Advertisment

ICC Men's T20 WC26: ଭାରତୀୟ ଦଳକୁ ସମାଲୋଚନା କଲେ ଗାଭାସ୍କର୍‌

Advertisment

ICC Men's T20 WC26: ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଗୁରୁତ୍ବପୂର୍ଣ୍ଣ ସୁପର-୮ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ଶୋଚନୀୟ ପରାଜୟ ପରେ ଭାରତ ଦଳକୁ କଡ଼ା ସମାଲୋଚନା କଲେ ସୁନୀଲ ଗାଭାସ୍କର

ICC Men's T20 WC26: ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଗୁରୁତ୍ବପୂର୍ଣ୍ଣ ସୁପର-୮ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ଶୋଚନୀୟ ପରାଜୟ ପରେ ଭାରତ ଦଳକୁ କଡ଼ା ସମାଲୋଚନା କଲେ ସୁନୀଲ ଗାଭାସ୍କର

cricket.jpg

Photograph: (@sambad.in)

ମୁମ୍ବାଇ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଗୁରୁତ୍ବପୂର୍ଣ୍ଣ ସୁପର-୮ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ଶୋଚନୀୟ ପରାଜୟ ପରେ ଭାରତୀୟ ଦଳକୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର। ଦକ୍ଷିଣ ଆଫ୍ରିକା ବ୍ୟାଟିଂ ସହ ଭାରତର ତୁଳନା କରି ସେ କହିଛନ୍ତି ଯେ ସେମାନେ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ବି ପରେ ପରିସ୍ଥିତିକୁ ବୁଝି ସେହି ଅନୁସାରେ ଖେଳିଥିଲେ। ସେ କହିଛନ୍ତି “ଆପଣ ଯଦି ଡିୱାଲ୍‌ଡ ବ୍ରେଭିସ୍ ଓ ଡେଭିଡ୍‌ ମିଲର୍‌ଙ୍କ ବ୍ୟାଟିଂକୁ ଲକ୍ଷ୍ୟ କରିବେ, ସେମାନେ ଅଧିକାଂଶ ସଟ୍‌ ‘ଭି’ (ମିଡ୍‌-ଅଫ୍‌ରୁ ମିଡ୍‌-ଅନ୍‌ ମଧ୍ୟବର୍ତ୍ତି ଅଞ୍ଚଳ) ଭିତରେ ଖେ​ଳିଥିଲେ।

ଅଧିକପଢ଼ନ୍ତୁ:ବେକରେ ଭୁଜାଲି ଲଗାଇ ୭୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ନଗଦ ଓ ୧୦ ଲକ୍ଷ ଟଙ୍କାରୁ ଅଧିକ ସୁନା ଗହଣା ଲୁଟ୍

 ସେମାନେ ଜାଣିପାରିଥିଲେ ଯେ ବଲ୍‌ ଧୀମା ରହୁଛି ଓ ଭଲଭାବରେ ବ୍ୟାଟ୍‌ ପାଖକୁ ଆସୁନାହିଁ, ଏଣୁ ସେମାନେ ନିଜର ବ୍ୟାଟିଂ କୌଶଳରେ ପରିବର୍ତ୍ତନ ଆଣିଥିଲେ ଓ ନିଜର ଭାଗୀଦାରୁକ ଧୀରେ ଧୀରେ ତିଆରି କରିଥିଲେ। ଏପରି ପରିସ୍ଥିତିରେ ଏମିତି ଖେଳିବା ଉଚିତ୍‌, କେବଳ ବ୍ୟାଟିଂ ଫିଙ୍ଗି ପଳାଇଯିବା ନୁହେଁ’’।

ବିସ୍ଫୋରକ ଓପନର ଅଭିଷେକ ଶର୍ମାଙ୍କୁ ସମାଲୋଚନା

ସେ ପୁଣି ଥରେ ବିସ୍ଫୋରକ ଓପନର ଅଭିଷେକ ଶର୍ମାଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଅଭିଷେକ କ୍ରିଜ୍‌ରେ କିଛି ସମୟ ତିଷ୍ଠି ରହିବାକୁ ଚେଷ୍ଟା କରିବା ଉଚିତ୍‌। ପ୍ରଥମରୁ ବୋଲରଙ୍କୁ ପ୍ରହାର କରିବାର ପ୍ରବୃତ୍ତିରୁ ସେ ନିବୃତ୍ତ ହେବା ଉଚିତ୍‌। ଏହି ବ୍ୟାଟିଂ କୌଶ​ଳ ଅଭିଷେକଙ୍କୁ ସଫଳତା ଆଣି ଦେଇଛି, ତାଙ୍କୁ ନଂ୧ ବ୍ୟାଟର୍‌ କରିଛି, କିନ୍ତୁ ଏବେ କୌଣସି କାରଣରୁ ତାହା କାମ କରୁନାହିଁ। ଏଣୁ ସେ ନିଜକୁ ପରିବର୍ତ୍ତନ କରିବା ଉଚିତ୍‌। ପ୍ରଥମେ କିଛି ସମୟ ତିଷ୍ଠି ରହିବାକୁ ଉଦ୍ୟମ କରିବା ଉଚିତ୍‌, ଏହା ତାଙ୍କ ପାଇଁ ଭଲ ହେବ’।

ଅଧିକପଢ଼ନ୍ତୁ:ସାନଭାଇକୁ ମାରିଲା ବଡ଼, ଅଭିଯୁକ୍ତ ଥାନାରେ ଅଟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe