ବାୟୁସେନାର ଲଢ଼ୁଆ ସୁଖୋଇ ଓ ହକ୍‌ ଜେଟ୍‌ ପୂର୍ବ ଭାରତର ୬ଟି ବେସାମରିକ ବିମାନ ବନ୍ଦରରେ କଲେ ସମରାଭ୍ୟାସ; ଅବତରଣ କରିବା ସହ ଭରିଲେ ଉଡ଼ାଣ

ବାୟୁସେନାର ଲଢ଼ୁଆ ସୁଖୋଇ ଓ ହକ୍‌ ଜେଟ୍‌ ପୂର୍ବ ଭାରତର ୬ଟି ବେସାମରିକ ବିମାନ ବନ୍ଦରରେ କଲେ ସମରାଭ୍ୟାସ; ଅବତରଣ କରିବା ସହ ଭରିଲେ ଉଡ଼ାଣ

Zee India News

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଅତ୍ୟାଧୁନିକ ଲଢ଼ୁଆ ସୁଖୋଇ ସୁ-୩୦ ଏମ୍‌କେଆଇ ଓ ହକ୍‌ ଏମ୍‌କେ-୧୩୨ ଜେଟ୍‌ ବିମାନ ଆଜି ପୂର୍ବ ଭାରତର ୬ଟି ବେସାମରିକ ବିମାନ ବନ୍ଦରରେ ନିଜର ଉଡ଼ାଣ ଅଭ୍ୟାସ କରିଛନ୍ତି। ଭାରତୀୟ ବାୟୁସେନାର ଇଷ୍ଟର୍ଣ୍ଣ ଏୟାର କମାଣ୍ଡ ନେତୃତ୍ୱରେ ସଂପନ୍ନ ହୋଇଥିବା ଏହି ଉଡ଼ାଣ ସମରାଭ୍ୟାସରେ ବାୟୁସେନାର ଲଢ଼ୁଆ ସୁଖୋଇ ଓ ହକ୍‌ ଜେଟ୍‌ ବିମାନ ସବୁ ବେସାମରିକ ବିମାନ ବନ୍ଦରଗୁଡ଼ିକରେ ଅବତରଣ କରିବା ସହ ସେଠାରୁ ଉଡ଼ାଣ ମଧ୍ୟ ଭରିଥିଲେ। ପୂର୍ବ ଭାରତର ଦିମାପୁର (ଅରୁଣାଚଳ ପ୍ରଦେଶ), ପାସିଘାଟ (ଅରୁଣାଚଳ ପ୍ରଦେଶ), ଇମ୍ଫାଲ (ମଣିପୁର), ଗୌହାଟି (ଆସାମ), କୋଲକାତା (ପଶ୍ଚିମବଙ୍ଗ) ଓ ଅନ୍ଦାଲ (ପଶ୍ଚିମବଙ୍ଗ) ବେସାମରିକ ବିମାନ ବନ୍ଦରଗୁୂଡ଼ିକରେ ଭାରତୀୟ ବାୟୁସେନାର ଲଢ଼ୁଆ ଜେଟ୍‌ଗୁଡ଼ିକ ଅବତରଣ କରିବା ସହ ଉଡ଼ାଣ ଭରିବାର ଅଭ୍ୟାସ କରିଥିଲେ।

publive-image Times of India

ପ୍ରଥମ ପର୍ଯ୍ୟାୟରେ ବେସାମରିକ ବିମାନ ବନ୍ଦରରେ ଭାରତୀୟ ବାୟୁସେନାର ଏହି ଅଭ୍ୟାସ ଅକ୍ଟୋବାର ୧୬ରୁ ୧୯ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଅକ୍ଟୋବର ୨୯ରୁ ନଭେମ୍ବର ୧ ତାରିଖ ପଯ୍ୟନ୍ତ ଚାଲିବ ବୋଲି କହିଛନ୍ତି ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ମୁଖପାତ୍ର ଓ୍ଵିଙ୍ଗ୍‌ କମାଣ୍ଡର ରତ୍ନାକର ସିଂହ। ଏଥିସହ ଜରୁରୀକାଳିନ ପରିସ୍ଥିତି ଉପୁଜିଲେ ବାୟୁସେନାର ପାଇଲଟମାନେ ଆବଶ୍ୟକତା ସ୍ଥଳେ ବେସାମରିକ ବିମାନ ବନ୍ଦରଗୁଡ଼ିକରୁ କିପରି ଢ଼ଙ୍ଗରେ ନିଜର କର୍ତ୍ତବ୍ୟ ସଂପାଦନ କରିବା ସହ ଲଢ଼ୁଆ ଜେଟ୍‌ଗୁଡ଼ିକର ଅବତରଣ କରାଇବା ସହ ଉଡ଼ାଣ ଭରିବେ ସେଥିସହ ଅଭ୍ୟସ୍ତ କରାଇବା ଉଦ୍ଦେଶ୍ୟରେ ଏହି ଅଭ୍ୟାସ କାର୍ଯ୍ୟକ୍ରମର ଆୟୋଜନ କରା ଯାଇଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe