ସାଧାରଣ ନିର୍ବାଚନ ସୁପରିଚାଳନା ଲାଗି ରାଷ୍ଟ୍ରପତିଙ୍କଠାରୁ ଜାତୀୟ ପୁରସ୍କାର ଗ୍ରହଣ କଲେ ସୁରେନ୍ଦ୍ର କୁମାର

ସାଧାରଣ ନିର୍ବାଚନ ସୁପରିଚାଳନା ଲାଗି ରାଷ୍ଟ୍ରପତିଙ୍କଠାରୁ ଜାତୀୟ ପୁରସ୍କାର ଗ୍ରହଣ କଲେ ସୁରେନ୍ଦ୍ର କୁମାର

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପ୍ରଦର୍ଶନ ପାଇଁ ଓଡ଼ିଶାର ତତ୍କାଳୀନ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ବର୍ତମାନର ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କୁ ଭାରତୀୟ ନିର୍ବାଚନ କମିସନ ଜାତୀୟ ପୁରସ୍କାର ପ୍ରଦାନ କରିଛନ୍ତି। ଆଜି ଜାତୀୟ ଭୋଟର ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ କୁମାରଙ୍କୁ ପୁରସ୍କୃତ କରିଛନ୍ତି । ପୁରସ୍କାର ସ୍ବରୁପ ମାନପତ୍ର ସହ ନଗଦ ଅର୍ଥ ପ୍ରଦାନ କରାଯାଇଛି । ଏହି ଅବସରରେ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଉପସ୍ଥିତ ଥିଲେ।

ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ  ରାଜ୍ୟ ସ୍ତରରେ ସାଧାରଣ ନିର୍ବାଚନ ସୁପରିଚାଳନା ପାଇଁ ଶ୍ରୀ କୁମାରଙ୍କ ସମେତ ପଞ୍ଜାବ ସିଇଓ ଏସ୍‌. କରୁଣା ରାଜା ଓ ଆନ୍ଧ୍ରପ୍ରଦେଶ ସିଇଓ ଗୋପାଳ କୃଷ୍ଣ ଦ୍ବିବେଦୀଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରିଛନ୍ତି । ସେହିପରି ୫ଟି ବର୍ଗରେ ମୋଟ ୨୦ ଜଣଙ୍କୁ ପୁରସ୍କୃତ କରାଯାଇଛି।

publive-image

୧୯୯୩ ବ୍ୟାଚ୍‌ ଆଇଏଏସ୍‌ ଅଫିସର ସୁରେନ୍ଦ୍ର କୁମାର ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ୨୦୧୮ ଫେବ୍ରୁଆରିରେ ଯୋଗଦେଇଥିଲେ। ସିଇଓ ଭାବେ ଯୋଗଦେବା ପରେ ତାଙ୍କୁ ବିଜେପୁର ଉପନିର୍ବାଚନ ୨୦୧୮ ପରିଚାଳନା କରିବାର ସୁଯୋଗ ମିଳିଥିଲା। ଓଡ଼ିଶାରେ ଏକାସାଙ୍ଗରେ ସାଧାରଣ ନିର୍ବାଚନ ସହିତ ବିଧାନସଭା ନିର୍ବାଚନକୁ ୪ଟି ପର୍ଯ୍ୟାୟରେ କରିବାକୁ ଭାରତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ଧାର୍ଯ୍ୟ କରିବା ପରେ ଶ୍ରୀ କୁମାର ଏହାକୁ ଦକ୍ଷତାର ସହ ପରିଚାଳନା କରିବାରେ ସକ୍ଷମ ହୋଇଥିଲେ। ସମଗ୍ର ରାଜ୍ୟରେ ସଠିକ୍‌ ଭୋଟର ତାଲିକା ପ୍ରସ୍ତୁତି, ନିର୍ବାଚନ ଅଧିକାରୀଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ, ସୁରକ୍ଷା ବନ୍ଦୋବସ୍ତ, ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ସହିତ ଉତ୍ତମ ତାଳମେଳ ରଖି ରାଜ୍ୟରେ ଇଭିଏମ୍‌-ଭିଭିପାଟ୍ ମେସିନ୍‌ ଦ୍ବାରା ନିର୍ବାଚନ ପରିଚାଳନା କରାଇବାରେ ସଫଳତା ପାଇଁ ଜାତୀୟସ୍ତରରେ ସେ ପ୍ରଶଂସିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe