ଅର୍ଥ ହେରଫେର ମାମଲାରେ ଗିରଫ ହେଲେ ଆଇଏଏସ ଅଫିସର ପୂଜା ସିଙ୍ଘଲ

Advertisment
ଅର୍ଥ ହେରଫେର ମାମଲାରେ ଗିରଫ ହେଲେ ଆଇଏଏସ ଅଫିସର ପୂଜା ସିଙ୍ଘଲ

indiatoday

ରାଞ୍ଚି: ଗିରଫ ହେଲେ ଝାଡଖଣ୍ଡର ଖଣି ଏବଂ ଶିଳ୍ପ ସଚିବ ପୂଜା ସିଙ୍ଘଲ। ମନରେଗା ଘୋଟାଲା, ନିଜ ଆୟରୁ ଅଧିକ ସମ୍ପତ୍ତି ଏବଂ ଦୁର୍ନୀତିର ଗୁରୁତର ଅଭିଯୋଗରେ ଘେରି ରହିଥିବା ଝାଡଖଣ୍ଡର ଖଣି ଏବଂ ଶିଳ୍ପ ସଚିବ ତଥା ଆଇଏଏସ ଅଫିସର ପୂଜା ସିଙ୍ଘଲଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ଏହା ପୂର୍ବରୁ ତାଙ୍କୁ କୌଣସି ପରିସ୍ଥିତିରେ ରାଞ୍ଚି ନଛାଡିବାକୁ ନିର୍ଦ୍ଦେଶ ଦେଇଥିଲା ଇଡି । ୯ ଘଣ୍ଟା ଧରି ପଚରାଉଚରା କରାଯିବା ପରେ ଇଡି ମଙ୍ଗଳବାର ରାତି ପ୍ରାୟ ୮ ଟାରେ ପୂଜା ସିଙ୍ଘଲଙ୍କୁ ମୁକ୍ତ କରିଥିଲା। ଏହା ସହିତ ଇଡି ଅଧିକାରୀମାନେ ତାଙ୍କୁ ରାଞ୍ଚି ନଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ଝାଡଖଣ୍ଡ ସରକାରଙ୍କ ଖଣି ବିଭାଗର ସଚିବ ଥିବା ପୂଜା ସିଙ୍ଘଲ ରହୁଥିବା ଘରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା, ଯାହାକୁ ଗଣିବାକୁ ଇଡିକୁ ଟଙ୍କା ମେସିନ୍ ଆଣିବାକୁ ପଡିଥିଲା । ଏହାପରେ ମଙ୍ଗଳବାର ତାଙ୍କୁ ଇଡି ଅଧିକାରୀମାନେ ପାଖାପାଖି ୯ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚୁରା କରିବା ପରେ ଛାଡି ଦେଇଥିଲେ । ପଚରାଉଚରା ବେଳେ ଇଡିର ପ୍ରତିଟି ଅଭିଯୋଗକୁ ପୂଜା ଗ୍ରହଣ କରିନଥିବା ସହ ନିଜକୁ ନିର୍ଦ୍ଦୋଷ ବୋଲି କହିଚାଲିଥିବା ଜଣାପଡ଼ିଛି। ଅନ୍ୟପଟେ ଝାଡଖଣ୍ଡ ସରକାର ଏବେ ପୂଜା ସିଙ୍ଘଲଙ୍କୁ ଚାକିରିରୁ ହଟାଇ ଦେଇଛନ୍ତି । ତାଙ୍କ ଜାଗାରେ ଅନ୍ୟ ଜଣେ ଅଫିସରଙ୍କୁ ଏହି ବିଭାଗର ଦାୟିତ୍ୱ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe