ଆଇସିଆଇସିଆଇ ବ୍ୟାଙ୍କ- ଭିଡିଓକନ୍‌ ମାମଲା: ଦୀପକ କୋଚରଙ୍କୁ ୧୯ ସେପ୍ଟେଟର ପର୍ଯ୍ୟନ୍ତ ରିମାଣ୍ଡରେ ନେଲା ଇଡି

Advertisment
ଆଇସିଆଇସିଆଇ ବ୍ୟାଙ୍କ- ଭିଡିଓକନ୍‌ ମାମଲା: ଦୀପକ କୋଚରଙ୍କୁ ୧୯ ସେପ୍ଟେଟର ପର୍ଯ୍ୟନ୍ତ ରିମାଣ୍ଡରେ ନେଲା ଇଡି

EtNow

ନୂଆଦିଲ୍ଲୀ: ପୂର୍ବତନ ଆଇସିଆଇସିଆଇ ବ୍ୟାଙ୍କ ଏମଡି ତଥା ସିଇଓ ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଆଜି (ମଙ୍ଗଳବାର) ମୁମ୍ବାଇର ସ୍ୱତନ୍ତ୍ର ପିଏମ୍‌ଏଲଏ କୋର୍ଟ ଅଧିକ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ରିମାଣ୍ଡରେ ପଠାଇ ଦେଇଛନ୍ତି। ଦୀପକ କୋଚର ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ରହିବେ।
ଆଇସିଆଇସିଆଇ ବ୍ୟାଙ୍କ- ଭିଡିଓକନ୍‌ ମାମଲାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମ୍‌ଡି ଓ ସିଇଓ ଚନ୍ଦା କୋଚରଙ୍କ ସ୍ୱାମୀ ତଥା ବ୍ୟବସାୟୀ ଦୀପକ କୋଚରଙ୍କୁ ମନି ଲଣ୍ଡରିଂ ଅଭିଯୋଗରେ ଗତକାଲି (ସୋମବାର) ଇଡି ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ। ଇଡି ଅଧିକାରୀଙ୍କ ଏକ ଟିମ୍‌ ଆଜି ଦୀପକ କୋଚରଙ୍କୁ ମୁମ୍ବାଇର ସ୍ୱତନ୍ତ୍ର ପିଏମ୍‌ଏଲଏ କୋର୍ଟକୁ ନେଇଥିଲେ। ସେଠାରେ ତାଙ୍କର ଜାମିନ ଆବେଦନକୁ ଖାରଜ କରି କୋର୍ଟ ତାଙ୍କୁ ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ପଠାଇ ଦେଇଛନ୍ତି।

publive-image AsianAge

ଉଲ୍ଲେଖଯୋଗ୍ୟ, ଆଇସିଆଇସିଆଇ ବ୍ୟାଙ୍କ ଓ ଭିଡିଓକନ ଗ୍ରୁପ୍‌ ମଧ୍ୟରେ ହୋଇଥିବା ବୁଝାମଣା ସମୟରେ ଏହି ମନି ଲଣ୍ଡରିଂ ହୋଇଥିବା ଅଭିଯୋଗ ହୋଇଥିଲା। ମନି ଲଣ୍ଡରିଂ ନିରୋଧୀ ଆଇନ (ପିଏମ୍‌ଏଲଏ) ଆଧାରରେ ଇଡି ପକ୍ଷରୁ ଚନ୍ଦା, ଦୀପକ ଓ ଭିଡିଓକନ୍‌ ଗ୍ରୁପ୍ର ମୁଖ୍ୟ ବେଣୁଗୋପାଳ ଧୂତଙ୍କ ନାମରେ ଗତବର୍ଷ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ କରାଯାଇଥିଲା। ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ୧୮୭୫ କୋଟି ଟଙ୍କା ଋଣ ଆବଣ୍ଟନରେ ହୋଇଥିବା ଜାଲିଆତି ଅଭିଯୋଗର ତଦନ୍ତ କରୁଛି ଇଡି। ଚନ୍ଦାଙ୍କ କାର୍ଯ୍ୟକାଳ ସମୟରେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଭିଡିଓକନ୍‌ ଗ୍ରୁପ୍‌କୁ ଆଇସିଆଇସିଆଇ ବ୍ୟାଙ୍କ ଋଣ ମଞ୍ଜୁର କରିଥିଲା। ପରବର୍ତ୍ତୀ ସମୟରେ ଏହି ଋଣକୁ ଏନ୍‌ପିଏ ଘୋଷଣା କରାଯିବାରୁ ବ୍ୟାଙ୍କକୁ ୧୭୩୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe