ଅଧିକ ଲଢୁଆ ବିମାନ ସାମିଲ୍ ପାଇଁ ଯୋଜନା ଥିବାରୁ ରାଫେଲ୍ ପ୍ରକଳ୍ପ ସମୀକ୍ଷା ନିମନ୍ତେ ଫ୍ରାନ୍‌ସ୍‌ରେ ଭାରତୀୟ ବାୟୁସେନା ଟିମ୍

ଅଧିକ ଲଢୁଆ ବିମାନ ସାମିଲ୍ ପାଇଁ ଯୋଜନା ଥିବାରୁ ରାଫେଲ୍ ପ୍ରକଳ୍ପ ସମୀକ୍ଷା ନିମନ୍ତେ ଫ୍ରାନ୍‌ସ୍‌ରେ ଭାରତୀୟ ବାୟୁସେନା ଟିମ୍

Image Courtesy of Hindustan Times

ନୂଆଦିଲ୍ଲୀ: ରାଫେଲ୍ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା ନିମନ୍ତେ ଜଣେ ଟୁ-ଷ୍ଟାର୍‌ ଅଧିକାରୀଙ୍କ ନେତୃତ୍ବରେ ଭାରତୀୟ ବାୟୁସେନାର ଏକ ଟିମ୍ ସମ୍ପ୍ରତି ଫ୍ରାନ୍‌ସ୍‌ରେ ଅଛନ୍ତି ବୋଲି ଏ ସଂକ୍ରାନ୍ତରେ ଅବଗତ ଥିବା ଜଣେ ସରକାରୀ ଅଧିକାରୀ ଆଜି କହିଛନ୍ତି । ଏହାଛଡ଼ା, ଆଗାମୀ ଅଳ୍ପ କେତେ ସପ୍ତାହ ମଧ୍ୟରେ ରାଫେଲ୍ ଲଢୁଆ ବିମାନର ଦ୍ବିତୀୟ ବ୍ୟାଚ୍‌ ଅମ୍ବାଲା ଘାଟିରେ ପହଞ୍ଚିବ ବୋଲି ସେ ସୂଚନା ଦେଇଛନ୍ତି।

ଏହି ପ୍ରକଳ୍ପ ନିମନ୍ତେ ପୂର୍ବ ନିର୍ଦ୍ଧାରିତ ସମୀକ୍ଷା ସମୟ ଅନୁସାରେ, ଏ ସପ୍ତାହ ପ୍ରାରମ୍ଭରେ ବାୟୁସେନା ପ୍ରକଳ୍ପ ବିଭାଗର ଏୟାର୍‌ ଷ୍ଟାଫ୍‌ ସହକାରୀ ମୁଖ୍ୟଙ୍କ ନେତୃତ୍ବରେ ଏହି ଟିମ୍ ଫ୍ରାନ୍‌ସ୍‌ରେ ପହଞ୍ଚିଥିଲା ବୋଲି ସମ୍ପୃକ୍ତ ଅଧିକାରୀଜଣକ ସୂଚନା ଦେଇଛନ୍ତି।

publive-image Image Courtesy of India Sentinels

ଏହା ବ୍ୟତିରେକ‌େ,  ଆସନ୍ତା ଅଳ୍ପ କେତେ ସପ୍ତାହ ମଧ୍ୟରେ ପରବର୍ତ୍ତୀ ବ୍ୟାଚ୍‌ରେ ତିନି କିମ୍ବା ଚାରିଟି ରାଫେଲ୍‌ ଜେଟ୍‌ ଆସି ଭାରତରେ ପହଞ୍ଚିବ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି । ଏଥିଲାଗି ତାରିଖ ସ୍ଥିର କରାଯାଉଛି ।

ଭାରତ ସମୁଦାୟ ୩୬ଟି ରାଫେଲ୍ ଜେଟ୍‌ ଲାଗି ବରାଦ ଦେଇଥିବା ବେଳେ ଜୁଲାଇ ୨୯ ତାରିଖ ଦିନ ୫ଟି ରାଫେଲ୍‌ ଆସି ଅମ୍ବାଲା ଏୟାର୍‌ବେସ୍‌ରେ ପହଞ୍ଚିଛି। ତେଣୁ, ପ୍ରତି ଦୁଇ ମାସରେ ତିନି/ଚାରିଟି ରାଫେଲ୍ ଆସି ପହଞ୍ଚିବ ବୋଲି ଭାରତୀୟ ବାୟୁସେନା ଆଶା କରୁଛି ।

ଫ୍ରାନ୍‌ସ୍‌ରୁ ରାଫେଲ୍‌ ଜେଟ୍‌ କ୍ରୟ କରିବା ଲାଗି ଭାରତ ସରକାର ୨୦୧୬ ସେପ୍ଟେମ୍ବରରେ ସେଠାକାର ସରକାରଙ୍କ ସହ ୫୯,୦୦୦ କୋଟି ଟଙ୍କାର ରାଜିନାମା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe