ଆଇଏଏସ ଦମ୍ପତିଙ୍କୁ ଜିଲ୍ଲାପାଳ କଲେ ସରକାର

ଗତ ସୋମବାର ରାତିରେ ଆସିଥିବା ସ୍ଥାନାନ୍ତର ତାଲିକାରେ ଆଇଏଏସ ଅଧିକାରୀ ଶିବମ୍ ବର୍ମାଙ୍କୁ ଇନ୍ଦୋରର ଜିଲ୍ଲାପାଳ କରାଯାଇଛି। ସେ ବର୍ତ୍ତମାନ ଇନ୍ଦୋର ମ୍ୟୁନିସିପାଲ କର୍ପୋରେସନର କମିଶନର ରହିଥିଲେ। 

New Project (28)

ଭୋପାଳ: ମଧ୍ୟପ୍ରଦେଶରେ ଆଇଏଏସ ଏବଂ ଆଇପିଏସ ଅଧିକାରୀଙ୍କ ବଡ଼ ଧରଣର ବଦଳି ହୋଇଛି। ଏଥିରେ ଅନେକ ଜିଲ୍ଲାର ଜିଲ୍ଲାପାଳଙ୍କ ମଧ୍ୟ ପରିବର୍ତ୍ତନ ହୋଇଛନ୍ତି। ବଦଳି ତାଲିକା ଆସିବା ପରେ ଆଇଏସ ଦମ୍ପତି ଶିବମ୍ ବର୍ମା ଓ ଜୟତୀ ସିଂହଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ସ୍ୱାମୀ ଏବଂ ସ୍ତ୍ରୀ ପ୍ରଥମ ଥର ପାଇଁ ଏକାଠି ଜିଲ୍ଲାପାଳ ହୋଇଛନ୍ତି। ଶିବମ୍ ବର୍ମା ପୂର୍ବରୁ ଜିଲ୍ଲାପାଳ ରହିସାରିଛନ୍ତି। 

ଗତ ସୋମବାର ରାତିରେ ଆସିଥିବା ସ୍ଥାନାନ୍ତର ତାଲିକାରେ ଆଇଏଏସ ଅଧିକାରୀ ଶିବମ୍ ବର୍ମାଙ୍କୁ ଇନ୍ଦୋରର ଜିଲ୍ଲାପାଳ କରାଯାଇଛି। ସେ ବର୍ତ୍ତମାନ ଇନ୍ଦୋର ମ୍ୟୁନିସିପାଲ କର୍ପୋରେସନର କମିଶନର ରହିଥିଲେ। ଶିବମ୍ ବର୍ମା ୨୦୧୩ ବ୍ୟାଚର ଆଇଏଏସ ଅଧିକାରୀ ଥିବା ବେଳେ ତାଙ୍କ ସ୍ତ୍ରୀ ଜୟତି ସିଂହ ୨୦୧୬ ବ୍ୟାଚର ଆଇଏଏସ ଅଧିକାରୀ। ଆଇଏଏସ ଏବଂ ଆଇପିଏସ ଅଧିକାରୀଙ୍କ ବଡ଼ ଧରଣର ବଦଳି ପରେ ଜୟତି ସିଂହ ଉଜ୍ଜୟିନୀ ଜିଲ୍ଲା ପଞ୍ଚାୟତର ସିଇଓ ଥିବା ବେଳେ ତାଙ୍କୁ ମଧ୍ୟପ୍ରଦେଶ ବାରୱାନିର ଜିଲ୍ଲାପାଳ କରାଯାଇଛି।

ଆଇଏଏସ ଶିବମ୍ ବର୍ମା ଇନ୍ଦୋରର ଜିଲ୍ଲାପାଳ ହେବା ପୂର୍ବରୁ ସେ ଶେଓପୁରର ଜିଲ୍ଲାପାଳ ଥିଲେ। ଏବେ ସେ ଦ୍ୱିତୀୟ ଥର ପାଇଁ ଜିଲ୍ଲାପାଳ ହୋଇଛନ୍ତି।  ଜୟତୀ ସିଂହଙ୍କ ତାଙ୍କ କ୍ୟାରିୟରରେ ପ୍ରଥମ ଥର ପାଇଁ ଜିଲ୍ଲାପାଳ ହୋଇଛନ୍ତି। ସ୍ବାମୀ ଜିଲ୍ଲାପାଳ ଥିବା ଇନ୍ଦୋରରୁ ବାରୱାନିର ଦୂରତା ପ୍ରାୟ ୧୫୮ କିଲୋମିଟର ରହିଛି।

ଆଇଏଏସ ଅଧିକାରୀ ଜୟତୀ ସିଂହଙ୍କ ପ୍ରତିଛବି ଜଣେ କଠୋର ଅଧିକାରୀଙ୍କ ଭଳି ହୋଇଛି। ତାଙ୍କୁ ଯେଉଁଠାରେ ପୋଷ୍ଟ କରାଯାଇଛି, ସେଠାରେ ସେ  ନିଜର ଏକ ଭିନ୍ନ ଛାପ ଛାଡ଼ିଛନ୍ତି।  ସେ ବେଆଇନ କାମ କରୁଥିବା ଲୋକଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ତାଙ୍କ ନାମ ଶୁଣି ମାଫିଆମାନଙ୍କ ନିଦ ହଜିଯାଏ।’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe