Under-19 World Cup: ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ବକପ୍‌: ଆରୋନଙ୍କ ଶତକ, ଫାଇନାଲ୍‌ରେ ଭାରତ...

Advertisment

ଚଳିତ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ବକପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି ଭାରତ। ଫାଇନାଲ୍‌ରେ ଇଂଲଣ୍ଡର ମୁକାବିଲା କରିବ ଏହି ଦଳ। ଇଂଲଣ୍ଡ ମଙ୍ଗଳବାର ତା’ର ପୁରୁଣା ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆକୁ ୨୭ ରନ୍‌ରେ ହରାଇ ପ୍ରଥମ ଦଳ ଭାବେ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଥିଲା

ଚଳିତ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ବକପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି ଭାରତ। ଫାଇନାଲ୍‌ରେ ଇଂଲଣ୍ଡର ମୁକାବିଲା କରିବ ଏହି ଦଳ। ଇଂଲଣ୍ଡ ମଙ୍ଗଳବାର ତା’ର ପୁରୁଣା ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆକୁ ୨୭ ରନ୍‌ରେ ହରାଇ ପ୍ରଥମ ଦଳ ଭାବେ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଥିଲା

New Project (23)

india Photograph: (sambad.in)

ହରାରେ: ଚଳିତ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ବକପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି ଭାରତ। ଫାଇନାଲ୍‌ରେ ଇଂଲଣ୍ଡର ମୁକାବିଲା କରିବ ଏହି ଦଳ। ଇଂଲଣ୍ଡ ମଙ୍ଗଳବାର ତା’ର ପୁରୁଣା ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆକୁ ୨୭ ରନ୍‌ରେ ହରାଇ ପ୍ରଥମ ଦଳ ଭାବେ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଥିଲା। ଶୁକ୍ରବାରର ଏହି ଟ୍ରଫି ଟକ୍କର ତୀବ୍ର ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।

ବୁଧବାର ଦ୍ବିତୀୟ ସେମିଫାଇନାଲ୍‌ରେ ଅଫଗାନିସ୍ତାନ ୩୧୧ ରନ୍‌ର ଆହ୍ବାନପୂର୍ଣ୍ଣ ଲକ୍ଷ୍ୟ ଦେଇଥିଲେ ମଧ୍ୟ ନିଜ ଶୀର୍ଷକ୍ରମର ଦ୍ରୁତ ଓ ଦମ୍‌ଦାର ବ୍ୟାଟିଂ ପାଇଁ ଭାରତ ଏହାକୁ ଅତି ସହଜରେ ହାସଲ କରି ନେଇଛି। ୫୩ ବଲ୍‌ ପୂର୍ବରୁ ମାତ୍ର ୩ ୱିକେଟ୍‌ ବିନିମୟରେ ୩୧୧ ରନ୍‌ କରି ଷଷ୍ଠ ଥର ବିଜେତା ହେବା ଦିଗରେ ଆଉ ଏକ ବଡ଼ ପାଦ ବଢ଼ାଇଛି। ତା’ ସହିତ ନିଜ ବିଶ୍ବକପ୍‌ ଇତିହାସରେ ସର୍ବବୃହତ୍‌ ପଶ୍ଚାତ୍‌ଧାବନ ବିଜୟ ବି ହାସଲ କରିଛି। ୧୯ବର୍ଷରୁ କମ୍‌ ବିଶ୍ବକପ୍‌ର ନକ୍‌ଆଉଟ୍‌ ପର୍ଯ୍ୟାୟରେ ଭାରତର ସର୍ବୋଚ୍ଚ ସଫଳ ପଶ୍ଚାତ୍‌ଧାବନ ରେକର୍ଡ ୨୪୫ ରନ୍‌ ଥିଲା। ଯାହା ଦଳ ୨୦୨୪ ବିଶ୍ବକପ୍‌ର ସେମିଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାସଲ କରିଥିଲା। ଏହା ମଧ୍ୟ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ଇତିହାସର ସର୍ବୋଚ୍ଚ ସଫଳ ପଶ୍ଚାତ୍‌ଧାବନ ହୋଇଛି। 

ଆଜି ଭାରତର ପଶ୍ଚାତ୍‌ଧାବନର ଶୁଭାରମ୍ଭ ଥିଲା ବେଶ୍‌ ଧମାକାଦାର। ବିସ୍ମୟ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ ତାଙ୍କ ସ୍ବାଭାବିକ ଢଙ୍ଗରେ ବିସ୍ଫୋରକ ବ୍ୟାଟିଂ କରୁଥିଲା ବେଳେ ଅନ୍ୟତମ ଓପନର୍‌ ତଥା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଆରୋନ୍‌ ଜର୍ଜ ବରଫ ଭଳି ଶାନ୍ତ ରହି ପାଳିକୁ ଆଗେଇ ନେଇଥିଲେ। ବୈଭବ ୨୪ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଫଳରେ ଭାରତ ପ୍ରଥମ ୱିକେଟ୍‌ ଭାଗୀଦାରରେ ମାତ୍ର ୯.୩ ଓଭରରୁ ୯୦ ରନ୍‌ ଅମଳ କରି ନେଇଥିଲା। ପରେ ଅଧିନାୟକ ଆୟୁଷ ମହାତ୍ରେ ଓ ଜର୍ଜ ଦ୍ବିତୀୟ ୱିକେଟ୍‌ରେ ୧୧୪ ରନ୍‌ ଯୋଡ଼ି ଭାରତ ବିଜୟକୁ ପକ୍କା କରି ନେଇଥିଲେ। ଜର୍ଜ ୯୫ ବଲ୍‌ରୁ ଶତକ ଅର୍ଜନ କରି ୧୧୫ ରନ୍‌ରେ ପ୍ୟାଭିଲିୟନ୍‌ ଫେରିଥିଲେ। ଏହା ପରେ ବିହାନ ମାଲହୋତ୍ରା ଓ ବେଦାନ୍ତ ତ୍ରିବେଦୀ ମିଶି ଭାରତର ବିଜୟରେ ମୁଣ୍ଡି ମାରିଥିଲେ। ପୂର୍ବରୁ ଆଫଗାନିସ୍ତାନ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପାଗ ଓ ପରିବେଶକୁ ଦେଖି ପ୍ରଥମ ପାୱାର ପ୍ଲେ’ର ୧୦ ଓଭର ଖେଳରେ ମନ୍ଥର ବ୍ୟାଟିଂ କରି ବିନା କ୍ଷତିରେ ୪୨ ରନ୍‌ କରିଥିଲା। ପ୍ରଥମ ୱିକେଟ୍‌ ଅବଶ୍ୟ କେବଳ ୫୩ ରନ୍‌ରେ ହରାଇଥିଲା। ଏହା ପରେ କିନ୍ତୁ ଭାରତୀୟ ବୋଲରଙ୍କ ଉପରେ ପୂରା ପ୍ରଭାବବିସ୍ତାର କରି ଖେଳିଥିଲେ ଏହି ଦେଶର ବ୍ୟାଟର୍‌ମାନେ। 

ଭାରତୀୟ ବୋଲର୍‌ଙ୍କ ଦିଗହରା ବୋଲିଂ ସହ ଦୁର୍ବଳ କ୍ଷେତ୍ରରକ୍ଷଣ ପାଇଁ ଦୁଇଟି ବଡ଼ ଭାଗୀଦାର ବଳରେ ୩୦୦ରୁ ଅଧିକ ରନ୍‌ କରି ନେଇଥିଲା ଆଫଗାନିସ୍ତାନ। ଦୁଇ ଓପନର୍‌ ଉସ୍‌ମାନ୍‌ ସଦାତ ଓ ଖାଲିଦ ଅହମଦଜାଇ ଭଲ ଆରମ୍ଭକୁ ବଡ଼ ସ୍କୋର୍‌ରେ ରୂପାନ୍ତର କରି ନ ପାରିବାର ପ୍ରଭାବ ପରବର୍ତ୍ତୀ ଦୁଇ ବ୍ୟାଟର୍‌ ଫୈଜଲ ସିନୋଜାଦା ଓ ଉଜୈରୁଲା ନିଲାଜାଇଙ୍କ ଉପରେ ଯେମିତି ଆଦୌ ପଡ଼ି ନ ଥିଲା। ଉଭୟ ଶତକୀୟ ପାଳି ଖେଳି ଭାରତୀୟ ବୋଲରଙ୍କୁ ନୟାନ୍ତ କରିଥିଲେ। ସେହିଭଳି ତ୍ରୁଟିହୀନ ବ୍ୟାଟିଂ କରି ତୃତୀୟ ୱିକେଟ୍‌ରେ ମହତ୍ତ୍ବପୂର୍ଣ୍ଣ ୧୪୮ ରନ୍‌ ଯୋଡ଼ିଥିଲେ। ପ୍ରଥମେ ଧିମା ଖେଳୁଥିବା ସିନୋଜାଦା ପରେ ଦ୍ରୁତ ଖେଳି ମାତ୍ର ୮୬ ବଲ୍‌ରୁ ଶତକ ପୂରଣ କରି ନେଇଥିଲେ। ଦୀପେଶ ଦେବେନ୍ଦ୍ରନ୍‌ ୪୬ତମ ଓଭରରେ ତାଙ୍କୁ ବୋଲ୍‌ଡ କରି ଏହି ବିପଜ୍ଜନକ ଯୋଡ଼ିକୁ ଭାଙ୍ଗିଥିଲେ। ସେତେବେଳେକୁ କିନ୍ତୁ ଆଫଗାନିସ୍ତାନ ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଥିଲା। ଅନ୍ୟପକ୍ଷରେ ନିଲାଜାଇ ଶେଷ ଓଭରର ଦ୍ବିତୀୟ ବଲ୍‌ରେ ଶତକ ଅର୍ଜନ କରି ଅପରାଜିତ ଭାବେ ପ୍ୟାଭିଲିୟନ୍‌ ଫେରିଥିଲେ। ଅନ୍ୟପକ୍ଷରେ ଭାରତର ଅଧିକାଂଶ ବୋଲର ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ। ୬ଜଣଙ୍କ ଭିତରୁ କେବଳ ଦୀପେଶ ଦେବେନ୍ଦ୍ରନ୍‌ ଓ କନିଷ୍କ ଚୌହାନ ଦୁଇଟି ଲେଖାଏଁ ୱିକେଟ୍‌ ନେଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଆଫଗାନିସ୍ତାନ ୫୦ ଓଭରରେ-୩୧୦/୪ (ଫୈଜଲ ସିନୋଜାଦା ୧୧୦, ଉଜୈରୁଲା ନିଲାଜାଇ ୧୦୧*, ଉସ୍‌ମାନ୍‌ ସଦାତ ୩୯, ଖାଲିଦ ଅହମଦ୍‌ଜାଇ ୩୧, ଦୀପେଶ ଦେବେନ୍ଦ୍ରନ୍ ୨/୬୪, କନିଷ୍କ ଚୌହ୍ବାନ ୨/୫୫)। ଭାରତ ୪୧.୧ ଓଭରରେ-୩୧୧/୩ (ଆରୋନ ଜର୍ଜ ୧୧୫, ବୈଭବ ସୂର୍ଯ୍ୟବଂଶୀ ୬୮, ଆୟୁଷ ମହାତ୍ରେ ୬୨, ବିହାନ ମାଲହୋତ୍ରା ୩୮*, ନୁରିସ୍ତାନୀ ଓମର୍‌ଜାଇ ୨/୬୪, ୱାହିଦୁଲ୍ଲା ଜାଦ୍ରାନ ୧/୬୭)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe