ମୋ ଭିତରେ ଥିବା କିଛି ତ୍ରୁଟିକୁ ସଜାଡ଼ିବା ପରେ ଯାଇ ଏହି ସଫଳତା ପାଇ ପାରିଛି: ସିଭିଲ ସର୍ଭିସେସ୍ ପରୀକ୍ଷାର ଟପ୍ପର

Advertisment

ୟୁନିଅନ ପବ୍ଲିକ୍ ସର୍ଭିସ କମିସନ (ୟୁପିଏସସି) ସିଭିଲ ସର୍ଭିସେସ୍ ପରୀକ୍ଷାରେ ଶକ୍ତି ଦୁବେ  ଟପ୍ପର ହୋଇଛନ୍ତି। ସେହିପରି ହର୍ଷିତା ଗୋୟଲ ଦ୍ୱିତୀୟ ସ୍ଥାନରେ ଅଛନ୍ତି।ଡୋଙ୍ଗରେ ଅର୍ଚ୍ଚିତ ପରାଗ ତୃତୀୟ ସ୍ଥାନରେ ଅଛନ୍ତି।

ୟୁନିଅନ ପବ୍ଲିକ୍ ସର୍ଭିସ କମିସନ (ୟୁପିଏସସି) ସିଭିଲ ସର୍ଭିସେସ୍ ପରୀକ୍ଷାରେ ଶକ୍ତି ଦୁବେ  ଟପ୍ପର ହୋଇଛନ୍ତି। ସେହିପରି ହର୍ଷିତା ଗୋୟଲ ଦ୍ୱିତୀୟ ସ୍ଥାନରେ ଅଛନ୍ତି।ଡୋଙ୍ଗରେ ଅର୍ଚ୍ଚିତ ପରାଗ ତୃତୀୟ ସ୍ଥାନରେ ଅଛନ୍ତି।

ଦସନଦ

ନୂଆଦିଲ୍ଲୀ: ୟୁନିଅନ ପବ୍ଲିକ୍ ସର୍ଭିସ କମିସନ (ୟୁପିଏସସି) ସିଭିଲ ସର୍ଭିସେସ୍ ପରୀକ୍ଷା ୨୦୨୪ର ଫଳ ଘୋଷଣା କରାଯାଇଛି। ପରୀକ୍ଷାରେ ମୋଟ ୧୦୦୯ ଜଣ ପ୍ରାର୍ଥୀ ସଫଳ ହୋଇଛନ୍ତି। 

ୟୁନିଅନ ପବ୍ଲିକ୍ ସର୍ଭିସ କମିସନ (ୟୁପିଏସସି) ସିଭିଲ ସର୍ଭିସେସ୍ ପରୀକ୍ଷାରେ ଶକ୍ତି ଦୁବେ  ଟପ୍ପର ହୋଇଛନ୍ତି। ସେହିପରି ହର୍ଷିତା ଗୋୟଲ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଡୋଙ୍ଗରେ ଅର୍ଚ୍ଚିତ ପରାଗ ତୃତୀୟ ସ୍ଥାନରେ ଅଛନ୍ତି।

ପରୀକ୍ଷାଫଳ ପ୍ରକାଶ ପାଇବା ପରେ ଶକ୍ତି ଦୁବେ କହିଛନ୍ତି, ‘ଯେ ଯେତେବେଳେ ଫଳାଫଳ ଆସିଲା  ମୁଁ ଦେଖିଲି ମୋର ନାମ ଶୀର୍ଷରେ ଅଛି। ଏହାକୁ ମୁଁ ବାରମ୍ବାର ଦେଖୁଥାଏ କିନ୍ତୁ ବିଶ୍ବାସ କରି ପାରୁ ନଥାଏ। ତେଣୁ କିଛି ସମୟ ସ୍ଥିର ହୋଇ ବସି ଯାଇଥିଲି। ଏହାପରେ ଏଭଳି ସଫଳତା ଦେଇଥିବାରୁ ପ୍ରଥମେ ମୁଁ ଭଗବାନଙ୍କୁ ଧନ୍ୟବାଦ ଜଣାଇଥିଲି।

ତା’ପରେ ମୁଁ ଘରକୁ ଫୋନ୍ କରି ମୋର ପରୀକ୍ଷାଫଳ ବିଷୟରେ ଜଣାଇଥିଲି। ଏହି ସଫଳତା ମୁଁ ଥରେ କି ଦୁଇଥର ନୁହେଁ ଧୌର୍ଯ୍ୟର ସହ ପଞ୍ଚମଥର ପ୍ରୟାସ କରିବା ପରେ ଯାଇ ପାଇ ପାରିଛି।  ମୁଁ ଏଥିରେ ପ୍ରଥମ ସ୍ଥାନ ହାସଲ କରିଛି। ମୁଁ ମୋର ପୂର୍ବ ତିନୋଟି ପ୍ରୟାସରେ ପ୍ରିଲିମ୍ସ ପାସ୍ କରି ପାରି ନଥିଲି। ଚତୁର୍ଥ ପ୍ରୟାସରେ ମୁଁ ସାକ୍ଷାତକାର ପର୍ଯ୍ୟନ୍ତ  ପହଞ୍ଚି ପାରିଥିଲି। ସେତେବେଳେ ମୁଁ କଟ୍ ଅଫ୍ ଠାରୁ ମାତ୍ର ୧୨ ମାର୍କ ପଛରେ ଥିଲି, ଯାହା ଫଳରେ ମୋ ନାମ ତାଲିକାରେ ନଥିଲା। ହାର ମାନି ନଥିଲି ‌ଧୌର୍ଯ୍ୟ ରଖିଥିଲି। ମୋ ଭିତରେ ଥିବା କିଛି ତ୍ରୁଟିକୁ ସଜାଡ଼ି ଥିଲି। ମୋର ଦୀର୍ଘବର୍ଷର ପରିଶ୍ରମରଫଳ ଆଜି ଆପଣମାନଙ୍କ ସାମ୍ନାରେ ଅଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe