ଓମିକ୍ରନ ଚିହ୍ନଟ ପାଇଁ ଟାଟା ପ୍ରସ୍ତୁତ କରିଥିବା ପ୍ରଥମ କିଟ୍ ଓମିସିଓରକୁ ମଞ୍ଜୁରୀ ଦେଲା ଆଇସିଏମଆର

Advertisment
ଓମିକ୍ରନ ଚିହ୍ନଟ ପାଇଁ ଟାଟା ପ୍ରସ୍ତୁତ କରିଥିବା ପ୍ରଥମ କିଟ୍ ଓମିସିଓରକୁ ମଞ୍ଜୁରୀ ଦେଲା ଆଇସିଏମଆର

ନୂଆଦିଲ୍ଲୀ: ଦେଶରେ ଏବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଇଣ୍ଡିଆନ କାଉନ୍‌ସିଲ ଅଫ ମେଡିକାଲ ରିସର୍ଚ (ଆଇସିଏମଆର) ଏକ ବଡ ନିଷ୍ପତ୍ତି ନେଇଛି । ଓମିକ୍ରନ ଭୂତାଣୁ ଚିହ୍ନଟ କରିବା ନିମନ୍ତେ ଟାଟା ପ୍ରସ୍ତୁତ କରିଥିବା ଟେଷ୍ଟିଂ କିଟ୍ ଓମିସିଓରକୁ ମଞ୍ଜୁରୀ ପ୍ରଦାନ କରିଛି ଆଇସିଏମଆର ।

ମିଳିଥିବା ସୂଚାନ ମୁତାବକ , ଟାଟା ମେଡିକାଲ ମୁମ୍ବାଇ ତରଫରୁ ପ୍ରସ୍ତୁତ କରାଯାଇଥିବା ଟେଷ୍ଟିଂ କିଟକୁ ଡିସେମ୍ବର ୩୦ ତାରିଖରେ ଆଇସିଏମଆର ମଞ୍ଜୁରୀ ପ୍ରଦାନ କରିଥିବା ବେଳେ ଏନେଇ ଏବେ ସୂଚନା ସାମ୍ନାକୁ ଆସିଛି । ଏବେ ଓମିକ୍ରନ ଭୂତାଣୁ ଚିହ୍ନଟ ନିମନ୍ତେ ଅନ୍ୟ କିଟ୍ ବ୍ୟବହାର କରାଯାଉଛି । ଭାରତରେ ଓମିକ୍ରନ୍ ଭାରିଆଣ୍ଟକୁ ଚିହ୍ନଟ କରିବା ପାଇଁ ବ୍ୟବହୃତ ହେଉଥିବା କିଟ୍ ଆମେରିକାର ଥର୍ମୋ ଫିସର କମ୍ପାନି ବିକଶିତ କରିଛି। ଭାରିଆଣ୍ଟକୁ ଚିହ୍ନିବା ପାଇଁ ଏହା ଏସ ଜିନ୍ ଟାର୍ଗେଟ୍ ଫେଲିଓର ଷ୍ଟ୍ରୋଟେଜି (ଏସଜିଟିଏଫ) ରଣନୀତି ବ୍ୟବହାର କରୁଛି।  ଏବେ ଆଇସିଏମଆର ଟାଟାର ଯେଉଁ କିଟକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ତାହାର ନାମ ଟାଟା ଏମଡି ଚେକ୍ ଆରଟି-ପିସିଆର ଓମିସିଓର ରହିଛି ।

publive-image businesstoday

ଉଲ୍ଲେଖଯୋଗ୍ୟ, ଓମିକ୍ରନ କରୋନାର ଏକ ନୂଆ ଭାରିଆଣ୍ଟ । ଏହା ଡେଲଟା ଓ ଡେଲଟା ପ୍ଲସ ଭଳି ଘାତକ ହୋଇ ନଥିଲେ ବି ସେମାନଙ୍କ ମୁକାବିଲାରେ ଏହା ଅଧିକ ସଂକ୍ରମିତ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ମୁତାବକ ଏପର୍ଯ୍ୟନ୍ତ ଦେଶରେ ୧୮୯୨ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ର ଓ ଦିଲ୍ଲୀରେ ସବୁଠାରୁ ଅଧିକ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହାକୁ ନେଇ କେନ୍ଦ୍ର ସରକାର କଟକଣା କଡାକଡି କରିଛନ୍ତି ।

ସେପଟେ ଓମିକ୍ରନ କାରଣରୁ ଦେଶରେ କରୋନା ସଂକ୍ରମଣ ହାର ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩୭,୩୭୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe