ଇସ୍ରାଏଲ ଏୟାରଷ୍ଟ୍ରାଇକରେ ହେଜବୁଲ୍ଲାର ମୁଖ୍ୟ ମୁଖପାତ୍ର ନିହତ

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଘର ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଇସ୍ରାଏଲ ସେନା । ଇସ୍ରାଏଲ ସେନା ଲେବାନନ ଉପରେ ଏୟାରଷ୍ଟ୍ରାଇକ୍ କରି ହେଜବୁଲ୍ଲାର ମୁଖ୍ୟ ମୁଖ୍ୟପାତ୍ର ମହମ୍ମଦ ଆଫିକକୁ ମାରିଦେଇଛି । 

ହୁଥି ବିଦ୍ରୋହୀଙ୍କ ଉପରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ

ବେରୁତ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଘର ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଇସ୍ରାଏଲ ସେନା । ଇସ୍ରାଏଲ ସେନା ଲେବାନନ ଉପରେ ଏୟାରଷ୍ଟ୍ରାଇକ୍ କରି ହେଜବୁଲ୍ଲାର ମୁଖ୍ୟ ମୁଖ୍ୟପାତ୍ର ମହମ୍ମଦ ଆଫିକକୁ ମାରିଦେଇଛି । 

ଏ ସଂପର୍କରେ ଜଣେ ହେଜବୁଲ୍ଲା ଅଧିକାରୀ କହିଛନ୍ତି ଯେ ରବିବାର ହୋଇଥିବା ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲାର ମୁଖ୍ୟ ମୁଖପାତ୍ର ମହମ୍ମଦ ଆଫିଫ ନିହତ ହୋଇଛନ୍ତି। ସେପ୍ଟେମ୍ବରରେ ଇସ୍ରାଏଲର ସାମରିକ କାର୍ଯ୍ୟକଳାପ ବୃଦ୍ଧି ଏବଂ ନିକଟରେ ହିଜବୁଲ୍ଲା ନେତା ହାସନ ନସରଲ୍ଲାଙ୍କ ମୃତ୍ୟୁ ପରେ ଆଫିଫ୍ ଗଣମାଧ୍ୟମରେ ତାଙ୍କ ସଂଗଠନ ପାଇଁ ସମର୍ଥନ ଯୋଗାଡ଼ କରୁଥିଲେ। ଏବେ ଇସ୍ରାଏଲ ସେନା  ତାକୁ ନିପାତ କରିଦେଇଛି।

ମହମ୍ମଦ ଆଫିକର ମୃତ୍ୟୁ ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବାସଭବନ ଉପରେ ୨ଟି ରକେଟ୍ ଆକ୍ରମଣ ହୋଇଥିଲା। ଇସ୍ରାଏଲ ସେନା ର କହିବା ଅନୁଯାୟୀ, ଏହି ୨ଟି ବିସ୍ଫୋରକ କ୍ଷେପଣାସ୍ତ୍ର ନେତାନ୍ୟାହୁଙ୍କ ଆବାସିକ ପରିସରରେ ମାଡ଼ ହୋଇଥିଲା। ତେବେ ଏହି ଘଟଣା ସମୟରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାର ଲୋକ ଉପସ୍ଥିତ ନଥିଲେ। ଏହା ପୂର୍ବରୁ ଅକ୍ଟୋବର ମାସରେ ବେଞ୍ଜାମିନ ନେତାନ୍ୟାହୁଙ୍କ ଘର ଉପରକୁ ଡ୍ରୋନ୍ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ପାଇଁ ହିଜବୁଲ୍ଲା ମଧ୍ୟ ନିଜକୁ ଦାୟୀ କରିଥିଲା। ସେହି ସମୟରେ ନେତାନ୍ୟାହୁ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe