ଆଇସିଏମ୍‌ଆର୍‌ ସତର୍କ କଲା: କୋଭିଡ୍‌ ନିୟମାବଳି ପାଳନ ଜରୁରୀ

ଆବଶ୍ୟକ ନଥିଲେ ଭ୍ରମଣ ବନ୍ଦ କରିବାକୁ ପରାମର୍ଶ

ଆଇସିଏମ୍‌ଆର୍‌ ସତର୍କ କଲା: କୋଭିଡ୍‌ ନିୟମାବଳି ପାଳନ ଜରୁରୀ

ନୂଆଦିଲ୍ଲୀ : ପାର୍ବଣ ଋତୁ ପାଇଁ ସରକାର ଲୋକମାନଙ୍କୁ ସତର୍କ କରିଛନ୍ତି। ପାର୍ବଣରେ କୋଭିଡ୍‌ ନିୟମାବଳି କଡ଼ାକଡ଼ି ଭାବେ ପାଳନ କରିବାପାଇଁ ସରକାର କହିଛନ୍ତି। ଆଇସିଏମ୍‌ଆର ଡିଜି ବଳରାମ ଭାର୍ଗବ ଆଜି ଲୋକମାନଙ୍କୁ କରୋନା ନିୟମାବଳି ସଠିକ୍‌ ଭାବେ ପାଳନ କରିବାପାଇଁ ନିବେଦନ କରିବା ସହ ଜରୁରୀ ଆବଶ୍ୟକ ନଥିଲେ ବାହାରକୁ ଯିବାପାଇଁ ମନା କରିଛନ୍ତି। ଅନ୍ତତଃ ଗୋଟିଏ ବର୍ଷ ପାଇଁ ‌ଜନସଧାରଣ ସତର୍କ ରହିବା ଉଚିତ୍‌ ବୋଲି ସେ କହିଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଲୋକେ କୋଭିଡ୍‌ ନିୟମାବଳିର ପାଳନ ସହ ଉତ୍ସବ ମନାଇବା ଉଚିତ। ପାର୍ବଣ ପାଇଁ କେନ୍ଦ୍ର ସରକାର ରାଜ୍ୟ ଏବଂ ଅନ୍ୟ କେନ୍ଦ୍ରଶାସିତ ଅଞ୍ଚଳକୁ ଯଥେଷ୍ଟ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି। ଏହାଦ୍ବାରା ପାର୍ବଣ ପରେ କୋଭିଡ୍‌ ସଂକ୍ରମଣ‌ରେ ବୃଦ୍ଧି ଦେଖା‌ଯିବ ନାହିଁ। ତେବେ ସଂକ୍ରମଣ କମିଥିବାରୁ ଆଦୌ ଆତ୍ମସନ୍ତୁଷ୍ଟ ନହେବାପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସତର୍କ କରିଛନ୍ତି। ଲଗାତାର ୧୩ ସପ୍ତାହ ଧରି ଦେଶରେ ସାପ୍ତାହିକ ପଜିଟିଭ୍‌ ହାର ୩ ପ୍ରତିଶତ ତଳେ ରହିଛି। ରାଜ୍ୟ ସରକାରମାନେ ଏଥିରେ ଆହୁରି ସୁଧାର ପାଇଁ ପ୍ରୟାସ କରିବାକୁ ହେବ ବୋଲି ସ୍ବାସ୍ଥ୍ୟ ସଚିବ କହିଛନ୍ତି।ଦେଶରେ ୧୮ଟି ଜିଲ୍ଲାରେ ସାପ୍ତାହିକ ପଜିଟିଭ୍‌ ହାର ୫ରୁ ୧୦ ପ୍ରତିଶତ ମଧ୍ୟରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe