ବିରଳ ରୋଗରେ ପୀଡ଼ିତ ହେବାପରେ ଅଲକା ସୋସିଆଲ ମିଡିଆରେ ଭିଡିଓ ସେୟାର କରି କହିଲେ, ‘ମୁଁ ଶୁଣି ପାରୁନାହିଁ’

ବିରଳ ରୋଗରେ ପୀଡ଼ିତ ହେବାପରେ ଅଲକା ସୋସିଆଲ ମିଡିଆରେ ଭିଡିଓ ସେୟାର କରି କହିଲେ, ‘ମୁଁ ଶୁଣି ପାରୁନାହିଁ’

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଗାୟିକା ଅଲକା ୟାଗ୍ନିକ ଏକ ବିରଳ ରୋଗରେ ପୀଡ଼ିତ ହୋଇଛନ୍ତି। ଏ ସୂଚନା ଅଲକା ନିଜେ ସୋସିଆଲ ମିଡିଆରେ ସମସ୍ତଙ୍କୁ ଜଣାଇଛନ୍ତି।

ବିରଳ ନ୍ୟୁରୋ ଡିସଅର୍ଡର ରୋଗରେ ପୀଡ଼ିତ ହେବାପରେ ଅଲକା ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଲେଖିଛନ୍ତି,‘ ମୋର ସମସ୍ତ  ବନ୍ଧୁ, ପ୍ରଶଂସକ ଓ ଶୁଭଚିନ୍ତକଙ୍କୁ କହିବାକୁ ଚାହୁଁଛି କି କିଛି ଦିନ ପୂର୍ବରୁ ମୁଁ ବିମାନ ଯାତ୍ରା କରିଥିଲି। ଏହି ଯାତ୍ରା ପରେ ମୁଁ ଯେତେବେଳେ ବାହାରକୁ ଆସିଲି ମୋତେ କିଛି ନଶୁଣାଗଲା ଭଳି ଅନୁଭବ ହୋଇଥିଲା।

କିଛିଦିନ ଅପେକ୍ଷା ପରେ ମୁଁ ବାଧ୍ୟ ହେଲି ଆପଣଙ୍କ ସହିତ ମୋର ଏହି ଘଟଣାକୁ ସେୟାର କରିବା ପାଇଁ। କାରଣ ମୋର ଅନେକ ପ୍ରଶଂସକ ପ୍ରଶ୍ନ କରୁଥିଲେ କି ମୁଁ ଅନେକ ଦିନ ହେବ କେଉଁଆଡେ ଚାଲିଯାଇଛି।

ଡାକ୍ତରଙ୍କ ସହ ପରାମର୍ଶ କରିବା ପରେ ଜଣାପଡିଲା ଯେ ମୋତେ ବିରଳ ନ୍ୟୁରୋ ନର୍ଭ ହିଅରିଂ ଲସ୍‌ ହୋଇଛି  । ଭାଇରାଲ କାରଣରୁ ଏଭଳି ହୋଇଥିବା ଡାକ୍ତର କହିଛନ୍ତି  । ଏଭଳି କଠିନ ସମୟରେ ଆପଣମାନଙ୍କ ସହଯୋଗ ମୋ ପାଇଁ ନିହାତି ଆବଶ୍ୟକ ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe