ବାଗପତ ପାଖରେ ବାୟୁସେନା ବିମାନ ଦୁର୍ଘଟନା; ଦୁଇ ପାଇଲଟ୍‌ ନିରାପଦ

Advertisment
ବାଗପତ ପାଖରେ ବାୟୁସେନା ବିମାନ ଦୁର୍ଘଟନା; ଦୁଇ ପାଇଲଟ୍‌ ନିରାପଦ

ମିରଟ: ଶୁକ୍ରବାର ସକାଳେ ବାଗପତ ନିକଟରେ ଭାରତୀୟ ବାୟୁସେନାର ଗୋଟିଏ ମାଇକ୍ରୋଲାଇଟ୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ସମସ୍ତ ବାୟୁସେନା କର୍ମଚାରୀ ନିରାପଦ ଅଛନ୍ତି।

ଦୁର୍ଘଟନାଗ୍ରସ୍ତ ବିମାନଟିକୁ ପାରାଚ୍ୟୁଟ୍‌ ଯୋଗେ ନିରାପଦରେ ତଳକୁ ଓହ୍ଲାଇ ଦିଆଯାଇ ଥିଲା। ଠିକଣା ସମୟରେ ସେଥିରେ ଥିବା ଦୁଇ ଜଣ ପାଇଲଟ୍‌ ବାହାରି ଆସିଥିଲେ।

ପିପିଷ୍ଟ୍ରେଲ୍‌ ଲାଇଟ୍‌ ଏୟାର୍‌କ୍ରାଫ୍‌ଟି ସ୍ଲୋଭେନିଆରେ ନିର୍ମିତ ହୋଇଥିଲା।

ଅବ୍‌ଜର୍‌ଭେସନ୍‌ ଡିୟୁଟି ପାଇଁ ଭାରତୀୟ ବାୟୁସେନା ମାଇକ୍ରୋଲାଇଟ୍‌ ବିମାନ ବ୍ୟବହାର କରେ।

ଦୁର୍ଘଟନାର କାରଣ ଆକଳନ କରିବାକୁ କୋର୍ଟ ଅଫ୍‌ ଇକ୍ୱାରି ନିମନ୍ତେ ଆଦେଶ ଦିଆଯାଇଛି।

ତିନି ବର୍ଷ ତଳେ ଭାରତୀୟ ବାୟୁସେନା ୮୦ଟୀ ସ୍ଲୋଭେନିଆ ନିର୍ମିତ ମାଇକ୍ରୋଲାଇଟ୍‌ ବିମାନ ଖରିଦ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe