ଏଣ୍ଟିବଡି ଟେଷ୍ଟ୍‌ ପାଇଁ ସ୍ବୀକୃତି ଦେଲେ ଆଇସିଏମ୍‌ଆର

Advertisment
ଏଣ୍ଟିବଡି ଟେଷ୍ଟ୍‌ ପାଇଁ ସ୍ବୀକୃତି ଦେଲେ ଆଇସିଏମ୍‌ଆର

ନୂଆଦିଲ୍ଲୀ: ଭାରତରେ ହାଇ ରିସ୍କ ଏରିଆ ତଥା କୋଭିଡ୍‌-୧୯ ହଟ୍‌ସ୍ପଟ୍‌ ଅଞ୍ଚଳରେ ଟେଷ୍ଟିଂ ରଣନୀତି ଉପରେ ଗୁରୁତ୍ବ ଦିଆଯାଇଛି। ଭାରତରେ କୋଭିଡ୍‌-୧୯ର ଯେଉଁ ହଟ୍‌ସ୍ପଟ୍‌ ଚିହ୍ନଟ ହୋଇଛି ସେ ସବୁ ଅଞ୍ଚଳରେ ତ୍ବରାନ୍ବିତ ଭାବେ ଏଣ୍ଟିବଡି ଆଧାରିତ ବ୍ଲଡ୍‌ ଟେଷ୍ଟ୍‌ ପାଇଁ ଆଇସିଏମ୍‌ଆର ପକ୍ଷରୁ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଗୋଷ୍ଠି ସଂକ୍ରମଣ ଆଶଙ୍କା କରାଯାଉଥିବା ସ୍ଥାନ ତଥା ଯେଉଁସବୁ ଅଞ୍ଚଳରେ ଅଧିକ ପ୍ରବାସୀ ଶ୍ରମିକ ପହଞ୍ଚିଥିବେ ସେସବୁ ସ୍ଥାନରେ ଏଣ୍ଟିବଡି ଟେଷ୍ଟ୍‌ ପାଇଁ ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ଯେକୌଣସି ବ୍ୟକ୍ତିଙ୍କର ଲକ୍ଷଣ ଦେଖା‌ଦେଉଥିବ ତଥା ଥଣ୍ଡ‌ା କାଶ ଓ ସାମାନ୍ୟ ଜ୍ବର ହୋଇଥିବ ତାଙ୍କର ମଧ୍ୟ ଏଣ୍ଟିବଡି ଟେଷ୍ଟ୍‌ କରାଯିବ। ମାମଲା ବଢ଼ିଲେ ଏହାକୁ ଭଲଭାବେ ଯାଞ୍ଚ କରାଯିବ ଏବଂ ଏହାକୁ ସିଏମ୍‌ଓଙ୍କ ନଜରକୁ ଅଣାଯିବ ବୋଲି ଆଇସିଏମ୍‌ଆର ନିର୍ଦ୍ଦେଶାବଳୀରେ କୁହାଯାଇଛି। ଏଣ୍ଟିବଡି ଟେଷ୍ଟ୍‌ ପରେ ଯଦି ଜଣେ ଭାଇରସ୍‌ ସଂକ୍ରମିତ ହୋଇଥିବା ଜଣାପଡ଼ନ୍ତି ତେବେ ଏହାକୁ ଭଲଭାବେ ଆକଳନ କରାଯିବ ଏବଂ ପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିବା ସଂକ୍ରାନ୍ତ ନିଷ୍ପତ୍ତି ନିଆଯିବ। ରିପୋର୍ଟ ନେଗେଟିଭ୍‌ ଆସିଲେ ଆରଟି-ପିସିଆର କରାଯିବ। ଗତକାଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍‌ କହିଛନ୍ତି, ୭୫,୦୦୦ ରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ପ୍ରତିଦିନ ଭାରତରେ ୧୦,୦୦୦ରୁ ଅଧିକ ନମୁନା ପରୀକ୍ଷା କରାଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe