ଚାକିରିକୁ ଫେରିବେ ନିଶାଗ୍ରସ୍ତ ଭାବେ ଦୁର୍ଘଟଣା ଘଟାଇ ସାମ୍ବାଦିକଙ୍କ ଜୀବନ ନେଇଥିବା ଆଇଏଏସ୍‌ ଅଧିକାରୀ

ଚାକିରିକୁ ଫେରିବେ ନିଶାଗ୍ରସ୍ତ ଭାବେ ଦୁର୍ଘଟଣା ଘଟାଇ ସାମ୍ବାଦିକଙ୍କ ଜୀବନ ନେଇଥିବା ଆଇଏଏସ୍‌ ଅଧିକାରୀ

(Facebook Photo)

ତିରୁବନନ୍ତପୁରମ୍‌: ଗତ ବର୍ଷ ଅଗଷ୍ଟ ମାସରେ ନିଶାଗ୍ରସ୍ତ ଅବସ୍ଥାରେ ଗାଡ଼ି ଚଳାଇ ଦୁର୍ଘଟଣା ଘଟାଇ ସାମ୍ବାଦିକ କେଏମ୍‌ ବସିର୍‌ଙ୍କ ଜୀବନ ନେଇଥିବା ଅଭିଯୁକ୍ତ ଆଇଏଏସ୍‌ ଅଧିକାରୀ ଶ୍ରୀରାମ ଭେଙ୍କଟରମନ୍ ପୁଣି ଚାକିରିକୁ ଫେରିବେ ବୋଲି ଜଣାପଡ଼ିଛି।

କେରଳର ମୁଖ୍ୟ ସଚିବ ଟମ୍‌ ଜୋଶ୍‌ଙ୍କ ଦ୍ବାରା ଗଠିତ ଏକ କମିଟିରେ ଆଇଏଏସ୍‌ ଅଧିକାରୀ ଭେଙ୍କଟରମନଙ୍କ ନିଲମ୍ବନକୁ ରଦ୍ଦ କରିବାକୁ ସୁପାରିସ୍‌ ହୋଇଛି। ଦୁର୍ଘଟଣାକୁ ଇତିମଧ୍ୟରେ ଛଅ ମାସ ହୋଇ ଯାଇଥିଲେ ବି ପୁଲିସ୍‌ ଏଯାବତ୍‌ ଅଭିଯୁକ୍ତ ଅଧିକାରୀଙ୍କ ନାମରେ କୌଣସି ଚାର୍ଜସିଟ୍‌ ଦାଖଲ କରିନାହିଁ। କମିଟି ପକ୍ଷରୁ ଲେଖାଯାଇଥିବା ରିପୋର୍ଟରେ ଆହୁରି ବି କୁହାଯାଇଛି ଯେ ଯେହେତୁ ଅଧିକାରୀଙ୍କ ବିରୋଧରେ କୌଣସି ତାଜା ଚାର୍ଜସିଟ୍‌ ଦାଖଲ ହୋଇନାହିଁ, ରାଜ୍ୟ ସରକାର ତାଙ୍କ ନିଲମ୍ବନ ଅବଧିକୁ ଆଉ ବଢ଼ାଇ ପାରିବେ ନାହିଁ। ଏଥିସହ ଦୁର୍ଘଟଣା ପରେ ଆଇଏଏସ୍‌ ଅଧିକାରୀ ଶ୍ରୀରାମ ଭେଙ୍କଟରମନଙ୍କର ହୋଇଥିବା ସ୍ବାସ୍ଥ୍ୟ ପରୀକ୍ଷାରୁ ମଧ୍ୟ ସେ ମଦ୍ୟପାନ କରିଥିବା ପ୍ରମାଣିତ ହୋଇପାରି ନାହିଁ। ତେବେ ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ତଥା ଭେଙ୍କଟରମନଙ୍କ ସହ ଗାଡ଼ିରେ ଥିବା ୱାଫା ଫିରୋଜ ବୟାନ ଦେଇଥିଲେ କି ଭେଙ୍କଟରମନ୍ ଦୁର୍ଘଟଣା ବେଳେ ମଦ୍ୟପାନ କରି ଗାଡ଼ି ଚଳାଉଥିଲେ।

ଉଲ୍ଳେଖଯୋଗ୍ୟ, ୨୦୧୯ ମସିହା ଅଗଷ୍ଟ ମାସର ଏକ ମଧ୍ୟରାତ୍ରିରେ ସହରର ମ୍ୟୁଜିୟମ୍‌ ଜଙ୍କ୍‌ସନ୍‌ ନିକଟ‌ରେ ଆଇଏଏସ୍‌ ଅଧିକାରୀ ଶ୍ରୀରାମଙ୍କ କାର୍‌ ଧକ୍କାରେ ସାମ୍ବାଦିକ ବସିରଙ୍କ ମୃତ୍ୟୁ ଘଟିଥିଲା। ଅଧିକାରୀଙ୍କ ସହ ସେହି କାର୍‌ ଥିବା ୱାଫା ଫିରୋଜଙ୍କ କହିବା ମୁତାବକ, ଦୁର୍ଘଟଣା ସମୟରେ ଶ୍ରୀରାମ ଗାଡ଼ି ଚଳାଉଥିଲେ। ସେ ସମୟରେ ସେ ମଦ୍ୟପାନ କରିଥିଲେ। ମାତ୍ର  ବିଳମ୍ବ  କାରଣରୁ ତାଙ୍କ ରକ୍ତ ପରୀକ୍ଷାରୁ ତାହା ସାବ୍ୟସ୍ତ ହୋଇ ପାରିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe