ଲଢୁଆ ବିମାନ ସଂଖ୍ୟା ବୃଦ୍ଧି କରିବା ଲାଗି ୨୪ଟି ପୁରୁଣା ‘ମିରେଜ୍‌’ କିଣିବ ଭାରତୀୟ ବାୟୁସେନା: ରିପୋର୍ଟ

Advertisment
ଲଢୁଆ ବିମାନ ସଂଖ୍ୟା ବୃଦ୍ଧି କରିବା ଲାଗି ୨୪ଟି ପୁରୁଣା ‘ମିରେଜ୍‌’ କିଣିବ ଭାରତୀୟ ବାୟୁସେନା: ରିପୋର୍ଟ

Image Courtesy of Zee News

ନୂଆଦିଲ୍ଲୀ: ଚତୁର୍ଥ ପର୍ଯ୍ୟାୟରେ ବିକଶିତ ହୋଇ ସମ୍ପ୍ରତି ପୁରୁଣା ହୋଇ ଆସୁଥିବା ‘ଲଢୁଆ ବିମାନ ସମୂହ’କୁ ସୁଦୃଢ଼ କରିବା ଲାଗି ଭାରତୀୟ ବାୟୁସେନା ‘ଡାସୋ ଏଭିଏସନ୍‌’ଦ୍ବାରା ନିର୍ମିତ ୨୪ଟି ବ୍ୟବହୃତ ‘ମିରେଜ୍‌ ୨୦୦୦’ ଲଢୁଆ ବିମାନ ଖରିଦ କରିଦ କରିବାକୁ ଉଦ୍ୟମ କରୁଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।

ଉପରୋକ୍ତ ଲଢୁଆ ବିମାନ ଖରିଦ କରିବା ଲାଗି ଭାରତୀୟ ବାୟୁସେନା ଭାରତ ‘୨୭ ନିୟୁତ ୟୁରୋ’ ମୂଲ୍ୟର ଚୁକ୍ତି କରିଛି। ସେହି ହିସାବରେ ପ୍ରତି ବିମାନର ମୂଲ୍ୟ ୧.୨୫ ନିୟୁତ ୟୁରୋ ବୋଲି କୁହାଯାଉଛି। ୨୪ଟି ‘ମିରେଜ୍‌ ୨୦୦୦’ରୁ ୧୩ଟିର ଇଞ୍ଜିନ୍‌ ଏବଂ ଏୟାର୍‌ଫ୍ରେମ୍‌ ଠିକ୍‌ ଅଛି ଓ ସେଥିରୁ ୮ଟି ଉଡ଼ିବା ଅବସ୍ଥାରେ ଅଛି।  ବାକି ୧୧ଟି ବିମାନ ଇନ୍ଧନ ଟାଙ୍କି ଏବଂ ‘ଇଜେକ୍‌ସନ୍‌ ସିଟ୍‌’ ଛଡ଼ା ଆଉ ସବୁ ଠିକ୍‌ଠାକ୍ ଅଛି। କେତୋଟି କଣ୍ଟେନର୍‌ ଯୋଗେ ଲଢୁଆ ବିମାନଗୁଡ଼ିକୁ ଭାରତକୁ ପଠାଯିବ ବୋଲି ରାଜିନାମା ସମ୍ପର୍କରେ ଅବଗତ ସୂତ୍ରରୁ ଜଣାପଡ଼ିଛି।

publive-image Image Courtesy of News18

୨୦୧୯ ବାଲାକୋଟ୍‌ ଅଭିଯାନରେ ଅସାଧାରଣ ଦକ୍ଷତା ପ୍ରଦର୍ଶନ କରିଥିବା ଭାରତୀୟ ବାୟୁସେନାର ୩୫ ବର୍ଷ ପୂରାତନ ‘ମିରେଜ୍‌ ଲଢୁଆ ବିମାନ ସମୂହ’ର ଉନ୍ନତିକରଣ କରାଯାଉଛି। ଖରିଦ କରାଯିବାକୁ ଥିବା ୨୪ଟି ବ୍ୟବହୃତ ‘ମିରେଜ୍‌’ ବିମାନ ପାଇଁ ୩୦୦ଟି ଗୁରୁତ୍ବପୂର୍ଣ୍ଣ ଯନ୍ତ୍ରାଂଶ ତୁରନ୍ତ ଆବଶ୍ୟକ ହେବ। ଫ୍ରାନ୍‌ସ୍‌ରେ ଥିବା ଉକ୍ତ ଲଢୁଆ ବିମାନଗୁଡ଼ିକ ପୁରୁଣାକାଳିଆ ହୋଇଯାଇଥିବା କଥା ଏ ବିଷୟରେ ଅବଗତ ଥିବା ଲୋକେ କହୁଛନ୍ତି। କିନ୍ତୁ, ଭାରତୀୟ ବାୟୁସେନାର ଚିଫ୍‌ ଏୟାର୍‌ମାର୍ସାଲ୍‌ ଆର୍‌କେଏସ୍‌ ଭଦୌରିଆ ସେଗୁଡ଼ିକୁ କିଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe