ଆଇସିଆଇସିଆଇ-ଭିଡିଓକୋନ୍ ମାମଲା: ଚନ୍ଦା କୋଚ୍ଚରଙ୍କ ସ୍ବାମୀଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦେଶାଳୟ

Advertisment
 ଆଇସିଆଇସିଆଇ-ଭିଡିଓକୋନ୍ ମାମଲା: ଚନ୍ଦା କୋଚ୍ଚରଙ୍କ ସ୍ବାମୀଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦେଶାଳୟ

Image Courtesy of India Today

ନୂଆଦିଲ୍ଲୀ: ‘ଆଇସିଆଇସିଆଇ’ର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର୍‌ଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ‘ପ୍ରିଭେନ୍‌ସନ୍ ଅଫ୍ ମନି ଲଣ୍ଡରିଙ୍ଗ୍ ଆକ୍ଟ୍‌’ ବ୍ୟବସ୍ଥା ଅନୁସାରେ ଗିରଫ କରିଛି।

ଭିଡିଓକୋନ୍‌କୁ ‘ଆଇସିଆଇସିଆଇ’ ଦେଇଥିବା ଋଣ ଅନିୟମିତା ଘଟଣାରେ ଏହି ମାମଲାର ସମ୍ପୃକ୍ତି ରହିଛି। ଏକ ବିବୃତିରେ ପ୍ରବର୍ତ୍ତନ ନିର୍ଦେଶାଳୟ କହିଛି, ‘ଆଇସିଆଇସିଆଇ’ ବ୍ୟାଙ୍କ୍-ଭିଡିଓକ‌ୋନ୍ ମାମଲାରେ ‘ଆଇସିଆଇସିଆଇ’ ବ୍ୟାଙ୍କ୍‌ର ପୂର୍ବତନ ଏମ୍‌ଡି ଏବଂ ସିଇଓ ଚନ୍ଦା କୋଚ୍ଚରଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଛି।

ଆଜି ପଚରା ଉଚୁରା ନିମନ୍ତେ ପ୍ରବର୍ତ୍ତନ ନିର୍ଦେଶାଳୟ ଦୀପକ କୋଚ୍ଚରଙ୍କୁ ଦିଲ୍ଲୀ କାର୍ଯ୍ୟାଳୟକୁ ଡକାଇଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe