୪ ଝିଅଙ୍କୁ ଯୌନ ଶୋଷଣ କରିଥିବା ଆଇଏଏସ୍ ଅଫିସରଙ୍କୁ ୫ ବର୍ଷ ଜେଲ

Advertisment
ଛାତ୍ରୀ ଅସଦାଚରଣ ମାମଲା: ପୂର୍ବ ପ୍ରଧାନଶିକ୍ଷକଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ

International Adviser

ପୁଣେ : ୮ରୁ ୧୦ ବର୍ଷ ବୟସର ୪ ଜଣ ଝିଅଙ୍କୁ ଯୌନ ଶୋଷଣ କରିଥିବା ଜଣେ ଆଇଏଏସ୍ ଅଫିସରଙ୍କୁ ପୁଣେର ଏକ କୋର୍ଟ ୫ ବର୍ଷର ସଶ୍ରମ ବାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଉକ୍ତ ନିଲମ୍ବିତ ଅଫିସର ମାରୁତି ହରି ସାୱନ୍ତ ଉପରେ କୋର୍ଟ ମଧ୍ୟ ୧୦ ଲକ୍ଷ ଟଙ୍କାର ଜରିମାନା ଲାଗୁ କରିଛନ୍ତି। ୧୯୯୮ ବ୍ୟାଚ୍‌ର ଅଫିସର ସାୱନ୍ତ ମହାରାଷ୍ଟ୍ର କୃଷି ଶିକ୍ଷା ଓ ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଥିବା ସମୟରେ ୨୦୧୫ରେ ତାଙ୍କ ବିରୋଧରେ ପୋକ୍‌ସୋ ଓ ଅନ୍ୟାନ୍ୟ ଆଇନର ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିଲା। ପୁଲିସ ଗିରଫ କରିବା ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା।

ଅପରାଧ ଘଟାଇବା ସମୟରେ ସେ ପତ୍ରକାର ନଗରରେ ନିଜ ପରିବାର ସହ ରହୁଥିଲେ। ହିଂଗଣେ ଖୁର୍ଦ ଅଞ୍ଚଳରେ ତାଙ୍କର ନିଜର ଏକ ଘର ବି ଅଛି, ଯେଉଁଠିକି ସେ ପ୍ରତି ସପ୍ତାହରେ ଯାଆନ୍ତି ଓ କିଛିଦିନ ରହନ୍ତି। ଜଣେ ପୀଡ଼ିତାର ମାଆ ତାଙ୍କ ଘରେ ଚାକରାଣୀ ଭାବେ କାମ କରୁଥିଲା। ଝିଅଟି ମାଆ ସହ ବେଳେବେଳେ ଆସେ। ସେତେବେଳେ କମ୍ପୁଟର ଶିଖାଇବା ବାହାନାରେ ସାୱନ୍ତ ଝିଅକୁ ଗୋଟିଏ ରୁମ୍‌କୁ ନେଇଯାଇ ଅଶ୍ଳୀଳ ଭିଡିଓ ଦେଖାଇ ଯୌନ ଶୋଷଣ କରୁଥିଲେ। ତାଙ୍କ ଘର ପାଖରେ ଏକ ସ୍କୁଲ ଅଛି। ଏହି ସ୍କୁଲର ଝିଅମାନଙ୍କୁ ଚକୋଲେଟ୍‌ ଆଦିର ପ୍ରଲୋଭନ ଦେଖାଇ ସାୱନ୍ତ ନିଜ ଘରକୁ ନେଇ ଅସଦାଚରଣ କରୁଥିଲେ। ପୁଲିସ ତାଙ୍କ ଘରୁ ମଦ ବୋତଲ, କମ୍ପୁଟର ହାର୍ଡ ଡିସ୍କ, କଣ୍ଡୋମ୍ ପ୍ୟାକେଟ୍ ଏବଂ ଜଣେ ପୀଡ଼ିତାର ପୋଷାକ ଆଦି ଜବତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe