ଦିବ୍ୟାଙ୍ଗ ନୁହନ୍ତି ଆଇଏଏସ୍ ପୂଜା ଖେଡକର, ମେଡିକାଲ କଲେଜ ପ୍ରଫେସରଙ୍କ ଦାବି

Advertisment
ଦିବ୍ୟାଙ୍ଗ ନୁହନ୍ତି ଆଇଏଏସ୍ ପୂଜା ଖେଡକର, ମେଡିକାଲ କଲେଜ ପ୍ରଫେସରଙ୍କ ଦାବି

ନୂଆଦିଲ୍ଲୀ: ବିବାଦୀୟ ଟ୍ରେନି ଆଇଏଏସ୍ ଅଫିସର ପୂଜା ଖେଡକରଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି, ଯେଉଁଥିରେ କୁହାଯାଇଛି ପାଇଛି ଯେ ଏମବିବିଏସ୍ ରେ ନାମ ଲେଖାଇବା ସମୟରେ ଦିଆଯାଇଥିବା ତାଙ୍କର ଡାକ୍ତରୀ ସାର୍ଟିଫିକେଟରେ ତାଙ୍କର ଶାରୀରିକ ଅକ୍ଷମତା ବିଷୟରେ କୌଣସି ଉଲ୍ଲେଖ ନଥିଲା। କେବଳ ଏତିକି ନୁହେଁ, ସେ ଓବିସି ନନ୍ କ୍ରିମି ଲେୟର କୋଟା ବ୍ୟବହାର କରି ଏମ୍ ବିବିଏସ୍ ରେ ନାମ ଲେଖାଇଥିଲେ।

କାଶୀବାଇ ନାଭାଲେ ମେଡିକାଲ କଲେଜର ଏମଡି (ମାଇକ୍ରୋବାୟୋଲୋଜି) ଡକ୍ଟର ଅରବିନ୍ଦ ଭି ଭୋରେ କହିଛନ୍ତି ଯେ ଆଇଏଏସ ଅଫିସର ଡାକ୍ତର ପୂଜା ଖେଡକର ମେଡିକାଲ କଲେଜରେ ନାମଲେଖା ପାଇଁ ଓବିସି ସାର୍ଟିଫିକେଟ୍ ଦାଖଲ କରିଥିଲେ। ଏଥିରେ ସେ ବଞ୍ଜରୀ ସମ୍ପ୍ରଦାୟ ପାଇଁ ସଂରକ୍ଷିତ ଓବିସି ଯାଯାବର ଜନଜାତି-୩ ବର୍ଗରେ ନାମ ଲେଖାଇଥିଲେ। ପୂଜା ଖେଡକର ୨୦୦୭ ରେ ପୁଣେର କାଶୀବାଇ ନାଭାଲେ ମେଡିକାଲ କଲେଜରେ ଏମବିବିଏସ ପାଇଁ ନାମ ଲେଖାଇଥିଲେ ।

ଏହି ସଂରକ୍ଷଣର ଲାଭ ସେତେବେଳେ ହିଁ ମିଳିଥାଏ ଯେତେବେଳେ ଛାତ୍ର କିମ୍ବା ଛାତ୍ରୀ ନନ୍ କ୍ରିମି ଲେୟରରେ ପଡ଼ନ୍ତି ଏବଂ ପରିବାରର ବାର୍ଷିକ ଆର୍ଥିକ ଆୟ ୮ ଲକ୍ଷ ମଧ୍ୟରେ ରହିଲେ ହିଁ ଅଣକ୍ରିମି ଲେୟାର ସାର୍ଟିଫିକେଟ ଦିଆଯାଏ । ପୂଜା ଖେଡକରଙ୍କ କ୍ଷେତ୍ରରେ ଏହି ନନ୍ କ୍ରିମିକୁ ନେଇ ବିବାଦ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe