ଦେଶରେ ପ୍ରଥମ : ହାତରେ ଗଙ୍ଗାଜଳ ଧରି ଏଭରେଷ୍ଟରେ ପହଞ୍ଚିଲେ ଆଇଏଏସ୍‌ ଅଧିକାରୀ ରବୀନ୍ଦ୍ର କୁମାର

Advertisment
ଦେଶରେ ପ୍ରଥମ : ହାତରେ ଗଙ୍ଗାଜଳ ଧରି ଏଭରେଷ୍ଟରେ ପହଞ୍ଚିଲେ ଆଇଏଏସ୍‌ ଅଧିକାରୀ ରବୀନ୍ଦ୍ର କୁମାର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ କ୍ୟାଡରର୍‌ ଆଇଏଏସ୍‌ ଅଧିକାରୀ ରବୀନ୍ଦ୍ର କୁମାର ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ସେ ଦେଶର ପ୍ରଥମ ଆଇଏଏସ୍‌ ଅଧିକାରୀ ଭାବେ ଏହି ସଫଳତା ହାସଲ କରିଛନ୍ତି। ଗଙ୍ଗା ନଦୀକୁ ସଫା ରଖିବା ଉଦେଶ୍ୟରେ ଏହି  ଅଭିନବ ଅଭିଯାନ କରିଛନ୍ତି। ସେ ‘ସ୍ୱଚ୍ଛ ଗଙ୍ଗା ସ୍ୱଚ୍ଛ ଭାରତ ୨୦୧୯’ ଅଭିଯାନ ଜରିଆରେ ଗଙ୍ଗା ଜଳ ସାଥିରେ ନେଇ ଗତ ମେ ୨୩ ତାରିଖର ଏଭ୍‌ରେଷ୍ଟ ଶୃଙ୍ଗକୁ ଯାତ୍ରା କରି ଚର୍ଚ୍ଚା ପାଲଟିଛନ୍ତି।

ରବୀନ୍ଦ୍ର କୁମାରଙ୍କୁ ନିକଟରେ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ମନ୍ତ୍ରାଳୟରେ ନିଯୁକ୍ତି ମିଳିଛି।  ଗଙ୍ଗାକୁ ସ୍ବଚ୍ଛ ରଖିବା ବାର୍ତ୍ତା ଦେବା ଉଦେଶ୍ୟରେ ରବୀନ୍ଦ୍ର ଏପରି କାର୍ଯ୍ୟ କରିଛନ୍ତି। ଜାଣି ରଖନ୍ତୁ ଯେ ଏଭରେଷ୍ଟ ଯାତ୍ରା କରିବାରେ ରବୀନ୍ଦ୍ର ହେଉଛନ୍ତି ପ୍ରଥମ ଆଇଏଏସ୍‌ ଅଫିସର୍‌। ତାଙ୍କ ପୂର୍ବରୁ କୌଣସି ଆଇଏଏସ୍‌ ଅଫିସର ଏଭରେଷ୍ଟ ଯାତ୍ରା କରି ନ ଥିଲେ।

ତାଙ୍କର ଏପରି ନିଷ୍ପତ୍ତି ପଛର କାରଣ କ’ଣ ବୋଲି ଏକ ସାକ୍ଷାତ୍‌କାରରେ ପଚରା ଯିବାରୁ ସେ କହିଛନ୍ତି, ‘ଜଳ, ବିଶେଷ କରି ପାନୀୟ ଜଳ ସଭିଙ୍କର ଅତ୍ୟାବଶ୍ୟକୀୟ। ୨୦୨୦ ସୁଦ୍ଧା ଦିଲ୍ଲୀ ପରି ଆହୁରି କେତେକ ଭାରତୀୟ ସହରରେ ଜଳର ବିଶେଷ ଅଭାବ ପରିଲକ୍ଷିତ ହେବ। ଭବିଷ୍ୟତରେ ପାନୀୟ ଜଳର ଅଭାବ ଦୂର କରିବା ଲକ୍ଷ୍ୟରେ ମୁଁ ଏପରି ଚିନ୍ତା କରିଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe