ନେତାନ୍ୟାହୁଙ୍କ ବିରୋଧରେ ଗିରଫ ପରଓ୍ବାନା

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ ଅନ୍ତର୍ଜାତୀୟ ନ୍ୟାୟାଳୟ ଗିରଫ ପରୱାନା ଜାରି କରିଛନ୍ତି। ତାଙ୍କ  ବିରୋଧରେ ଯୁଦ୍ଧ ଅପରାଧ ଏବଂ ମାନବିକତା ବିରୋଧୀ ଅପରାଧର ଅଭିଯୋଗ ଆସିଛି ।

ଅଦ୍ୟତନ ହୋଇଛି
netanyahu

ହେଗ୍ (ନେଦରଲ୍ୟାଣ୍ଡ): ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ ଅନ୍ତର୍ଜାତୀୟ ନ୍ୟାୟାଳୟ ଗିରଫ ପରୱାନା ଜାରି କରିଛନ୍ତି। ତାଙ୍କ  ବିରୋଧରେ ଯୁଦ୍ଧ ଅପରାଧ ଏବଂ ମାନବିକତା ବିରୋଧୀ ଅପରାଧର ଅଭିଯୋଗ ଆସିଛି ।

ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଏକ ଆଞ୍ଚଳିକ ସଂଘର୍ଷର ରୂପ ନେଇଛି। ଗତ ବର୍ଷ ଅକ୍ଟୋବରରେ ହାମାସ ଲଢୁଆମାନେ ଇସ୍ରାଏଲରେ ପ୍ରବେଶ କରି ୧୦ରୁ ଅଧିକ ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରିବା ସହ ୨୫୦ରୁ ଅଧିକ ଇସ୍ରାଏଲ ନାଗରିକଙ୍କୁ ଅପହରଣ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପ୍ରତିଶୋଧ ନେବାକୁ କହିଥିଲେ। ପ୍ରତିଶୋଧର ଏହି ନିଆଁରେ ଏପର୍ଯ୍ୟନ୍ତ ୪୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୧ ଲକ୍ଷରୁ ଅଧିକ ଲୋକ ଆହତ ହୋଇଛନ୍ତି। ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇ ଶରଣାର୍ଥୀ ଜୀବନ ଯାପନ କରିବାକୁ ବାଧ୍ୟ ହେଉଛନ୍ତି। ଏହି ମାମଲା ଅନ୍ତର୍ଜାତୀୟ ଅପରାଧିକ ଅଦାଲତ (ଆଇସିସି)ରେ ପହଞ୍ଚିଥିଲା। ଏବେ ଆଇସିସିର ବଡ ନିଷ୍ପତ୍ତି ସାମ୍ନାକୁ ଆସିଛି । ନେତାନ୍ୟାହୁଙ୍କ ବିରୋଧରେ ଅନ୍ତର୍ଜାତୀୟ ନ୍ୟାୟାଳୟ ଗିରଫ ପରୱାନା ଜାରି କରିଛନ୍ତି ଆଇସିସି। ତାଙ୍କ ବିରୋଧରେ ଯୁଦ୍ଧ ଅପରାଧ ଏବଂ ମାନବିକତା ବିରୋଧୀ ଅପରାଧ ର ଅଭିଯୋଗ ଆସିଛି ।

ଅନ୍ୟପକ୍ଷରେ ଅନ୍ତର୍ଜାତୀୟ ଅପରାଧିକ ଅଦାଲତଙ୍କ ଆଦେଶକୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଖାରଜ କରିବା ସହ ଏହା  ଘୃଣ୍ୟ ବୋଲି କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe