ଆଇଏସ୍‌ ଆତଙ୍କବାଦୀଙ୍କୁ କରୋନା ଭୟ

Advertisment
ଆଇଏସ୍‌ ଆତଙ୍କବାଦୀଙ୍କୁ କରୋନା ଭୟ

Business Insider

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ଆତଙ୍କର କାରଣ ପାଲଟିଥିବା ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌)) ଏବେ କରୋନା ଭାଇରସକୁ ନେଇ ଡରି ଯାଇଛି। ଆତଙ୍କବାଦୀମାନେ ୟୁରୋପ ନଯିବା ଏବଂ କରୋନାରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ସତର୍କତା ପଦକ୍ଷେପ ଗ୍ରହଣ କରିବାକୁ ଆଇଏସ୍‌ ସଂଗଠନ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ସହ ବାରମ୍ବାର ହାତ ଧୋଇବା ପାଇଁ ଆତଙ୍କବାଦୀଙ୍କୁ ପରାମର୍ଶ ଦିଆଯାଇଛି। ସିରିୟାରେ ଏ ପର୍ଯ୍ୟନ୍ତ କରୋନା ଭାଇରସ୍‌ର କୌଣସି ମାମଲା ସାମ୍ନାକୁ ଆସିନାହିଁ। ତେଣୁ ଆତଙ୍କବାଦୀଙ୍କ ପାଇଁ ଏବେ ସିରିୟା ସୁରକ୍ଷିତ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe