ବଢ଼ୁଛି ଆଇଏଏସଙ୍କ ସମସ୍ୟା: ଜବତ ହେଲା ଗାଡ଼ି

Advertisment
ବଢ଼ୁଛି ଆଇଏଏସଙ୍କ ସମସ୍ୟା: ଜବତ ହେଲା ଗାଡ଼ି

ନୂଆଦିଲ୍ଲୀ: ବିବାଦ ଘେରରେ ଥିବା ମହାରାଷ୍ଟ୍ର କ୍ୟାଡରର ଆଇଏଏସ ପୂଜା ଖେଡ଼କରଙ୍କ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ପୂଜା ଯେଉଁ ଅଡ଼ି ଗାଡ଼ିରେ ଚଢ଼ି  ଜିଲ୍ଲାପାଳ କାର୍ଯ୍ୟାଳୟ ଯାଉଥିଲେ ତାହାକୁ ପୁଲିସ ଜବତ କରି ନେଇଛି।

ଏହପରେ ଖେଡକର ପରିବାରର ଚାଳକ ଥାନାକୁ ଯାଇ ଅଡିଗାଡ଼ିର ଚାବି ପୁଲିସକୁ ଦେଇ ଦେଇଛନ୍ତି। କିନ୍ତୁ ଏଯାବତ ଖେଡକର ପରିବାର ଜବତ ହୋଇଥିବା ଅଡି ଗାଡ଼ିର ‌କୌଣସି କାଗଜପତ୍ର ଦାଖଲ ନକରିଥିବା ପୁଲିସ ସୂତ୍ରରୁ ପ୍ରକାଶ ପାଇଛି।

୨୦୨୩ରେ ପ୍ରଶିକ୍ଷଣ ନେଉଥିବାବେଳେ ପୂଜା ଖେଡ଼କର ନିଜ ପଦବୀର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସେ ତାଙ୍କ ବ୍ୟକ୍ତିଗତ ମାଲିକାନାରେ ଥିବା ଅଡି ସେଡାନରେ ରେଡ୍ ଲାଇଟ୍, ଭିଆଇପି ନମ୍ବର ପ୍ଲେଟ୍ ଏବଂ ‘ମହାରାଷ୍ଟ୍ର ସରକାର’ ଷ୍ଟିକର ବ୍ୟବହାର କରୁଥିଲେ ବୋଲି ଅଭିଯୋଗ  ହେବାପରେ ଯାଞ୍ଚ ଆରମ୍ଭ ହୋଇଯାଇଛି।

ମହାରାଷ୍ଟ୍ର ସରକାର ପୂଜା ଖେଡକରଙ୍କୁ ପୁଣେରୁ ୱାଶିମ କୁ ବଦଳି କରିବା ପରେ ତାଙ୍କ ନାମ ଚର୍ଚ୍ଚାକୁ ଆସିଥିଲା । ତାଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର ଅଭିଯୋଗ ଆସିଥିଲା। ଏହାପରେ ପୁଣେ ଜିଲ୍ଲାପାଳ ଡକ୍ଟର ସୁହାସ ଦିବାସେ ମୁଖ୍ୟ ଶାସନ ସଚିବଙ୍କୁ ଲେଖିଥିବା ଚିଠି ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe