ହଟ୍‌ସ୍ପଟ୍ ଜୋନ୍‌ରେ କୋଭିଡ୍-୧୯ ନମୁନା ପରୀକ୍ଷା ଲାଗି ‘ଆଇଏମ୍‌ସିଆର୍‌’ର ନୂଆ ମାର୍ଗଦର୍ଶିକା

Advertisment
କରୋନା ଭାଇରସର ଆଣ୍ଟିବଡ଼ି ରାପିଡ଼ ଟେଷ୍ଟକୁ ସ୍ଥଗିତ ରଖିଲା ରାଜସ୍ଥାନ

Image Source: Zee News

ନୂଆଦିଲ୍ଲୀ: କରୋନାଭାଇରସ୍ କୋଭିଡ୍-୧୯ ହଟ୍‌ସ୍ପଟ୍ ଅଞ୍ଚଳରୁ କେଉଁମାନଙ୍କର ନମୁନା ପରୀକ୍ଷା କରାଯିବ ତାହାର ଏକ ମାର୍ଗଦର୍ଶିକା ‘ଇଣ୍ଡିଆନ୍‌ କାଉନ୍‌ସିଲ୍ ଅଫ୍ ମେଡିସିନ୍‌ ରିସର୍ଚ ରିଲିଜ୍ କରିଛି।

କେଉଁମାନଙ୍କୁ ପରୀକ୍ଷା କରାଯିବ:

୧୪ ଦିନ ମଧ୍ୟରେ ବିଦେଶରୁ ଆସିଥିବା ବ୍ୟକ୍ତିବିଶେଷ ଯାହାଙ୍କ ଠାରେ ସଂକ୍ରମଣ ଉପସର୍ଗ ବା ଲକ୍ଷଣ ଦେଖା ଦେଇଥିବ।

କୋଭିଡ୍-୧୯ ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିବା ଫଳରେ ସଂକ୍ରମଣ ଉପସର୍ଗ ବା ଲକ୍ଷଣଯୁକ୍ତ ବ୍ୟକ୍ତିବିଶେଷ।publive-image

ସଂକ୍ରମଣ ଲକ୍ଷଣ ପ୍ରକାଶ ପାଇଥିବା ସମସ୍ତ ସ୍ବାସ୍ଥ୍ୟକର୍ମୀ।

ସ୍ବାଶପ୍ରଶ୍ବାସଜନିତ ଗରୁତର ରୋଗରେ ପୀଡ଼ିତ ସମସ୍ତ ରୋଗୀ।

କୋଭିଡ୍-୧୯ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ମଧ୍ୟ ୫ମ ଏବଂ ୧୪ଶ ଦିନରେ ସଂକ୍ରମଣ ଲକ୍ଷଣ ଦେଖା ଦେଇ ନ ଥିବା ବ୍ୟକ୍ତିବିଶେଷ।

ହଟ୍‌ସ୍ପଟ୍ ଜୋନ୍‌ରୁ କେଉଁମାନଙ୍କର ପରୀକ୍ଷା ହେବ

ଥଣ୍ଡା, କାଶ, ଜ୍ବର ଭୋଗୁଥିବା ସମସ୍ତ ବ୍ୟକ୍ତିବିଶେଷଙ୍କର ଆର୍‌ଟି-ପିସିଆର୍‌ ପରୀକ୍ଷା କରାଯିବ। ଯଦି ପଜିଟିଭ୍ ବାହାରେ ସେମାନେ ସଂକ୍ରମିତ ହୋଇଥିବା ଜଣାପଡ଼ିବ। ନେଗେଟିଭ୍ ବାହାରିଲେ ସେମାନେ ସଂକ୍ରମିତ ନୁହନ୍ତି ବୋଲି ଧରାଯିବ, କିନ୍ତୁ ସେ ସମସ୍ତ ପ୍ରକାର ପ୍ରତିରୋଧାତ୍ମକ ପଦକ୍ଷେପ ଗ୍ରହଣ କରିବେ। ସାତ ଦିନ ପରେ ରେପିଡ୍‌ ଆଣ୍ଟିବଡି ପରୀକ୍ଷା କରାଯିବ। ଯଦି ଏହା ପଜିଟିଭ୍ ବାହାରେ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସାତ ଦିନ କ୍ବାରେଣ୍ଟିନ୍‌ରେ ରଖାଯିବ। ସଂକ୍ରମଣ ଲକ୍ଷଣ ବାହାରିଲେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe