ଆଇଏଏସ୍ ଟପ୍ପର ଟିନା ଦାବି ୨୦୧୫ ମସିହାରେ ଗଣମାଧ୍ୟମ ଓ ଇଣ୍ଟର୍ନେଟ୍ରେ ଛାଇ ଯାଇଥିଲେ। ୨୦୧୫ରେ ସେ ୟୁପିଏସ୍ସି ସିଭିଲ୍ ସର୍ଭିସ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ଚର୍ଚ୍ଚା ହୋଇଥିଲେ। ସେ ସମୟର କିଛି ବିବାଦ ଓ ଶୁଭେଚ୍ଛା ଟିନାଙ୍କୁ ଚର୍ଚ୍ଚିତ ହେବାରେ ବେଶ୍ ସହାୟ ହୋଇଥିଲା। ଯାହାବି ହେଉ, କଥାରେ ଅଛି ବିଜୟ ଏକ ନିଶା। ଟିନା ଏହି ନିଶାକୁ ଥରେ ଚାଖବା ପରେ ଆଉ ଥରେ ଚାଖିବାର ମୋହ ତାଙ୍କୁ ପୁଣି ଥରେ ନମ୍ବର ୧ ର୍ୟାଙ୍କ୍ରେ ରହିବାରେ ସାହାଯ୍ୟ କରିଛି।
ସେ ନିଜ ଟୁଇଟର୍ରେ ଏକ ଟୁଇଟ୍ କରିଛନ୍ତି ଯେ ‘ପୁଣି ଥରେ ର୍ୟାଙ୍କ୍ ୧, ମୁଁ ଭାରତର ରାଷ୍ଟ୍ରପତିଙ୍କଠାରୁ ପଦକ ଗ୍ରହଣ କରିଛି। ୨ ବର୍ଷ ପ୍ରଶିକ୍ଷଣରେ ପ୍ରଥମ ଆସିବା ପାଇଁ ଏହି ପଦକ ମିଳିଛି। ୨୦୧୬ ଆଇଏଏସ୍ ବ୍ୟାଚ୍ରେ ମୁଁ ପ୍ରଥମ ସ୍ଥାନରେ ରହିଛି।’
ଟିନା ଦାବି ଲାଲ୍ ବାହାଦୁର ଶାସ୍ତ୍ରି ଆକାଡେମିକ ଅଫ୍ ଆଡମିନଷ୍ଟ୍ରେସନ୍ରେ ପ୍ରଶିକ୍ଷଣ ନେଉଥିଲେ। ଏହି ଅ୍ରନୁଷ୍ଟାନଟି ଭାରତର ସାର୍ବଜନୀତ ନୀତି ଓ ପୁଳିସ୍ ପ୍ରଶାସନ ଗବେଷଣା ତଥା ପ୍ରଶିକ୍ଷଣ ସଂସ୍ଥା।
/sambad/media/post_attachments/wp-content/uploads/2018/06/870303573-tinadabi_6-300x138.jpg)
ଉଲ୍ଲେଖଯୋଗ୍ୟ, ଦାବି ତାଙ୍କ ଶ୍ରେଣୀରେ ଜଣେ ଯୁବକ ଆମୀର ଅଥର୍ ଆମିରୁଲ୍ ସାଫି ଖାନଙ୍କ ସହ ବିବାହ କରିଛନ୍ତି। ଟିନା ଦାବି ପ୍ରଥମ ହୋଇଥିବା ବେଳେ ସେ ଦ୍ୱିତୀୟ ର୍ୟାଙ୍କ୍ରେ ଥିବା ଯୁବକଙ୍କୁ ବିବାହ କରିଥିଲେ।
Follow Us