ଏହି ଆଇଏଏସ ଅଧିକାରୀ ପାରିଶ୍ରମିକ ନିଅନ୍ତି ମାତ୍ର ୧ ଟଙ୍କା

Advertisment

୮କୋଟି ଟଙ୍କାର ବଡ଼ ବ୍ୟବସାୟ ଛାଡ଼ି ଭାରତୀୟ  ପ୍ରଶାସନିକ ସେବାର ଅଧିକାରୀ ହୋଇଥିବା  ଅମିତ କଟାରିଆଙ୍କ ଦରମା ମାତ୍ର ୧ଟଙ୍କା। କଳା ଚଷମା ପିନ୍ଧି ମୋଦୀଙ୍କ ସହିତ ହାତ ମିଳାଇ ଥିବାରୁ ତାଙ୍କ ବିରୋଧରେ ଜାରି ହୋଇଥିଲା କାରଣ ଦର୍ଶଅ ନୋଟିସ।

Updated On

୮କୋଟି ଟଙ୍କାର ବଡ଼ ବ୍ୟବସାୟ ଛାଡ଼ି ଭାରତୀୟ  ପ୍ରଶାସନିକ ସେବାର ଅଧିକାରୀ ହୋଇଥିବା  ଅମିତ କଟାରିଆଙ୍କ ଦରମା ମାତ୍ର ୧ଟଙ୍କା। କଳା ଚଷମା ପିନ୍ଧି ମୋଦୀଙ୍କ ସହିତ ହାତ ମିଳାଇ ଥିବାରୁ ତାଙ୍କ ବିରୋଧରେ ଜାରି ହୋଇଥିଲା କାରଣ ଦର୍ଶଅ ନୋଟିସ।

ଅଦ୍ୟତନ ହୋଇଛି
୯୮୯୦୮

ନୂଆଦିଲ୍ଲୀ: ଦେଶର ସବୁଠାରୁ ଧନୀ ଆଇଏଏସ ଅଧିକାରୀଙ୍କ କାହାଣୀ ସର୍ବଦା ଚର୍ଚ୍ଚାରେ ରହିଛି। ଉକ୍ତ ଆଇଏଏସ ଅଧିକାରୀଙ୍କ ଦରମା ୧ଟଙ୍କା ଥିବା ବେଳେ ସମ୍ପତ୍ତି କୋଟିଏ ଟଙ୍କାରୁ ଊର୍ଧ୍ବ ବୋଲି କୁହାଯାଉଛି।

ପ୍ରତ୍ୟେକ ସଫଳ ଆଇଏଏସ ଅଧିକାରୀଙ୍କ ପଛରେ ଏକ ସଂଘର୍ଷର କାହାଣୀ ରହିଥାଏ। ଏମିତି ଅନେକ  ଆଇଏଏସ ଅଧିକାରୀ ରହିଛନ୍ତି ଯେଉଁମାନେ ଗରିବ ପରିବାରେ ଜନ୍ମ ଗ୍ରହଣ କରିଛନ୍ତି। ଟଙ୍କା ଅଭାବରୁ ପାଠପଢ଼ି ଆଇଏଏସ ହେବାପାଇଁ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଛି।

ଏହି କ୍ଷେତ୍ରରେ ଚର୍ଚ୍ଚାରେ ଥିବା ଆଇଏଏସ  ଅମିତ କଟାରିଆଙ୍କ କାହାଣୀ ଭିନ୍ନ ରହିଛି। ଯିଏକି ଏକ ଧନୀ ପରିବାରେ ଜନ୍ମଗ୍ରହଣ କରିଛନ୍ତି। କୋଟିଏରୁ ଊର୍ଧ୍ବ ଟଙ୍କାର ବ୍ୟବସାୟ ଛାଡ଼ି ଅମିତ କଟାରିଆ ସରକାରୀ ଅଧିକାରୀ ହେବା ପାଇଁ ଇଚ୍ଛା କରିଥିଲେ। ଏଥିପାଇଁ ସେ ନିଜର ପ୍ରସ୍ତୁତି ଆରମ୍ଭ ବି କରି ଦେଇଥିଲେ।

ନିଜର କଷ୍ଟ ଓ ପରିଶ୍ରମ ବଳରେ ଅମିତ କଟାରିଆ ଆଇଏଏସ ଅଧିକାରୀ ହେବାରେ ସଫଳତାର ହାସଲ କରିଥିଲେ। ଅମିତଙ୍କ ପରିବାରଲୋକଙ୍କ କନ୍ସଟ୍ରକସନ ବ୍ୟବସାୟ ଅଛି। ଏହି ବ୍ୟବସାୟ ତାଙ୍କ ପରିବାର ସଦସ୍ୟ ଚଲାଇ ଥାଆନ୍ତି। ଏହା ବ୍ୟବସାୟ ଦ୍ବାରା ଭଲ ରୋଜଗାର ବି ହୋଇଥାଏ। ଏହି ବ୍ୟବସାୟର ନେଟୱର୍ଥ  ପାଖାଗପାଖି ୮କୋଟି ଟଙ୍କାରୁ ଅଧିକ ରହିଥିବା ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। 

୨୦୧୨ ମୁତାବକ ଅମିତଙ୍କ ଆଇଏଏସ ଅଧିକାରୀ ଭାବେ ବେସିକ-ପେ ୫୬୦୦୦ଟଙ୍କା ଥିବା ବେଳେ ତାଙ୍କର ମୋଟ ପାରିଶ୍ରମିକ ୧.୪୦ଲକ୍ଷ ଟଙ୍କା ଥିଲା। 

ପରିବାର ସଦସ୍ୟଙ୍କ ବଡ଼ ବ୍ୟବସାୟ ଛାଡ଼ି ଅମିତ ଜଣେ ପ୍ରମୁଖ ଭାରତୀୟ  ପ୍ରଶାସନିକ ସେବାର ଅଧିକାରୀ ହୋଇପାରିଛନ୍ତି। ଅମିତ ଛତିଶଗଡ଼ କ୍ୟାଡରରେ କାର୍ଯ୍ୟରତ ଅଛନ୍ତି। ବିଶେଷ କଥାଟି ହେଉଛି ଅମିତ ମାସକୁ ମାତ୍ର ୧ଟଙ୍କା ପାରିଶ୍ରମିକ ନେଇଥାଆନ୍ତି।

ଅମିତ ଆଇଆଇଟି ଦିଲ୍ଲୀରୁ ପାଠପଢ଼ିଛନ୍ତି। ସେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିଗ୍ରି ହାସଲ କରିଛନ୍ତି। ଅମିତ କଟାରିଆ ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସାକ୍ଷାତକାର ସମୟରେ କଳା ଚଷମା ପିନ୍ଧିଥିଲେ। ଯାହାକୁ ନେଇ ତାଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe