ଆଇଏଏସ୍‌ ଅଧିକାରୀମାନେ ‘ବାବୁଗିରି’ ଦେଖାଇବାକୁ ଚାହାନ୍ତି

Advertisment

ଭାରତୀୟ ପ୍ରାଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଭାରତୀୟ ପୁଲିସ ସେବା (ଆଇପିଏସ୍‌) ଓ ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌)ଅଧିକାରୀଙ୍କ ଉପରେ ନିଜର ‘ଶ୍ରେଷ୍ଠତା’ ଦେଖାଇବାକୁ ସର୍ବଦା ଉଦ୍ୟମ କରିଥାନ୍ତି ବୋଲି ସୁପ୍ରିମକୋର୍ଟ ମୌଖିକ ମତ ରଖିଛନ୍ତି।

ଭାରତୀୟ ପ୍ରାଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଭାରତୀୟ ପୁଲିସ ସେବା (ଆଇପିଏସ୍‌) ଓ ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌)ଅଧିକାରୀଙ୍କ ଉପରେ ନିଜର ‘ଶ୍ରେଷ୍ଠତା’ ଦେଖାଇବାକୁ ସର୍ବଦା ଉଦ୍ୟମ କରିଥାନ୍ତି ବୋଲି ସୁପ୍ରିମକୋର୍ଟ ମୌଖିକ ମତ ରଖିଛନ୍ତି।

Supreme Court slams Assam government for not deporting foreign nationals

Supreme Court slams Assam government for not deporting foreign nationals

ନୂଆଦିଲ୍ଲୀ: ଭାରତୀୟ ପ୍ରାଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଭାରତୀୟ ପୁଲିସ ସେବା (ଆଇପିଏସ୍‌) ଓ ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌)ଅଧିକାରୀଙ୍କ ଉପରେ ନିଜର ‘ଶ୍ରେଷ୍ଠତା’ ଦେଖାଇବାକୁ ସର୍ବଦା ଉଦ୍ୟମ କରିଥାନ୍ତି ବୋଲି ସୁପ୍ରିମକୋର୍ଟ ମୌଖିକ ମତ ରଖିଛନ୍ତି। ପରିବେଶ ସମ୍ପର୍କିତ ଏକ ମାମଲାର ଶୁଣାଣି ସମୟରେ ଆଜି ସୁପ୍ରିମକୋର୍ଟ ବିଚାରପତି ବି ଆର୍‌ ଗୱାଇ ଓ ଅଗଷ୍ଟାଇନ୍ସ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ସେମାନଙ୍କ ଅଭିଜ୍ଞତାରୁ ସେମାନେ ଜାଣନ୍ତି ଯେ ଆଇଏଏସ୍‌ ଅଧିକାରୀମାନେ ସର୍ବଦା ଆଇଏଫ୍‌ଏସ୍‌ ଓ ଆଇପିଏସ୍‌ ଅଧିକାରୀଙ୍କ ଉପରେ ନିଜର ଶ୍ରେଷ୍ଠତା ଦେଖାଇଥାନ୍ତି। ବିଚାରପତି ଗୱାଇ କହିଛନ୍ତି, ଆଇଏଏସ୍‌ ଅଧିକାରୀଙ୍କ ଏଭଳି ବାବୁଗିରି ଦେଖାଇବା ମନୋଭାବ ସମସ୍ତ ରାଜ୍ୟରେ ରହିଛି। ଏହାଦ୍ବାରା ଆଇପିଏସ୍‌ ଓ ଆଇଏଫ୍‌ଏସ୍‌ ଅଧିକାରୀଙ୍କ ମଧ୍ୟରେ ‘ବିତୃଷ୍ଣା’ ସୃଷ୍ଟି ହେଉଛି ଏବଂ ଅହଙ୍କାରର ଲଢ଼େଇ ଦେଖିବାକୁ ମିଳୁଛି।

ଖଣ୍ଡପୀଠ କହିଛନ୍ତି, ସେମାନଙ୍କ ଅଭିଜ୍ଞତାରୁ କହିପାରିବେ ଯେ ଆଇଏଏସ୍‌ ଅଧିକାରୀମାନେ ନିଜର ପ୍ରଭାବ ଆଇପିଏସ୍‌ ଓ ଆଇଏଫ୍‌ଏସ୍‌ ଅଧିକାରୀଙ୍କ ଉପରେ ଦେଖାଇବାକୁ ଚାହାନ୍ତି। ଏହାକୁ ନେଇ ସମସ୍ତ ରାଜ୍ୟରେ ମତଭେଦ ସୃଷ୍ଟି ହେଉଛି। ସମାନ ପାହ୍ୟାର ଅଧିକାରୀ ହୋଇଥିଲେ ମଧ୍ୟ ଆଇଏଏସ୍‌ ଅଧିକାରୀମାନେ ସେମାନଙ୍କ ଉପରିସ୍ଥ ଅଧିକାରୀ ଭଳି ବ୍ୟବହାର ଦେଖାଉଥିବାରୁ ଆଇପିଏସ୍‌ ଓ ଆଇଏଫ୍‌ଏସ୍‌ଙ୍କ ମଧ୍ୟରେ ସର୍ବଦା ‘ଅସହିଷ୍ଣୁତା’ ସୃଷ୍ଟି ହେଉଛି। ଏହି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟ ରୁମ୍‌ରେ ଉପସ୍ଥିତ ଥିବା ସଲିସିଟର ଜେନେରାଲ୍‌ ତୁଷାର ମେହେଟ୍ଟା, ଖଣ୍ଡପୀଠଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ଅଧିକାରୀଙ୍କ ମଧ୍ୟରେ ଏଭଳି ବିବାଦ ଦୂର କରିବାକୁ ସେ ଚେଷ୍ଟା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe