Image Source: Zee News
ନୂଆଦିଲ୍ଲୀ: ଉହାନ୍ରେ ଥିବା ଅବଶିଷ୍ଟ ଭାରତୀୟ ନାଗରିକଙ୍କୁ ଆଣିବା ଲାଗି ଆଜି ଚୀନ୍ ଅଭିମୁଖେ ଯିବାକୁ ଥିବା ଭାରତୀୟ ବାୟୁସେନାର ବିମାନ ଯାତ୍ରାରେ ବିଳମ୍ବ ଘଟିଛି। ବୈଷୟିକ କାରଣରୁ ବିମାନ ଯାତ୍ରା ବିଳମ୍ବ ହୋଇଥିବା କଥା ଉହାନ୍ରେ ଥିବା ଭାରତୀୟ ନାଗରିକମାନଙ୍କୁ ଜଣାଇ ଦିଆଯାଇଛି। ଉହାନ୍ ହେଉଛି କରୋନାଭାଇରସ୍ର ସଂକ୍ରମଣର କେନ୍ଦ୍ରସ୍ଥଳ।
ଉହାନ୍ରେ ଥିବା ଆହୁରି କିଛି ଭାରତୀୟ ନାଗରିକମାନଙ୍କୁ ସ୍ଥାନାନ୍ତର କରିବାକୁ ଗୁରୁବାର ଦିନ ବାୟୁସେନାର ସି-୧୭ ବିମାନ ଚୀନ୍ ଯାତ୍ରା କରିବ। ଭାରତୀୟ ବାୟୁସେନାର ସବୁଠୁ ବଡ଼ ବିମାନ ସି-୧୭ ଗ୍ଲୋବ୍ମାଷ୍ଟର୍ରେ ଚୀନ୍କୁ ଭାରତ ବିପୁଳ ପରିମାଣର ଡକ୍ତାରୀ ଚିକିତ୍ସା ସାମଗ୍ରୀ ପଠାଇବାକୁ ସ୍ଥିର କରିଥିଲା।
Image Source: Hindustan Timesପୂର୍ବରୁ ଏୟାର୍ ଇଣ୍ଡିଆର ଏକ ବିମାନ ଉହାନ୍ରୁ ୨୪୮ଜଣ ଭାରତୀୟ ନାଗରିକଙ୍କୁ ସ୍ଥାନାନ୍ତର କରିଥିଲା।
ବୁଧବାର ରାତି ସୁଦ୍ଧା ଚୀନ୍ରେ କରୋନାଭାଇରସ୍ ସଂକ୍ରମଣରେ ଆଉ ୧୧୪ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁବାର ସୁଦ୍ଧା ଚୀନ୍ରେ ଏହି ଭୂତାଣୁ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ୨, ୧୧୮ ବୋଲି ଚୀନ୍ର ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି। ଏବେ ସମଗ୍ର ଚୀନ୍ରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୪, ୫୭୬ ବୋଲି ଜଣାପଡ଼ିଛି।
Follow Us