ବାୟୁସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ, ଓ୍ଵିଙ୍ଗ କମାଣ୍ଡର ମୃତ

Advertisment
ବାୟୁସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ, ଓ୍ଵିଙ୍ଗ କମାଣ୍ଡର ମୃତ

Image : Twitetr

ପାତିଆଲା : ଭାରତୀୟ ବାୟୁସେନାର ଏକ ପିପିଷ୍ଟ୍ରେଲ ଭାଇରସ ଏସଡବ୍ଲୁ-୮୦ ତାଲିମ ବିମାନ ସୋମବାରଦିନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ଜଣେ ବାୟୁସେନା ପାଇଲଟ ମୃତ୍ୟୁବରଣ କରିବା ସହ ଜଣେ ଏନସିସି କ୍ୟାଡେଟ ଆହତ ହୋଇଥିବା ଜଣାଯାଇଛି ।
ମିଳିଥିବା ସୂଚନା ଅନୁସାରେ ଏହି ଦୁର୍ଘଟଣା ପାତିଆଲାରେ ଥିବା ସେନା କାଣ୍ଟନମେଣ୍ଟ ଅଞ୍ଚଳରେ ହୋଇଛି । ପାତିଆଲା ଆଭିଏସନ କ୍ଲବରୁ ଏହି ବିମାନ ଉଡ଼ିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

publive-image

ଏହି ଘଟଣାରେ ଓ୍ଵିଙ୍ଗ କମାଣ୍ଡର ଜିଏସ ଚିମାଙ୍କ ମୃତ୍ୟୁହୋଇଛି । ଓ୍ଵିଙ୍ଗ କମାଣ୍ଡର ଚିମା ସ୍ଥାନୀୟ ଏକ ଏନସିସି ୟୁନିଟକୁ ଡେପୁଟେସନରେ ଆସିଥିଲେ । ସେହିପରି ଆହତ ହୋଇଥିବା ଏନସିସି କ୍ୟାଡେଟଙ୍କ ନାଁ ବିପିନ କୁମାର ଯାଦବ ଓ ସେ ପାତିଆଲାର ମହିନ୍ଦ୍ରା କଲେଜର ଛାତ୍ର ବୋଲି ଜଣାପଡ଼ିଛି । ଏହି ଦୁର୍ଘଟଣାର କାରଣ ଜାଣିବା ଲାଗି ବାୟୁସେନା ପକ୍ଷରୁ ଏକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।
ଗତକାଲି ଗୋଆରେ ଭାରତୀୟ ନୌସେନାର ଏକ ମିଗ୍‌୨୯କେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଏଥିରେ ପାଇଲଟ ଅଳ୍ପକେ ବର୍ତ୍ତିଯାଇଥିଲେ । ଗୋଆର ଭାସ୍କୋ ନୈସେନା ଘାଟିରୁ ଏହା ଉଡ଼ାଣ ଭରିବା ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe