ନୂଆଦିଲ୍ଲୀ : କୁଡ଼ୁମୀ ଜାତିକୁ ଆଦିବାସୀ ମାନ୍ୟତା ଦାବିରେ ଜନ୍ତରମନ୍ତରରେ ଓଡ଼ିଶା କୁଡ଼ୁମୀ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେନା ସଭାପତି ଜୈମୁନୀ କୁମାର ମହାନ୍ତଙ୍କ ନେତୃତ୍ବରେ ସେନାର ୫ ଶହ କର୍ମକର୍ତ୍ତା ଧାରଣାରେ ସାମିଲ ହୋଇଥିଲେ। ଶ୍ରୀ ମହାନ୍ତଙ୍କ ସୂଚନା ଅନୁସାରେ, କୁଡ଼ୁମୀ ଜାତିକୁ ସ୍ବାଧୀନତା ପୂର୍ବରୁ ଆଦିବାସୀ ବର୍ଗରେ ସାମିଲ କରାଯାଇଥିଲା। ସ୍ବାଧୀନତା ପରେ ୧୯୫୦ ସେପ୍ଟେମ୍ବର ୬ରେ ଏହି ଜାତିକୁ ଆଦିବାସୀ ବର୍ଗରୁ ବାଦ୍ ଦିଆଯାଇଥିଲା। ଏହା ଫଳରେ ଏହି ବର୍ଗର ଲୋକଙ୍କ ସ୍ଥିତି ଦିନକୁ ଦିନ ଦୟନୀୟ ହେଉଛି। ଓଡ଼ିଶାର ୧୧ଟି ଜିଲ୍ଲାରେ ଏବେ ୨୫ ଲକ୍ଷ କୁଡ଼ୁମୀ ବାସ କରୁଛନ୍ତି। ସେନା ପକ୍ଷରୁ ଦୀର୍ଘଦିନରୁ ଆନ୍ଦୋଳନ କରାଯାଉଥିବା ସତ୍ତ୍ବେ କେନ୍ଦ୍ର ସରକାର ଏ ଦିଗରେ କୌଣସି ତତ୍ପରତା ପ୍ରକାଶ କରିନାହାନ୍ତି। ଦିଲ୍ଲୀରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର, ଆସାମ ଓ ଝାଡ଼ଖଣ୍ଡ ରାଜ୍ୟର କୁଡ଼ୁମୀ ସେନାର କାର୍ଯ୍ୟକର୍ତ୍ତାମାନେ ଧାରଣାରେ ଏକତ୍ରିତ ହୋଇଥିଲେ। ସେନା ପକ୍ଷରୁ ଭବିଷ୍ୟତ ଆନ୍ଦୋଳନର ରୂପରେଖା ପ୍ରସ୍ତୁତ କରାଯାଇଥିବା ଶ୍ରୀ ମହାନ୍ତ ସୂଚନା ଦେଇଛନ୍ତି।
କୁଡ଼ୁମୀ ଜାତିକୁ ଆଦିବାସୀ ମାନ୍ୟତା ଦାବିରେ ଧାରଣା
Advertisment
Follow Us