ଗଙ୍ଗା ଏକ୍ସପ୍ରେସ୍‌-ୱେରେ ବାୟୁସେନାର ଶକ୍ତି ପ୍ରଦର୍ଶନ: ଗର୍ଜିଲା ରାଫେଲ, ସୁଖୋଇ, ମିରାଜ

Advertisment

ଉତ୍ତରପ୍ରଦେଶର ଶାହାଜାନପୁରର ଗଙ୍ଗା ଏକ୍ସପ୍ରେସ୍‌-ୱେରେ ଆଜି ଭାରତୀୟ ବାୟୁସେନାର ଲଢ଼ୁଆ ବିମାନଗୁଡ଼ିକ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି। ୩.୫ କିମି ଲମ୍ବର ଏହି ଏୟାରଷ୍ଟ୍ରିପ୍‌ରେ ଜାଗୁଆର, ମିରାଜ ଭଳି ୧୫ଟି ଲଢ଼ୁଆ ବିମାନ ଦମ୍‌ ଦେଖାଇଛନ୍ତି।

ଉତ୍ତରପ୍ରଦେଶର ଶାହାଜାନପୁରର ଗଙ୍ଗା ଏକ୍ସପ୍ରେସ୍‌-ୱେରେ ଆଜି ଭାରତୀୟ ବାୟୁସେନାର ଲଢ଼ୁଆ ବିମାନଗୁଡ଼ିକ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି। ୩.୫ କିମି ଲମ୍ବର ଏହି ଏୟାରଷ୍ଟ୍ରିପ୍‌ରେ ଜାଗୁଆର, ମିରାଜ ଭଳି ୧୫ଟି ଲଢ଼ୁଆ ବିମାନ ଦମ୍‌ ଦେଖାଇଛନ୍ତି।

scscxxdf

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଶାହାଜାନପୁରର ଗଙ୍ଗା ଏକ୍ସପ୍ରେସ୍‌-ୱେରେ ଆଜି ଭାରତୀୟ ବାୟୁସେନାର ଲଢ଼ୁଆ ବିମାନଗୁଡ଼ିକ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି। ୩.୫ କିମି ଲମ୍ବର ଏହି ଏୟାରଷ୍ଟ୍ରିପ୍‌ରେ ଜାଗୁଆର, ମିରାଜ ଭଳି ୧୫ଟି ଲଢ଼ୁଆ ବିମାନ ଦମ୍‌ ଦେଖାଇଛନ୍ତି। ପ୍ରଥମେ ସି-୧୩୦ଜେ ସୁପର ହର୍କୁଲେସ୍‌ ବିମାନ ଏକ୍ସପ୍ରେସ-ୱେରେ ‘ଟଚ୍‌ ଆଣ୍ଡ୍‌ ‌ଗୋ’ ସୋ’ କରିଥିଲା। ଏହା ପରେ ଜଗୁଆର୍‌, ମିଗ୍ ଏବଂ ରାଫେଲ ଆଦି ବିମାନ ଦେଖିବାକୁ ମିଳିଥିଲା। ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ଲଢ଼ୁଆ ବିମାନଗୁଡ଼ିକ ସେମାନଙ୍କ ଅଭ୍ୟାସ ଜାରି ରଖିଥିଲେ। 

ସନ୍ଧ୍ୟା ୭ଟାରୁ ରାତି ୧୦ଟ ପର୍ଯ୍ୟନ୍ତ ମଧ୍ୟ ଏଠାରେ ବିମାନ ଅବତରଣ ଏବଂ ଉଡ଼ାଣ କରାଯାଇଛି। ଗଙ୍ଗା ଏକ୍ସପ୍ରେସ୍‌-ୱେ ଉତ୍ତରପ୍ରଦେଶର ଚତୁର୍ଥ ଏକ୍ସପ୍ରେସ୍‌-ୱେ ଯେଉଁଥିରେ ବିମାନ ଅବତରଣ ଓ ଉଡ଼ାଣ ବ୍ୟବସ୍ଥା ରହିଛି। ଏଥିସହିତ ରାତିରେ ବିମାନ ଅବତରଣ କରିବାର ପ୍ରଥମ ଏକ୍ସପ୍ରେସ୍‌-ୱେରେ ଏହା ପରିଣତ ହୋଇଛି। ଗଙ୍ଗା ଏକ୍ସପ୍ରେସ୍‌-ୱେକୁ ୩୬୨୩୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଛି। ଏହାର ଲମ୍ବ ୫୯୪ କିମି। ମିରଟରୁ ପ୍ରୟାଗରାଜ ପର୍ଯ୍ୟନ୍ତ ଲମ୍ବିଥିବା ଏହି ଏକ୍ସପ୍ରେସ୍‌-ୱେର ୮୫ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି। ଘଟଣାସ୍ଥଳର ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଯୁଦ୍ଧ କିମ୍ବା ଜାତୀୟ ଜରୁରିକାଳୀନ ପରିସ୍ଥିତିରେ ବିକଳ୍ପ ରନ୍‌ୱେ ଭାବରେ ଏକ୍ସପ୍ରେସ୍‌ୱେର ସାମର୍ଥ୍ୟ ଆକଳନ କରିବା ପାଇଁ ଡିଜାଇନ୍ କରାଯାଇଥିବା ଏକ ବ୍ୟାପକ ଅଭ୍ୟାସର ଅଂଶ ଭାବରେ ବାୟୁସେନା ବିମାନ ଏକ୍ସପ୍ରେସ୍‌-ୱେ ଉପରେ ଚକ୍କର କାଟୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe