ଭାରତୀୟ ବାୟୁ ସେନା ପକ୍ଷରୁ ୪୫୦ କିଲୋ ଓଜନ ବିଶିଷ୍ଟ ସ୍ମାର୍ଟ ବୋମାର ସଫଳ ପରୀକ୍ଷା, ଗୋଟିଏ ବୋମା ଏକାଧିକ ଟ୍ୟାଙ୍କ ଉଡ଼ାଇଦେବ

Advertisment
ଭାରତୀୟ ବାୟୁ ସେନା ପକ୍ଷରୁ ୪୫୦ କିଲୋ ଓଜନ ବିଶିଷ୍ଟ ସ୍ମାର୍ଟ ବୋମାର ସଫଳ ପରୀକ୍ଷା, ଗୋଟିଏ ବୋମା ଏକାଧିକ ଟ୍ୟାଙ୍କ ଉଡ଼ାଇଦେବ

ନୂଆଦିଲ୍ଲୀ: ଗତକାଲି ଅର୍ଥାତ ରବିବାର ଦିନ ଭାରତୀୟ ବାୟୁସେନା ପକ୍ଷରୁ ପ୍ରାୟ ୧୦୦୦ ପାଉଣ୍ଡ( ପ୍ରାୟ ୪୫୦ କିଗ୍ରା) ଓଜନର ଏକ ସ୍ମାର୍ଟ ଆଣ୍ଟି-ଟ୍ୟାଙ୍କ ଗାଇଡେଡ ବୋମା ସିବିୟୁ-୧୦୫ର ସଫଳ ପରୀକ୍ଷଣ କରାଯାଇଛି । ଏହାକୁ ରାଜସ୍ଥାନର ଜୟସଲମେର ସ୍ଥିତ ପୋଖରାଣ ରେଞ୍ଜରେ ପରୀକ୍ଷା କରାଯାଇଛି । ଭାରତୀୟ ବାୟୁସେନାର ଦୁଇଟି ଜାଗୁଆର ଲଢୁଆ ବିମାନରୁ ଏହାକୁ ନିକ୍ଷେପ କରାଯାଇଥିଲା, ଯାହାକି ସଠିକ ଭାବେ ନିଜର ଲକ୍ଷ୍ୟଭେଦ କରିଥିଲା ।

ଏହାର ଟାର୍ଗେଟ ଭାବେ କେତେକ ନମୁନା ଟ୍ୟାଙ୍କକୁ ରଖାଯାଇଥିଲା । ଏହି ଗାଇଡେଡ ବୋମାକୁ ଆମେରିକାର ଟେକ୍ସଟ୍ରନ ଡିଫେନ୍ସ ସିଷ୍ଟମ୍ସ ପକ୍ଷରୁ ଉତ୍ପାଦନ କରାଯାଏ । ପରୀକ୍ଷଣ ବେଳେ ଭାରତୀୟ ବାୟୁସେନାର ଅଧିକାରୀଙ୍କ ସହ ଟେକ୍ସଟ୍ରନର ଇଂଜିନିୟରମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ବୋମାର ଟେକନିକାଲ ନାମ ହେଉଛି ସିବିୟୁ-୧୦୫ ଓ ଏହାକୁ ଗ୍ଲୋବାଲ ପୋଜିସନିଂ ସିଷ୍ଟମ୍ସ (ଜିପିଏସ) ବ୍ୟବହାର କରି ନିକ୍ଷେପ କରାଯାଇଥାଏ । ଜିପିଏସ ବ୍ୟବହାର କରୁଥିବାରୁ ଏହା ନିର୍ଭୁଲଭାବେ ନିଜର ଲକ୍ଷ୍ୟ ଭେଦ କରିଥାଏ । ଏପିରିକି ଏହା ମେଘୁଆ ପାଗରେ ମଧ୍ୟ ନିଜର ଲକ୍ଷ୍ୟଭେଦ କରିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe