଼ାଣ କରି ପାରିବ ସେଥିପାଇଁ ଆଜି ଆଗ୍ରା- ଲକ୍ଷ୍ନୋ ଏକ୍ସପ୍ରେସେଓ୍ଵରେ ବାୟୁସେନାର ୧୭ଟି ଯୁଦ୍ଧ ବିମାନ ଅଭ୍ୟାସ କରିଛନ୍ତି। ଏହା ଫଳରେ ପାଇଲଟମାନେ ସେମାନଙ୍କ ଦକ୍ଷତା ବୃଦ୍ଧି କରି ଜରୁରି ପରିସ୍ଥିତିରେ ଜାତୀୟ ରାଜପଥର ଫାଇଦା ନେଇ ପାରିବେ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ ବାୟୁସେନାର ଉଭୟ ଲଢ଼ୁଆ ଓ ପରିବହନକାରୀ ୧୭ଟି ଏୟ୍ରାରକ୍ରାଫ୍ଟ ଏହି ଅଭ୍ୟାସରେ ଅଂଶଗ୍ରହଣ କରଛନ୍ତି। ଏଥିରେ ମିରେଜ୍‌ ୨୦୦୦, ଜାଗୁଆର, ସୁଖୋଇ ୩୦ ଓ ଏଏନ ୩୨ ପରିବହନ ବିମାନ ସାମିଲ ହୋଇଛି । ଲଢ଼ୁଆ ବିମାନଗୁଡ଼ିକର ଉଡ଼ାଣ ଓ ଅବତରଣ ଅକ୍ଟୋବର ୨୪ ତାରିଖ ଦିନ ଅନୁଷ୍ଠିତ ହେବ ବୋଲି ଦିନ ଧାର୍ଯ୍ୟ କରାଯିବା ପରେ ଏହି ରାସ୍ତାରେ ଗାଡ଼ିଚଳାଚଳ ଅକ୍ଟୋବର ୨୦ ତାରିଖରୁ ବନ୍ଦ କରି ଦିଆଯାଇଥିଲା। ଗତବର୍ଷ ନଭେମ୍ବର ମାସରେ ଯେତେବେଳେ ଏହି ଏକ୍ସପ୍ରେସେଓ୍ଵ ଲୋକାର୍ପିତ ହୋଇଥିଲା ସେତେବେଳେ ୮ଟି ଲଢ଼ୁଆ ଜେଟ୍‌ ବିମାନ ଏଠାରେ ଅବତରଣ କରିଥିଲେ।

publive-image photo credit-aajtak

ଉତ୍ତରପ୍ରଦେଶ ଏକ୍ସପ୍ରେସେଓ୍ଵ ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ଅଥରିଟିଙ୍କ ସୂତ୍ରରୁ ପ୍ରକାଶ ଯେ ଅକ୍ଟୋବର ୨୦ରୁ ୨୪ ତାରିଖ ଯାଏ ରାସ୍ତାର ୨୧୯ କିଲୋମିଟରରୁ ୨୨୪ କିଲୋମିଟର( ୫ କିଲୋମିଟର) ରାସ୍ତା ମଧ୍ୟରେ କୌଣସି ଗାଡ଼ି ଚଳାଚଳ ପାଇଁ ଅନୁମତି ଦିଆଯାଇ ନ ଥିଲା।ଏଥିପାଇଁ ଲକ୍ଷ୍ନୋ ଓ ଆଗ୍ରା ଯାଉଥିବା ଗାଡ଼ିଗୁଡ଼ିକୁ ଅଧବାଟରୁ ଏହି ୫ ଦିନ ପାଇଁ ପରିବର୍ତ୍ତନ କରାଯାଇଥିଲା ।

publive-image ohoti credit-NDTV

ବିବିସ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ୨ଟି ଯୁଦ୍ଧ ବିମାନେ ୧୯୭୧ରେ ଆଗ୍ରା ପର୍ଯ୍ୟନ୍ତ ପହଞ୍ଚିଯାଇ ଆଗ୍ରା ଏୟାର ଷ୍ଟ୍ରିପ୍‌କୁ କ୍ଷତି ପହଞ୍ଚାଇବା ପାଇଁ ଚାହିଁଥିଲେ। ମାତ୍ର ଏଥିରେ ସେମାନେ ସଫଳ ହୋଇ ନ ଥିଲେ। କାରଣ ଭାରତୀୟ ବାୟୁନୋ ପାକିସ୍ତାନ ବିମାନକୁ ଘଉଡ଼ାଇ ଦେଇଥିଲେ। ତେଣୁ ଭବିଷ୍ୟତ ପାଇଁ ଲକ୍ଷ୍ନୋ- ଆଗ୍ରା ଏକ୍ସପ୍ରେସେଓ୍ଵକୁ ପ୍ରସ୍ତୁତ କରି ରଖାଯାଉଛି। ସୂଚନାଯୋଗ୍ୟ ଯେ ଲକ୍ଷ୍ନୋ- ଆଗ୍ରା ଏକ୍ସପ୍ରେସେଓ୍ଵ ଉଭୟ ପାକିସ୍ତାନ ଓ ଚୀନର ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବାରୁ ଯେ କୌଣସି ପଡୋଶୀ ଦେଶ ସହିତ ଯୁଦ୍ଧ ବେଳେ ଏହାକୁ ବ୍ୟବହାର କରାଯାଇ ପାରିବ।
ଭାରତୀୟ ବିମାନବାହିନୀର ଲଢ଼ୁଆ ବିମାନ ଅବତ୍ତରଣ ଓ ଉଡ଼ାଣ ପାଇଁ ଏହି ଏକ୍ସପ୍ରେସେଓ୍ଵକୁ ଏୟାର ଷ୍ଟ୍ରିପ୍‌ର ରୂପ ଦିଆଯାଇଛି।

publive-image credit-HT

ଏକ୍ସପ୍ରେସେଓ୍ଵରେ ଥିବା ଛୋଟରୁ ଛୋଟ ଗର୍ତ୍ତକୁ ସିମେଣ୍ଟ କଂକ୍ରିଟ୍‌ ଦ୍ୱାରା ପୂରଣ କରାଯାଇଥିିବା ବେଳେ ସେଠାରେ ଏଡି ଅଭ୍ୟାସ ପାଇଁ ରାଡାର କଂଣ୍ଟ୍ରୋଲ,ଏୟାର ଟ୍ରାଫିକ କଂଣ୍ଟ୍ରୋଲ, ଉଦ୍‌ଧାରକାରୀ ଦଳ ଓ ଅଗ୍ନିଶମ ବିଭାଗକୁ ମୂତୟନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe