ନୂଆଦିଲ୍ଲୀ: ରାଜସ୍ଥାନର ବାଡମେର ଜିଲ୍ଲାପାଳ ଟିନା ଡାବିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯାହାକୁ ନେଇ କିଛିଲୋକ ଟିନାଙ୍କୁ ପ୍ରଶଂସା କରୁଥିବା ବେଳେ ଆଉ କିଛିଲୋକ ସମାଲୋଚନା କରୁଛନ୍ତି।
ସୂଚନାଯୋଗ୍ୟ, ବିଜେପି ନେତା ସତୀଶ ପୁନିୟା ଜନ୍ମଦିନ ଅବସରରେ ବାଡମେରରେ ପହଞ୍ଚିଥିଲେ। ଏଠାରେ ବିଜେପି ନେତା ଟିନାଙ୍କ ସହ ହସମଜାକରେ କହିଥିଲେ, ‘ଦାଦାଗିରି କରି ସଫେଇ କରାଉଛ। ବାଡମେର ବି ଇନ୍ଦୋର ଭଳି ହୋଇଯିବ।’
ଟିନା ଓ ସତୀଶଙ୍କ ବାର୍ତ୍ତାଳାପ ସମୟ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସତୀଶ ଟିନାଙ୍କ କାମକୁ ପ୍ରଶଂସା କରିଥିଲେ। ଏହି ସମୟରେ ଅର୍ଥାତ ୭ସେକେଣ୍ଡରେ ଟିନା ସତୀଶଙ୍କ ସାମ୍ନାରେ ୫ଥର ମୁଣ୍ଡ ନୁଆଁଇଥିଲେ।
ଏହି ଘଟଣାକୁ ନେଇ ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଜଣେ ଆଇଏଏସ ଜଣେ ଜିଲ୍ଲାପାଳଙ୍କ ଏଭଳି ସ୍ବଭାବ ଦେଖି ଭଲ ଲାଗିଲା ନାହିଁ। କାରଣ ଜିଲ୍ଲାପାଳଙ୍କ ଯାହା କର୍ତ୍ତବ୍ୟ ତାହା ଟିନା କରିଛନ୍ତି। ଏଥିରେ ବିଜେପି ନେତାଙ୍କ ଠାରୁ ପ୍ରଶଂସା ପାଇବା ୫ଥର ମୁଣ୍ଡ ନୁଆଁଇବାର କୌଣସି କାରଣ ନାହିଁ।’
Follow Us