ଆଇଏଏସ୍‌ ଅଫିସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ମାମଲା: ପୁଲିସ ବିରୋଧ‌ରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

Advertisment

ଜଣେ ଆଇଏଏସ୍‌ ଅଫିସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଅଭିଯୋଗ ତଦନ୍ତର କୁପରିଚାଳନା କରିବା ମାମଲାରେ ୩ ଜଣ ଶୀର୍ଷ ପୁଲିସ ଅଫିସରଙ୍କ ବିରୋଧରେ ବିଭାଗୀୟ ବିଚାରଣ ଆରମ୍ଭ କରିବାପାଇଁ ଆଜି କଲିକତା ହାଇକୋର୍ଟ କୋଲକାତା ପୁଲିସ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜଣେ ଆଇଏଏସ୍‌ ଅଫିସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଅଭିଯୋଗ ତଦନ୍ତର କୁପରିଚାଳନା କରିବା ମାମଲାରେ ୩ ଜଣ ଶୀର୍ଷ ପୁଲିସ ଅଫିସରଙ୍କ ବିରୋଧରେ ବିଭାଗୀୟ ବିଚାରଣ ଆରମ୍ଭ କରିବାପାଇଁ ଆଜି କଲିକତା ହାଇକୋର୍ଟ କୋଲକାତା ପୁଲିସ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

gdgdjdgjgdjg

ନୂଆ‌ଦିଲ୍ଲୀ: ଜଣେ ଆଇଏଏସ୍‌ ଅଫିସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଅଭିଯୋଗ ତଦନ୍ତର କୁପରିଚାଳନା କରିବା ମାମଲାରେ ୩ ଜଣ ଶୀର୍ଷ ପୁଲିସ ଅଫିସରଙ୍କ ବିରୋଧରେ ବିଭାଗୀୟ ବିଚାରଣ ଆରମ୍ଭ କରିବାପାଇଁ ଆଜି କଲିକତା ହାଇକୋର୍ଟ କୋଲକାତା ପୁଲିସ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ରାଜଶ୍ରୀ ଭରଦ୍ବାଜ କହିଛନ୍ତି, ସେ ଏହି ମାମଲାରେ ତଦନ୍ତକାରୀ ଦଳର ସ୍ପଷ୍ଟ ଅବହେଳା ଦେଖିପାରୁଛନ୍ତି।  ଆଇନର ବିରୁଦ୍ଧାଚରଣ କରି ଏହି ମାମଲାର ତଦନ୍ତ ଭାର ଜଣେ ପୁରୁଷ ଅଫିସରଙ୍କୁ ଦିଆଯାଇଛି ଏବଂ ଅତି ସାଂଘାତିକ ଅଭିଯୋଗ ସ୍ଥାନରେ  ଅତି ସାଧାରଣ ଅଭି‌ଯୋଗ ଦାଏର କରି ତଦନ୍ତର  କୁପରିଚାଳନା କରାଯାଇଛି। ଏହାଫଳରେ ଅଭିଯୁକ୍ତକୁ ନିମ୍ନ ଅଦାଲତରେ ଜାମିନ ମିଳିଗଲା।

ତେବେ ହାଇକୋର୍ଟ ନିମ୍ନ ଅଦାଲତର ନିଷ୍ପତ୍ତିକୁ ରଦ୍ଦ କରିବା ସହ ଅଭିଯୁକ୍ତର ଜାମିନ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।  ଏହି ମାମଲାର ତଦନ୍ତ ଭାର ଜଣେ ଡେପୁଟି କମିସନର ସ୍ତରୀୟ ଅଫିସରଙ୍କୁ ହସ୍ତାନ୍ତର କରିବାପାଇଁ କୋର୍ଟ ନ‌ିର୍ଦ୍ଦେଶ ଦେଇଛନ୍ତି।  ବର୍ତ୍ତମାନ ଏହି ମାମଲାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ଏହି ମାମଲାରେ ସମସ୍ତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଏବଂ ମାମଲାକୁ ୩ ଦିନ ମଧ୍ୟରେ ଡେପୁଟି କମିସନରଙ୍କୁ ଦେବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଜୁଲାଇ ୧୪ ଏବଂ ୧୫ ତାରିଖରେ ଏହି ଘଟଣା ଘଟିଥିଲା।  ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ରାତି ପ୍ରାୟ ୧୧.୩୦ ସମୟରେ ତାଙ୍କ ଘରକୁ ପଶି ତାଙ୍କୁ ବନ୍ଧୁକ ଦେଖାଇ ଦୁଷ୍କର୍ମ କରିଥିଲା।  ଏତଲା ରୁଜୁ ପାଇଁ ପୁଲିସ ତାଙ୍କୁ ଅପେକ୍ଷା କରାଇଥିବା‌ ସେ ଅଭିଯୋଗ କରିଥିଲେ।   ସେହିପରି ଅଭିଯୁକ୍ତର ପତ୍ନୀ ଏବଂ ପୁଅ ଦ୍ବାରା ତାଙ୍କୁ ଅଭିଯୋଗ ପ୍ରତ୍ୟାହାର କରିବାପାଇଁ ଚାପ ପକାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe