କରୋନା ପାଇଁ ବାତିଲ୍‌ ହେଲା ଆଇସିଏସ୍‌ଇ ଦଶମ ପରୀକ୍ଷା

Advertisment
କରୋନା ପାଇଁ ବାତିଲ୍‌ ହେଲା ଆଇସିଏସ୍‌ଇ ଦଶମ ପରୀକ୍ଷା

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଭୟଙ୍କର ହୋଇ ଚାଲିଥିବା କାରଣରୁ ଆଇସିଏସ୍‌ଇ ଦଶମ ପରୀକ୍ଷାକୁ ବାତିଲ୍‌ କରିଛି କାଉନ୍‌ସିଲ୍‌ ଫର୍‌ ଦ ଇଣ୍ଡିଆନ୍‌ ସାର୍ଟିଫିକେଟ୍‌ ଏକ୍‌ଜାମିନେସନ୍ସ(ସିଆଇଏସ୍‌ସିଇ) ବୋର୍ଡ। ଏହା ସହ ବୋର୍ଡ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ପୂର୍ବ ପରି ସ୍ଥଗିତ ରଖିଛି। ଏଥିସହ ଏକାଦଶ ଶ୍ରେଣୀରେ ନାମ ଲେଖା ଲାଗି ସ୍କୁଲଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ତୁରନ୍ତ ଅନଲାଇନ କ୍ଲାସ ଆରମ୍ଭ କରିବାକୁ କୁହାଯାଇଛି।

ବୋର୍ଡ ପକ୍ଷରୁ ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ‘କରୋନା ଭାଇରସ୍‌ ସ୍ଥିିତି ପାଇଁ ସିଆଇଏସ୍‌ସିଇ ଆଇସିଏସ୍‌ଇର ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷା ବାତିଲ୍‌ ନିଷ୍ପତ୍ତି ନେଇଛି। ଏପ୍ରିଲ୍‌ ୧୬ ତାରିଖରେ ପରୀକ୍ଷାକୁ ନେଇ ଜାରି କରାଯାଇଥିବା ସର୍କୁଲାରକୁ ପ୍ରତ୍ୟାହାର କରି ନିଆଯାଉଛି।’

publive-image zeenews.india.com

ଏଥିରେ ଆହୁରି ବି କୁହାଯାଇଛି ଯେ ଛାତ୍ରଛାତ୍ରୀ ଓ ପ୍ରଶିକ୍ଷକମାନଙ୍କ ସୁରକ୍ଷା ଆମର ପ୍ରାଥମିକତା। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଆଇସିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ମେ ୪ ତାରିଖରେ ହେବ ବୋଲି ଏପ୍ରିଲ୍‌ ୧୬ ତାରିଖରେ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe