ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଏକ ସୁଖୋଇ ଏସ୍‌ୟୁ-୩୦ ଏମ୍‌କେଆଇ ଯୁଦ୍ଧ ବିମାନ ଗୁରୁବାର ଆସାମର କାର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଏଥିରେ ଥିବା ଦୁଇଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି। ବିମାନଟି ରୁଟିନ୍‌ ପ୍ରଶିକ୍ଷଣରେ ଥିବାବେଳେ ଗୁରୁବାର ସନ୍ଧ୍ୟାରେ ଜୋରହାଟ୍‌ରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ମଧ୍ୟରେ ରାଡାର ସହିତ ଏହାର ସମ୍ପର୍କ ଛିନ୍ନ ହୋଇଥିଲା। ଜୋରହାଟ ବାୟୁସେନା ଘାଟିଠାରୁ ଦୁର୍ଘଟଣା ଘଟିଥିବା ସ୍ଥାନ ୬୦ କିମି ଦୂର ହୋଇଥିବାବେଳେ ଏହା ପାହାଡ଼ିଆ ଘଞ୍ଚ ଜଙ୍ଗଲିଆ ଅଞ୍ଚଳ ବୋଲି ଜଣାପଡ଼ିଛି।

Advertisment

ସୂଚନାଯୋଗ୍ୟ, ବିମାନଟି ଗୁରୁବାର ଆସାମର ଜୋରହାଟରୁ ଉଡ଼ାଣ ଆରମ୍ଭ କରିଥିଲା ଏବଂ ସନ୍ଧ୍ୟା ୭.୪୨ରେ ବିମାନଟି ରାଡାର୍‌ ସଂପର୍କରୁ ବିଚ୍ଛିନ୍ନ ହୋଇଥିଲା ବୋଲି ଭାରତୀୟ ବାୟୁସେନା ଏକ୍ସରେ ଏକ ପୋଷ୍ଟ୍‌ କରି ସୂଚନା ଦେଇଥିଲା। ଜଣେ ଫାଇଟର ପାଇଲଟ ନିଖୋଜ ଥିବା ଏବଂ ବିମାନଟିକୁ ଖୋଜିବାପାଇଁ ବାୟୁସେନା ଟିମ୍‌ ମୁତୟନ ହୋଇଥିବା କୁହାଯାଇଥିଲା। ଏହି ଖବର ପରେ ବାୟୁସେନା ପକ୍ଷରୁ ତୁରନ୍ତ ଏକ ବ୍ୟାପକ ତଲାସୀ ଓ ଉଦ୍ଧାର ଅପରେସନ୍ ଆରମ୍ଭ କରିଥିଲା।

ଆହୁରି ପଢ଼ନ୍ତୁ: Iran-US war: ଇରାନ-ଆମେରିକା ଯୁଦ୍ଧ: କୁଏତ୍‌ରେ ଦୂତାବାସ ବନ୍ଦ କଲା ଆମେରିକା