ବିମାନ ଭିତରେ ଗୁଟକା ଛେପ! ଆଇଏଏସ ଅଧିକାରୀ ଫଟୋ ସେୟାର କରି ଲେଖିଲେ ‘କେହି ଜଣେ ତାଙ୍କ ପରିଚୟ ଛାଡ଼ି ଯାଇଛନ୍ତି!’...

Advertisment
ବିମାନ ଭିତରେ ଗୁଟକା ଛେପ! ଆଇଏଏସ ଅଧିକାରୀ ଫଟୋ ସେୟାର କରି ଲେଖିଲେ ‘କେହି ଜଣେ ତାଙ୍କ ପରିଚୟ ଛାଡ଼ି ଯାଇଛନ୍ତି!’...

Image Courtesy: Twitter

ନୂଆଦିଲ୍ଲୀ: ଏକ ବିମାନ ଭିତରେ ଝର୍କା ତଳକୁ ଏକ ବିରାଟ ଗୁଟକା ଛେପ ଦାଗର ଫଟୋ ସୋସିଆଲ ମିଡିଆରେ ସେୟାର ହୋଇ ଭାଇରାଲ ହେବା ସହ ଏହାକୁ କେନ୍ଦ୍ରକରି ଏବେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଆଇଏଏସ ଅଧିକାରୀ ଅୱନିଶ ଶରଣଙ୍କ ଦ୍ୱାରା ଇଣ୍ଟରନେଟରେ ସେୟାର ହୋଇଥିବା ଏହି ଫଟୋରେ ଏକ ବିମାନ ଭିତରେ ଝର୍କା ତଳକୁ ଏକ ବିରାଟ ଗୁଟକା ଛେପର ଦାଗ ଦେଖିବା ପାଇଁ ମିଳୁଛି।

ଆଇଏଏସ୍‌ ଅଧିକାରୀ ଶରଣ ତାଙ୍କର ଟ୍ଵିିଟରରେ ହାଣ୍ଡେଲରେ ବିମାନ ଭିତରେ ଥିବା ଏକ ‘ୱିଣ୍ଡୋ ସିଟ୍‌’ର ଏକ ଫଟୋ ସେୟାର କରିଥିଲେ। କିନ୍ତୁ, ଅସଲରେ ଘଟଣାଟି ଆଉ କିଛି ଥିଲା ଯାହାକୁ ସେ ସାଧାରଣ ଜନତାଙ୍କୁ ଜଣାଇବାକୁ ଚାହୁଁଥିଲେ। ଫଟୋରେ ଝରକା ତଳେ ଏକ ବିରାଟ ଗୁଟକା ଛେପର ଦାଗ ଦେଖିବାକୁ ମିଳୁଥିଲା। ଫଟୋଟି ସେୟାର କରି ଆଇଏଏସ୍‌ ଅଧିକାରୀ ଶରଣ କଟାକ୍ଷ କରି ଲେଖିଥିଲେ, ‘କେହି ଜଣେ ତାଙ୍କ ପରିଚୟ ଛାଡ଼ି ଯାଇଛନ୍ତି!’

ବିମାନ ଭିତରେ ଏହି ଘୃଣ୍ୟ ଗୁଟକା ଛେପ ଦାଗର ଫଟୋ ଇଣ୍ଟରନେଟରେ ସେୟାର ହେବା ପରେ ଏହି ଘଟଣା ଅକ୍ଷମଣୀୟ ବୋଲି ନିଜ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଦେଶର ସାଧାରଣ ଜନତା। ଏପରିକି ସ୍ୱଚ୍ଛତା ପ୍ରସଙ୍ଗରେ କର୍ତ୍ତୃପକ୍ଷଙ୍କ ଦ୍ୱାରା କରାଯାଇଥିବା ଅନେକ ଅଭିଯାନ ପରେ ମଧ୍ୟ ଲୋକମାନେ ଜନସାଧାରଣଙ୍କ ସ୍ୱଚ୍ଛତା ପ୍ରସଙ୍ଗକୁ ଅତି ହାଲୁକା ଭାବରେ ଗ୍ରହଣ କରୁଥିବା ପରି ମନେହୁଏ ଏବଂ ଆଇଏଏସ ଅଧିକାରୀ ଅୱନିଶ ଶରଣଙ୍କ ଏହି ପୋଷ୍ଟ ଏହାର ଏକ ବଳିଷ୍ଠ ପ୍ରମାଣ ବୋଲି କହିଛନ୍ତି ଦେଶର ଜନତା।

ଏବେ ଇଣ୍ଟରନେଟରେ ଘୂରି ବୁଲୁଥିବା ଏହି ପୋଷ୍ଟଟିକୁ ବର୍ତ୍ତମାନ ସୁଦ୍ଧା ୧୧ ହଜାରରୁ ଅଧିକ ଲାଇକ୍‌ ଏବଂ ସହସ୍ରାଧିକ ପ୍ରତିକ୍ରିୟା ମିଳି ସାରିଲାଣି। ଫଟୋଟି କେତେ ଘୃଣ୍ୟ ସେ ବିଷୟରେ କେତେକ ଲେଖିଥିବାବେଳେ ଅନ୍ୟମାନେ ଦର୍ଶାଇଛନ୍ତି ଯେ ଏହି କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ବିପୁଳ ପରିମାଣର ଜରିମାନାରେ ଦଣ୍ଡିତ କରାଯିବା ଉଚିତ୍‌। ଅନ୍ୟ େତେବେ କିନ୍ତୁ କହିଛନ୍ତି ଯେ ସୁପରଷ୍ଟାରମାନଙ୍କ ଦ୍ୱାରା କରାଯାଉଥିବା ଅନୁମୋଦନ ହେତୁ ଲୋକମାନେ ତମାଖୁ ଉତ୍ପାଦ ସେବନ ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe