ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବା ଆଇ ଏ ଏସ ଅଧିକାରୀ କହିଲେ ତାଙ୍କୁ ନିଲମ୍ବିତ କରିବାକୁ ଚାହୁଁଛନ୍ତି ରାଜ୍ୟ ସରକାର

Advertisment
ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବା ଆଇ ଏ ଏସ ଅଧିକାରୀ କହିଲେ ତାଙ୍କୁ ନିଲମ୍ବିତ କରିବାକୁ ଚାହୁଁଛନ୍ତି ରାଜ୍ୟ ସରକାର

photo-jansatta

ନୂଆଦିଲ୍ଲୀ: କେରଳ କ୍ୟାଡରର ବରିଷ୍ଠ ଆଇ ଏ ଏସ ଅଧିକାରୀ ରାଜୁ ନାରାୟଣସ୍ୱାମୀଙ୍କୁ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବା ଯୋଦ୍ଧା ବୋଲି କୁହାଯାଏ। ସେ ନିଜର ୨୨ ବର୍ଷର ଚାକିରି କାଳରେ ୨୨ଥର ବଦଳି ହୋଇଛନ୍ତି। ରାଜୁ ଅଭିଯୋଗ କରିଛନ୍ତି ଯେ ସେ ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ କରୁଥିବା କାରଣରୁ କେନ୍ଦ୍ର ଓ ରାଜ୍ୟ ସରକାର ଏବେ ତାଙ୍କୁ ନିଲମ୍ବିତ କରିବାକୁ ଚାହୁଁଛନ୍ତି।

୧୯୯୧ ବ୍ୟାଚ୍‌ର ଆଇ ଏ ଏସ ଅଧିକାରୀ ରାଜୁ କୋଚି ଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ କେରଳ ସରକାର ତାଙ୍କୁ ବରଖାସ୍ତ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି। ଦାୟିତ୍ୱହୀନତା,ଅନୁଶାସନହୀନତା ଓ କାର୍ଯ୍ୟରେ ଅନୁପସ୍ଥିତ ରହୁଥିବା ଦର୍ଶାଇ ରାଜ୍ୟ ସରକାର ତାଙ୍କୁ ନିଲମ୍ବିତ କରିବାକୁ ଚାହୁଁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

କେରଳର ମୁଖ୍ୟ ଶାସନ ସଚିବ ଟମ ଜୋସ୍‌ଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧିକାରୀମାନଙ୍କର ଉଚ୍ଚାଧିକାର ସମିତି ନାରାୟଣସ୍ୱାମୀଙ୍କୁ ଆଇ ଏ ଏସ୍‌ ପଦବୀରୁ ବରଖାସ୍ତ କରିବାକୁ ସୁପାରିଶ କରିଥିବାର ସେ ସୂଚନା ପାଇଥିବା କହିଛନ୍ତି ରାଜୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ କ୍ୟାରିଅରରେ କୌଣସି ଦାଗ ନାହିଁ କି ସିବିଆଇ କେସ ବି ନାହିଁ।

publive-image photo-aajtak

ଏଠାରେ ସୂଚନାଯୋଗ୍ୟ ଯେ ନାରାୟଣ ସ୍ୱାମୀଙ୍କର ତୁଳନା ହରିଆଣାର ସଚ୍ଚୋଟ ନିଷ୍ଠାବାନ୍‌ ଆଇ ଏ ଏସ ଅଧିକାରୀ ଅଶୋକ ଖେମକାଙ୍କ ସହ କରାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe