ଦୁଇଟି ବ୍ରହ୍ମୋସ୍‌ ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌ ପରୀକ୍ଷା କଲା ବାୟୁସେନା

Advertisment
ଦୁଇଟି ବ୍ରହ୍ମୋସ୍‌ ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌ ପରୀକ୍ଷା କଲା ବାୟୁସେନା

Image Source: Zee News

ନୂଆଦିଲ୍ଲୀ: ଅକ୍ଟୋବର ୨୧ ଏବଂ ୨୨ ତାରିଖ ଦିନ ନିୟମିତ ତାଲିମ ଅଭିଯାନର ଅଂଶସ୍ୱରୂପ ଭାରତୀୟ ବାୟୁସେନା ଭୂପୃଷ୍ଠରୁ ଭୂପୃଷ୍ଠକୁ ଗତି କରୁଥିବା ଦୁଇଟି ବ୍ରହ୍ମୋସ୍‌ ସୁପର୍‌ସୋନିକ୍‌ କ୍ରୁସ୍‌ ମିସାଇଲ୍‌ ପରୀକ୍ଷା କରିଛି। ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଟ୍ରାକ୍‌ ଦ୍ୱୀପରୁ ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ପରୀକ୍ଷା କରାଯାଇଛି।

୩୦୦ କିଲୋମିଟର ଦୂରରେ ଥିବା ନିର୍ଦ୍ଧାରିତ ମକ୍‌ ଟାର୍ଗେଟ୍‌କୁ ଉଭୟ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ସିଧାସଳଖ ଭେଦ କରିଥିଲେ। ଭାରତୀୟ ବାୟୁସେନା କହିବା ଅନୁସାରେ, ମୋବାଇଲ୍‌ ପ୍ଲାଟ୍‌ଫର୍ମରୁ ଭୂପୃଷ୍ଠରେ ଥିବା ଲକ୍ଷ୍ୟସ୍ଥଳକୁ ଠିକ୍‌ ଭାବେ ଭେଦ କରୁଥିବା ଏହି କ୍ଷେପଣାସ୍ତ୍ର ଭାରତୀୟ ବାୟୁସେନାର ସାମର୍ଥ୍ୟକୁ ଆହୁରି ବଢ଼ାଇ ଦେଇଛି।

publive-image

ଅଭିଯାନର ସମ୍ମୁଖ ଭାଗରେ ବାହାରୁଥିବା ସୁଖୋଇ-୩୦ଏମ୍‌କେଆଇର ଲଢୁଆ ବିମାନରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ଲାଗି ସାରିଛି। ଏହାଛଡ଼ା ବ୍ରହ୍ମୋସ୍‌-ଏ କ୍ଷେପଣାସ୍ତ୍ର ବହନ କରିବା ଲାଗି ଆଗାମୀ ତିନି ବର୍ଷ ମଧ୍ୟରେ ୪୨ ସୁଖୋଇ-୩୦ଏମ୍‌କେଆଇ ବିମାନ ପ୍ରସ୍ତୁ ହୋଇଯିବ।

୮-୮.୨ ମିଟର ଦୀର୍ଘ ବ୍ରହ୍ମୋସ ମିଳିତ ଭାବେ ଭାରତ ଓ ରୁଷ୍‌ ଦ୍ୱାରା ବିକଶିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe